Advertisment

ମନ୍ତ୍ରୀ କହିଲେ- ହାତୀ ଭାଙ୍ଗିଲେ ମିଳିବ ନୂଆ ଘର

ଆଜି ବିଶ୍ବ ହସ୍ତୀ ଦିବସ ଅବସରରେ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବଡ଼ ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
Elephant

Elephant

Advertisment

ଦିନକୁ ଦିନ ତିକ୍ତ ହେବାରେ ଲାଗିଛି ହାତୀ ଓ ମଣିଷଙ୍କ ଭିତରେ ଥିବା ସମ୍ପର୍କ। ଜଙ୍ଗଲ କ୍ଷୟ ହେବାରୁ ହାତୀ ପଲ ଜନବସତି ମୁହାଁ ହେଉଛନ୍ତି। ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଯେଉଁଥିପାଇଁ ଅନେକ ସମୟରେ ହାତୀ ଓ ମଣିଷଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳେ। 

Advertisment

ଅନ୍ୟପଟେ ବିଭିନ୍ନ ସମୟରେ ମଣିଷଙ୍କ ରୋଷର ଶିକାର ହୋଇ ହାତୀ ମଧ୍ୟ ମରୁଛନ୍ତି। ଏହା ଛଡା ବିଦ୍ୟୁତ୍‌ ଆଘାତରେ ମଧ୍ୟ ହାତୀଙ୍କ ମୃତ୍ୟୁ ହେଉଛି। ଦୀର୍ଘ ବର୍ଷ ଧରି ଏହି ସମସ୍ୟା ଲାଗିରହିଥିଲେ ମଧ୍ୟ ଏହାର ଉଚିତ୍‌ ସମାଧାନ ହୋଇପାରୁନାହିଁ। ତେବେ ଏପରି ସ୍ଥଳେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି।

ଆଜି ବିଶ୍ବ ହସ୍ତୀ ଦିବସ ଅବସରରେ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଜଙ୍ଗଲ ଭିତରେ ଯେଉଁଠି ଗାଁ ଅଛି ସେଠରେ ସୋଲାର ବିଦ୍ୟୁତ୍‌ ଯୋଗାଇବା ପାଇଁ ବ୍ୟବସ୍ଥା ସହିତ ଖୋଲା ବିଦ୍ୟୁତ୍‌ ତାରକୁ କେବଲକୁ ପରିବର୍ତ୍ତନ କରାଯିବ। ଯାହା ଫଳରେ ହାତୀ ସୁରକ୍ଷିତ ରହିବେ।

Advertisment

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୂର୍ବରୁ ହାତୀ ଘର ଭାଙ୍ଗିଲେ ୨୦ ହଜାର ଟଙ୍କା କ୍ଷତିପୂରଣ ଦିଆଯାଉଥିଲା, କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ହାତୀ ଯୋଗୁଁ ଯଦି ଲୋକଙ୍କ ଘର ସମ୍ପୂର୍ଣ କ୍ଷତିଗ୍ରସ୍ତ ହୁଏ ତେବେ ସରକାରଙ୍କ ଗୃହ ଯୋଜନାରେ ଯେତିକି ଅର୍ଥ ହିତାଧିକାରୀଙ୍କୁ ମିଳୁଛି ସେତିକି ଅର୍ଥ କ୍ଷତିଗ୍ରସ୍ତଙ୍କୁ ନୂତନ ଘର ନିର୍ମାଣ ପାଇଁ ଦିଆଯିବ।

Odisha Minister Elephant Attack Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe