/odisha-reporter/media/post_attachments/uploadimage/library/16_9/16_9_0/IMAGE_1757763130.jpg)
IAS Shalini Pandit
ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ସଚିବ ତଥା ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତଙ୍କୁ କେନ୍ଦ୍ର ଅର୍ଥ ସେବା ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି । ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟିର ଅନୁମୋଦନ ପରେ ଆଜି ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।
ସୂଚନା ଅନୁସାରେ, ଶ୍ରୀମତୀ ପଣ୍ଡିତଙ୍କୁ କେନ୍ଦ୍ର ଅର୍ଥ ସେବା ଯୁଗ୍ମ ସଚିବ ଭାବେ ୫ବର୍ଷ ଅବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଯୁକ୍ତି ମିଳିଛି । ଶ୍ରୀମତୀ ପଣ୍ଡିତ ଏବେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ମିଶନ ଶକ୍ତି ବିଭାଗର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ସେ ଦୀର୍ଘବର୍ଷ ଧରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରିଛନ୍ତି । ବିଶେଷକରି କରୋନା ସମୟରେ ନିଜର ଦକ୍ଷତା ପ୍ରତିପାଦନ କରି ସେ ପ୍ରଶଂସିତ ହୋଇଥିଲେ । ୨୦୧୫ ନଭେମ୍ବରରେ ସେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମିଶନ ନିର୍ଦ୍ଦେଶିକା ଭାବେ ଯୋଗ ଦେଇ ପରେ ସେହି ବିଭାଗରେ ୨୦୨୪ ଅଗଷ୍ଟ ମାସ ପର୍ଯ୍ୟନ୍ତ ସଚିବ ପଦରେ ମଧ୍ୟ କାର୍ଯ୍ୟ କରିଥିଲେ । ରାଜ୍ୟରେ ନୂଆ ସରକାର ଆସିବା ପରେ ତାଙ୍କୁ ଗତବର୍ଷ ଅଗଷ୍ଟ ମାସରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ବଦଳି କରାଯାଇଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
