Advertisment

ସିବିଆଇ ସହ ଲୁଚକାଳି ଖେଳ; ଭୁବନେଶ୍ୱରରେ ହାଜର ନ ହୋଇ ଦିଲ୍ଲୀରେ ବସିଥିଲେ ବିଷ୍ଣୁପଦ ସେଠୀ

ଯେଉଁ ସମୟରେ ବିଷ୍ଣୁପଦଙ୍କୁ ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ପାଇଁ ସମନ ହୋଇଥିଲା ସେ ସମୟରେ ସେ ଦିଲ୍ଲୀରେ ଥିଲେ।

ଅଦ୍ୟତନ ହୋଇଛି
Bishnupada Sethi

Bishnupada Sethi

Advertisment

ସିବିଆଇ ସହ ଲୁଚକାଳି ଖେଳ ଖେଳୁଛନ୍ତି ଆଇଏଏସ୍‌ ବିଷ୍ଣୁପଦ ସେଠୀ। ଯେଉଁ ସମୟରେ ବିଷ୍ଣୁପଦଙ୍କୁ ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ପାଇଁ ସମନ ହୋଇଥିଲା ସେ ସମୟରେ ସେ ଦିଲ୍ଲୀରେ ଥିଲେ। ପ୍ରାୟ ସପ୍ତାହେ ହେବ ଏପରି ଲୁଚକାଳି ଖେଳ ଚାଲିଥିବା ବେଳେ ସିବିଆଇ ସମ୍ମୁଖରେ ହାଜର ହେଉନାହାନ୍ତି ଏହି ଆଇଏଏସ୍‌ ଅଧିକାରୀ।

Advertisment

ଆଜି ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ହେବାକୁ ବିଷ୍ଣପଦ ସେଠୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ମଧ୍ୟାହ୍ନ ସୁଦ୍ଧା ସେ ହାଜର ହୋଇନଥିବା ଜଣାପଡ଼ିଛି। 

ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ସହ ଲିଙ୍କ୍ ମାମଲାରେ ସିବିଆଇ ସ୍କାନରକୁ ଚାଲି ଆସିଛନ୍ତି ବିଷ୍ଣୁପଦ ସେଠୀ। ଗତ ୧୧ ତାରିଖ ଦିନ ୧୦ଟାରେ ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ହେବା ପାଇଁ ବିଷ୍ଣୁପଦଙ୍କୁ ସିବିଆଇ ନୋଟିସ କରିଥିଲା। ହେଲେ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଥିଲେ ବିଷ୍ଣୁପଦ ସେଠୀ।

Advertisment

ଦିଲ୍ଲୀର ଅଶୋକା ହୋଟେଲରେ ତାଙ୍କ ପାଇଁ ରୁମ୍‌ ବୁକ୍ ହୋଇଥିଲା। ଗୃହ ବିଭାଗ ପକ୍ଷରୁ ତାଙ୍କ ପାଇଁ ରୁମ୍‌ ବୁକ ହେଇଥିବା ବେଳେ ଏହି ତଥ୍ୟ ଏବେ ସାମ୍ନାକୁ ଆସିଛି। ତେବେ କାହିଁକି ଦିଲ୍ଲୀ ଯାଇଥିଲେ ବିଷ୍ଣୁପଦ ତାହା ସ୍ପଷ୍ଟ ହୋଇ ପାରିନି। ଆଉ ଦିଲ୍ଲୀ ଯାଇଥିବା ବେଳେ ସେଠାରେ କାହିଁକି ସିବିଆଇ କାର୍ଯ୍ୟାଳୟରେ ହାଜର ହେଲେନି ତାହା ବି ସ୍ପଷ୍ଟ ହୋଇ ପାରିନି।

ଚର୍ଚ୍ଚା ହେଉଛି, ବିଷ୍ଣୁପଦ ଭୁବନେଶ୍ୱର ସିବିଆଇରେ ହାଜର ନ ହୋଇ ଦିଲ୍ଲୀ ସିବିଆଇରେ ହାଜର ହେବାକୁ ଯାଇଥିଲେ। କିନ୍ତୁ ସିବିଆଇ ପକ୍ଷରୁ ତାଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା।

୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ସମନ ପରେ ବି ଏଯାଏ ସିବିଆଇ ସମ୍ମୁଖରେ ହାଜର ହେଉନାହାନ୍ତି ବିଷ୍ଣୁପଦ। ସିବିଆଇ ସହ ବିଷ୍ଣୁପଦ ଲୁଚକାଳି ଖେଳୁଥିବାବେଳେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗଣମାଧ୍ୟମରେ ଚର୍ଚ୍ଚା ପରେ ସରକାର ବିଷ୍ଣୁପଦଙ୍କ ଉପରେ ଗତକାଲି କଡ଼ା ଆକ୍ସନ ନେଇଛନ୍ତି।

ଗତକାଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ଅନୁସୂଚିତ ଜାତି,ଜନଜାତି ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ପଦରୁ ହଟାଇ ଦିଆଯାଇଛି। ଏବେ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତ ହୋଇଛନ୍ତି ବିଷ୍ଣୁପଦ।

Bhubaneswar Delhi CBI Bishnupada Sethi IAS Bishnupada Sethi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe