Advertisment

‘ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ କଲେ ନିସ୍ତାର ନାହିଁ, ନିଆଯିବ କଠୋର ପଦକ୍ଷେପ’

‘ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ କଲେ ନିଆଯିବ କଠୋର ପଦକ୍ଷେପ । ଯେ କେହି ବି ହୁଅନ୍ତୁ, ତାଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ।’

ଅଦ୍ୟତନ ହୋଇଛି
PRUTHIRAJ HARICHANDAN

PRUTHIRAJ HARICHANDAN

Advertisment

‘ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ କଲେ ନିଆଯିବ କଠୋର ପଦକ୍ଷେପ । ଯେ କେହି ବି ହୁଅନ୍ତୁ, ତାଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ।’ ଆଜି ଗଣମାଧ୍ୟମ ସମ୍ମୁଖରେ ଏଭଳି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଶ୍ରୀମନ୍ଦିର ଲୁହା କଡ଼େଇ ଅବଢ଼ା ପ୍ରସଙ୍ଗରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ।

Advertisment

ସେ କହିଛନ୍ତି, ଉକ୍ତ ମାମଲାର ଏବେ ବି ସମୀକ୍ଷା ଚାଲିଛି। ଯିଏ ବି ସମ୍ପୃକ୍ତ ଥିବା ଜଣାପଡ଼ିବ ତାଙ୍କୁ ନିସ୍ତାର ମିଳିବ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ତାଙ୍କ ବିରୋଧରେ କଠୋର ପଦକ୍ଷେପ ନେବ ।

 ସେପ୍ଟେମ୍ବର ୧୨ ତାରିଖରେ ଶ୍ରୀମନ୍ଦିର ରୋଷ ଘରେ ଅନ୍ନ ରନ୍ଧନରେ ଲୁହା କଡ଼େଇ ବ୍ୟବହାର ନେଇ ଅଭିଯୋଗ ଆସିବା ପରେ ତଦନ୍ତ ସହ କଡ଼େଇ ଜବତ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ବାରଣ ସତ୍ତ୍ୱେ କୋଠଭୋଗ ରୋଷ ଘରେ ଏହି ତିନି ସୁପକାର ଲୁହା କଡ଼େଇ ବ୍ୟବହାର କରି ଅନ୍ନ, ଡାଲି ରୋଷେଇ କରିଥିଲେ। ଏହାକୁ ନେଇ ସମଗ୍ର ରାଜ୍ୟବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା।

Advertisment

ଏହି ମାମଲାର ତଦନ୍ତ କରାଯାଇ ରିପୋର୍ଟ ଆସିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଥିଲେ ମୁଖ୍ୟ ପ୍ରଶାସକ। ସେମାନଙ୍କୁ ଶ୍ରୀମନ୍ଦିର ପରିସର ତଥା ଶ୍ରୀମନ୍ଦିର ରୋଷରେ ପ୍ରବେଶ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହି କଟକଣାକୁ କାର୍ଯ୍ୟକାରୀ କରିବାକୁ ବିହିତ ପଦକ୍ଷେପ ନେବା ପାଇଁ ଶ୍ରୀମନ୍ଦିର କମାଣ୍ଡର ଓ ଦେଉଳ କରଣଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Prithviraj Harichandan Puri Shreemandir Puri Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe