Advertisment

ଆଇଏଏସ୍ ବଦଳି: ଥିରୁମାଳା ନାଏକ ହେଲେ ଅତିରିକ୍ତ ସିଇଓ

୨୦୦୯ ବ୍ୟାଚ୍ ଆଇଏଏସ୍ ଡଃ ଏନ୍ . ଥିରୁମାଳା ନାଏକଙ୍କୁ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ(ଅତିରିକ୍ତ ସିଇଓ) ଭାବେ ବଦଳି ହୋଇଛି।

Dr. N. Thirumala Naik, IAS

Dr. N. Thirumala Naik, IAS

Advertisment

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ଜଣେ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ନିର୍ବାଚନ ଦାୟିତ୍ୱ ଦେଇଛନ୍ତି । ୨୦୦୯ ବ୍ୟାଚ୍ ଆଇଏଏସ୍ ଡଃ ଏନ୍ . ଥିରୁମାଳା ନାଏକଙ୍କୁ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ(ଅତିରିକ୍ତ ସିଇଓ) ଭାବେ ବଦଳି ହୋଇଛି । ଏବେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ନିକୁଞ୍ଜ ବିହାରୀ ଧଳ ଦାୟିତ୍ୱ ତୁଲାଉଛନ୍ତି ଓ ଅନ୍ୟ ୨ଜଣ ବରିଷ୍ଠ ଓଏଏସ୍ ଅଫିସର ‘ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ’ ଦାୟିତ୍ୱ ତୁଲାଉଛନ୍ତି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ଶ୍ରମ କମିଶନର ତଥା ଓଡ଼ିଶା ଜୀବିକା ମିଶନ ନିର୍ଦ୍ଦେଶକ ୨୦୦୯ ବ୍ୟାଚ୍ ଆଇଏଏସ୍ ଡଃ ଥିରୁମାଳା ନାଏକଙ୍କୁ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ବଦଳି କରାଯାଇଛି । ଥିରୁମାଳାଙ୍କ ବଦଳି ପରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ପଦବୀକୁ ରାଜ୍ୟ ସରକାର ଆଇଏଏସ୍ କ୍ୟାଡ଼ରରେ ଅତିରିକ୍ତ ସଚିବଙ୍କୁ ମିଳୁଥିବା ସୁବିଧା ଓ ଦାୟିତ୍ୱ ସମକକ୍ଷ ଘୋଷଣା କରିଛନ୍ତି। 
ସେହିପରି ଓପେସା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା ୨୦୧୨ ବ୍ୟାଚ୍ ଆଇଏଏସ୍ ଅନୁପମ ଶାହଙ୍କୁ ଅତିରିକ୍ତ ଭାବେ ଶ୍ରମ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ଶାହ ପୂର୍ବଭଳି ‘ମୋ ସ୍କୁଲ’ କାର୍ଯ୍ୟକ୍ରମର ସଦସ୍ୟ ସଚିବ ଦାୟିତ୍ୱ ତୁଲାଇବେ ।

Advertisment

ଏହି ବିଜ୍ଞପ୍ତି ସମ୍ପର୍କରେ ରାଜ୍ୟ ସରକାର ଜାତୀୟ ନିର୍ବାଚନ କମିଶନଙ୍କ ପ୍ରମୁଖ ସଚିବ ରାହୁଲ ଶର୍ମାଙ୍କୁ ଅବଗତ କରାଇଛନ୍ତି । ସୂଚନାଯୋଗ୍ୟ, ଏବେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ବରିଷ୍ଠ ଆଇଏଏସ୍ ନିକୁଞ୍‌ଜ ବିହାରୀ ଧଳ କାର୍ଯ୍ୟ କରୁଛନ୍ତି । ସେହିପରି ବରିଷ୍ଠ ଓଏଏସ୍ ଅଫିସର ଶତ୍ରୁଘ୍ନ କର ଓ ମିହିର ପ୍ରସାଦ ମହାନ୍ତି ଉଭୟ ଅତିରିକ୍ତ ସିଇଓ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଓଏଏସ୍ ଅଫିସର ପ୍ରମୋଦ କୁମାର ସାହୁ ଯୁଗ୍ମ ସିଇଓ ଏବଂ ଓଏଏସ୍ ଲକ୍ଷ୍ମୀପ୍ରସାଦ ସାହୁ ଓ ପଦ୍ମଜା ଦାଶ ଡେପୁଟି ସିଇଓ ଭାବେ କାର୍ଯ୍ୟ କରୁଛନ୍ତି ।

BjD Election Ips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe