Advertisment

ମୋତେ ଭାରି ଖୁସି ଲାଗିଲା...

ହୁନ୍ଦାଡି ୱାଡ଼ାକା ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ମହିଳା। ନିୟମଗିରିର ଘଞ୍ଚ ଜଙ୍ଗଲ ଭିତରେ ଥିବା କୁର୍ଲି ପଞ୍ଚାୟତ ଖୁଜୁରି ଗାଁରେ ତାଙ୍କ ଘର। ଡମ୍ୱରୁ ଓ ପିଲାଛୁଆଙ୍କୁ ନେଇ ତାଙ୍କ ପରିବାର।

ଅଦ୍ୟତନ ହୋଇଛି
Tribal Woman

Tribal Woman

Advertisment

ମୋତେ ଭାରି ଖୁସି ଲାଗିଲା...। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କେବେ ଦେଖିବି ବୋଲି ଭାବିନଥିଲି। କେବେ ହେଲେ ଭୁବନେଶ୍ୱର ଆସିନଥିଲି। ଆଜି ପ୍ରଥମ ଥର ପାଇଁ ଭୁବନେଶ୍ୱର ଆସିଛି। ସେଥିପାଇଁ ମୋତେ ଭାସି ଖୁସି ଲାଗୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ‘ସୁଭଦ୍ରା’ ଅର୍ଥ ରାଶି ଗ୍ରହଣ କରିବା ପରେ ଏପରି ଖୁସି ବ୍ୟକ୍ତ କରିଛନ୍ତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ହୁନ୍ଦାଡି ୱାଡ଼ାକା।

Advertisment

ମଞ୍ଚରୁ ଆସିବା ପରେ ହୁନ୍ଦାଡି ୱାଡ଼ାକା କହିଛନ୍ତି, ସୁଭଦ୍ରା ଟଙ୍କାରେ କ’ଣ କରିବ ବୋଲି ମୋଦି ପଚାରିଥିଲେ? ତାହାର ଜବାବରେ ମୁଁ କହିଥିଲି, ସେହି ପଇସାରେ ଛୁଆଙ୍କୁ ପାଠ ପଢ଼ାଇବି।

ହୁନ୍ଦାଡି ୱାଡ଼ାକା ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ମହିଳା। ନିୟମଗିରିର ଘଞ୍ଚ ଜଙ୍ଗଲ ଭିତରେ ଥିବା କୁର୍ଲି ପଞ୍ଚାୟତ ଖୁଜୁରି ଗାଁରେ ତାଙ୍କ ଘର। ଡମ୍ୱରୁ ଓ ପିଲାଛୁଆଙ୍କୁ ନେଇ ତାଙ୍କ ପରିବାର। ଏମାନେ ଜଙ୍ଗଲରେ ସାଧାରଣତଃ କାନ୍ଦୁଲ, କଟିଙ୍ଗ, ଝୁଡଙ୍ଗ, ମାଣ୍ଡିଆ, କୁଶଳା ଆଦି ଚାଷ କରନ୍ତି। ଜୈବିକ ପ୍ରଣାଳୀରେ ଚାଷବାସ କରନ୍ତି। ଏହାଛଡ଼ା ଋତୁକାଳୀନ ଫଳ ଯଥା ସପୁରୀ ଓ ପଣସ ଚାଷ ମଧ୍ୟ କରନ୍ତି।

Advertisment

ଆମ୍ୱ ସମୟରେ ଜଙ୍ଗଲରୁ ଆମ୍ୱ ସଂଗ୍ରହ କରି ବିକ୍ରି କରିଥାନ୍ତି। ଏଥିରୁ ଯାହା ରୋଜଗାର କରନ୍ତି, ସେଥିରେ ଦୁଃଖେ ସୁଖେ ଚଳି ଯାଆନ୍ତି ହୁନ୍ଦାଡି ୱାଡ଼ାକା। ହେଲେ ଅର୍ଥ ଅଭାବରୁ ପିଲାମାନଙ୍କୁ ପାଠ ପଢ଼ାଇ ପାରୁନଥିଲେ। ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ମିଳୁଥିବା ଟଙ୍କାରେ ପିଲାଙ୍କୁ ପାଠ ପଢ଼ାଇବେ ବୋଲି ହୁନ୍ଦାଡି ୱାଡ଼ାକା କହିଛନ୍ତି।

Raygada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe