ଆଇଏଏସ୍ ସତ୍ୟବ୍ରତ ରାଉତ ବିଧାନସଭାର ନୂଆ ସଚିବ

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୧୩ ବ୍ୟାଚ୍ ଆଇଏଏସ୍ ସତ୍ୟବ୍ରତ ରାଉତଙ୍କୁ ଓଡ଼ିଶା ବିଧାନସଭାର ସଚିବ ଭାବେ ବଦଳି କରାଯାଇଛି । ଶ୍ରୀ ରାଉତ ଏବେ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଅଛନ୍ତି ।

Satyabrata Raut

ସତ୍ୟବ୍ରତ ରାଉତ

Ordigital Desk
  • Published: Friday, 31 January 2025
  • , Updated: 31 January 2025, 08:01 PM IST

ଓଡ଼ିଶା ବିଧାନସଭାର ସଚିବ ଭାବେ ଆଇଏଏସ୍ ସତ୍ୟବ୍ରତ ରାଉତଙ୍କୁ ନିଯୁକ୍ତି ମିଳିଛି । ସେ ବିଧାନସଭା ସଚିବ ତଥା ଓଏସଡି ଦାଶରଥୀ ଶତପଥୀଙ୍କ ସ୍ଥାନରେ ସଚିବ ଭାବେ କାର୍ଯ୍ୟ କରିବେ ।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୧୩ ବ୍ୟାଚ୍ ଆଇଏଏସ୍ ସତ୍ୟବ୍ରତ ରାଉତଙ୍କୁ ଓଡ଼ିଶା ବିଧାନସଭାର ସଚିବ ଭାବେ ବଦଳି କରାଯାଇଛି । ଶ୍ରୀ ରାଉତ ଏବେ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ଅଛନ୍ତି ।

ଜଗତସିଂହପୁର ଜିଲ୍ଲାର ମଧ୍ୟଶାସନଠାରେ ଜନ୍ମିତ ଶ୍ରୀ ରାଉତଙ୍କର ଦୀର୍ଘବର୍ଷର ପ୍ରଶାସନିକ ଅଭିଜ୍ଞତା ରହିଛି । ଶ୍ରୀ ରାଉତ ବିଜେଡି-ବିଜେପି ସରକାରରେ ପୂର୍ବତନ ଆଇନମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଓଏସଡି ଓ ବ୍ୟକ୍ତିଗତ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଅର୍ଥ ବିଭାଗରେ ଦୀର୍ଘବର୍ଷ ଧରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ ।  ସେ ଓଏଏସ୍‌ରୁ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି ହୋଇଥିଲେ । ସେ ବିଶିଷ୍ଟ ଶିକ୍ଷାବିତ୍ ତଥା ରାଜନୀତି ବିଜ୍ଞାନର ପ୍ରଫେସର ସ୍ୱର୍ଗତ ବିସି ରାଉତଙ୍କ ବଡ଼ପୁଅ ।

ସୂଚନାଯୋଗ୍ୟ,ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଅବସରପ୍ରାପ୍ତ ଅଫିସରଙ୍କ କାର୍ଯ୍ୟକାଳ ବୃଦ୍ଧି ଉପରେ ଏକପ୍ରକାର କଟକଣା ଲାଗିଛି । ତେଣୁ ୨୦୨୨ ଜାନୁୟାରୀରୁ ସରକାରୀ ଚାକିରିରୁ ଅବସର ନେବାପରେ ମଧ୍ୟ ଦାଶରଥୀ ଶତପଥୀ ବିଧାନସଭା ସଚିବ ପଦ ବଜାୟ ରଖିଥିଲେ । ବିଜେଡି ସରକାର ତାଙ୍କର କାର୍ଯ୍ୟକାଳକୁ ଦୁଇଥର ସମ୍ପ୍ରସାରଣ କରିଥିଲେ, ଯାହାକି ୨୦୨୫ ଜାନୁୟାରୀ ୩୧ତାରିଖ ଅର୍ଥାତ୍ ଆଜି ଶେଷ ହେଉଛି । ବିଜେପି ସରକାର ତାଙ୍କର କାର୍ଯ୍ୟକାଳ ସମ୍ପ୍ରସାରଣ ନକରି ନୂଆ ସଚିବ ଭାବେ ଶ୍ରୀ ରାଉତଙ୍କୁ ଅବସ୍ଥାପିତ କରିଛନ୍ତି ।

Related story