Advertisment

ଆଇଏଏସ୍ ନିଖିଳ ପୱନ କଲ୍ୟାଣ ରାଜ୍ୟର ନୂଆ ଜନଗଣନା ନିର୍ଦ୍ଦେଶକ

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ନିର୍ଦ୍ଦେଶକ ସାକ୍ଷୀ ମିତ୍ତଲ ସୋମବାର ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ୨୦୧୨ ବ୍ୟାଚ୍ ଆଇଏଏସ୍ ନିଖିଳ ପୱନ କଲ୍ୟାଣଙ୍କୁ ଓଡ଼ିଶାର ଜନଗଣନା କାର୍ଯ୍ୟକ୍ରମ ଓ ନାଗରିକ ପଞ୍ଜିକରଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ଅବଗତ କରାଇଛନ୍ତି ।

author-image
Ordigital Desk
nikhil pavan kalyan

nikhil pavan kalyan

୨୦୧୨ ବ୍ୟାଚ୍ ଆଇଏଏସ୍ ନିଖିଳ ପୱନ କଲ୍ୟାଣ ରାଜ୍ୟର ଜନଗଣନା ନିର୍ଦ୍ଦେଶକ ତଥା ନାଗରିକ ପଞ୍ଜିକରଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ଶ୍ରୀ କଲ୍ୟାଣ ଏବେ ରାଜ୍ୟ ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନକୃଷି ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ଜନଗଣନା ନିର୍ଦ୍ଦେଶକ ଉଦୟ ନାରାୟଣ ଦାସଙ୍କୁ ରାଜ୍ୟ ସରକାର ଗତ ମେ’ ମାସରେ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ଦେବାପରେ ଏହି ପଦବୀ ଖାଲି ପଡ଼ିଛି ।

Advertisment

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ନିର୍ଦ୍ଦେଶକ ସାକ୍ଷୀ ମିତ୍ତଲ ସୋମବାର ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ୨୦୧୨ ବ୍ୟାଚ୍ ଆଇଏଏସ୍ ନିଖିଳ ପୱନ କଲ୍ୟାଣଙ୍କୁ ଓଡ଼ିଶାର ଜନଗଣନା କାର୍ଯ୍ୟକ୍ରମ ଓ ନାଗରିକ ପଞ୍ଜିକରଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ଅବଗତ କରାଇଛନ୍ତି । ଶ୍ରୀ କଲ୍ୟାଣ ୨୦୨୫ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଅବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ ।

ତେଣୁ ନୂତନ ଦାୟିତ୍ୱ ଗ୍ରହଣ ପାଇଁ ତାଙ୍କୁ ତୁରନ୍ତ ରିଲିଭ୍ କରିବା ନିମନ୍ତେ ମୁଖ୍ୟ ସଚିବଙ୍କୁ ଅନୁରୋଧ କରାଯାଇଛି । ଯଦି ଏହି ନିଯୁକ୍ତି ନିର୍ଦ୍ଦେଶ ବିଜ୍ଞପ୍ତି ଜାରି ହେବାର ୩ସପ୍ତାହ ମଧ୍ୟରେ ଶ୍ରୀ କଲ୍ୟାଣ ନିଜର ନୂଆ କାର୍ଯ୍ୟରେ ଯୋଗ ନଦେବେ ତାଙ୍କୁ ସେଂଟ୍ରାଲ ଷ୍ଟାଫିଙ୍ଗ ସ୍କିମରୁ ବଂଚିତ ରହିବାକୁ ପଡ଼ିବ ଓ ସେଥିପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହେବ ବୋଲି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

Advertisment

ସୂଚନାଯୋଗ୍ୟ, ୨୦୧୨ ବ୍ୟାଚ୍ ଆଇଏଏସ୍ ନିଖିଳ ପୱନ କଲ୍ୟାଣଙ୍କୁ ରାଜ୍ୟ ସରକାର ଗତ ନଭେମ୍ବର ମାସରେ ରାଜ୍ୟ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ । ଏହାସହିତ ଉଦ୍ୟାନକୃଷି ନିର୍ଦ୍ଦେଶକ ଭାବେ ମଧ୍ୟ ସେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ସେହିପରି ଜନଗଣନା କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ପଦୋନ୍ନତିପ୍ରାପ୍ତ ଆଇଏଏସ୍ ଉଦୟ ନାରାୟଣ ଦାସଙ୍କୁ ରାଜ୍ୟ ସରକାର ଗତ ମେ’ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ସଦସ୍ୟ ଭାବେ ନିଯୁକ୍ତି ଦେଇଥିଲେ ।

କେନ୍ଦ୍ର ସରକାର ଏବେ ଜନଗଣନା କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ଓଡ଼ିଶାରେ ଖାଲି ପଡ଼ିଥିବା ଏହି ନିର୍ଦ୍ଦେଶକ ପଦବୀରେ ନିଖିଳ ପୱନ କଲ୍ୟାଣଙ୍କୁ ଅବସ୍ଥାପିତ କରିଥିବା ଜଣାପଡ଼ିଛି ।

Odisha Nikhil Pavan Kalyan