Advertisment

‘ଯଦି ଆବଶ୍ୟକ ପଡ଼େ ଶ୍ରୀମନ୍ଦିରରେ ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ’

ଶ୍ରୀମନ୍ଦିର ଜଣେ ସେବାୟତ କହିଛନ୍ତି, ସ୍ୱତ୍ତ୍ୱଲିପି ଅନୁସାରେ କୋଠ ଭୋଇ ପାଇଁ ଯେଉଁ ସବୁ ସାମଗ୍ରୀ ଆସିଥାଏ, ତାହା ଶ୍ରୀମନ୍ଦିର ପ୍ରଶାସନ ଯୋଗାଇଥାଏ। ଆଗରୁ ମହାପ୍ରଭୁଙ୍କ ପାଖରେ ଗୁଆ ଘିଆରେ ସବୁକିଛି ତିଆରି ହେଉଥିଲା।

Puri Temple

Puri Temple

Advertisment

ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିର ଲଡୁ ଅପମିଶ୍ରିତ ଘିଅରେ ତିଆରି ହେଉଥିବା ବିବାଦ ସାମ୍ନାକୁ ଆସିବା ପରେ ସତର୍କ ହୋଇଛନ୍ତି ଓଡ଼ିଶା ସରକାର। ଶ୍ରୀମନ୍ଦିରରେ ବ୍ୟବହୃତ ହେଉଥିବା ଘିଅ ନେଇ ଆଜି ବଡ଼ ବୟାନ୍‌ ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥଶଙ୍କର ସ୍ୱାଇଁ। ସେ କହିଛନ୍ତି, ଯଦି ଆବଶ୍ୟକ ପଡ଼େ ତା’ହେଲେ ଘିଅର ମାନ ଯାଞ୍ଚ ହେବ। ଏନେଇ ଓମ୍‌ଫେଡ୍‌ ଓ ଅନ୍ୟ ସଂସ୍ଥା ସହ ଆଲୋଚନା କରିବୁ। ଏଥିସହ ଦୀପ ଜଳାରେ ବ୍ୟବହୃତ ହେଉଥିବା ଘିଅ ଉପରେ ୱେଟ୍‌ ଆଣ୍ଡ ମେଜର ଓ ଫୁଡ୍‌ ସେଫ୍‌ଟି ବିଭାଗ ନଜର ରଖିଛି ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment

ସେପଟେ ଶ୍ରୀମନ୍ଦିର ଜଣେ ସେବାୟତ କହିଛନ୍ତି, ସ୍ୱତ୍ତ୍ୱଲିପି ଅନୁସାରେ କୋଠ ଭୋଇ ପାଇଁ ଯେଉଁ ସବୁ ସାମଗ୍ରୀ ଆସିଥାଏ, ତାହା ଶ୍ରୀମନ୍ଦିର ପ୍ରଶାସନ ଯୋଗାଇଥାଏ। ଆଗରୁ ମହାପ୍ରଭୁଙ୍କ ପାଖରେ ଗୁଆ ଘିଆରେ ସବୁକିଛି ତିଆରି ହେଉଥିଲା। ଏବେ ଓମ୍‌ଫେଡ୍‌ ଘିଅରେ କୋଠ ଭୋଗ ତିଆରି ହେଉଛି। ମହାପ୍ରଭୁଙ୍କ ଦୀପ ବସୁଛି ଓମ୍‌ଫେଡ୍‌ ଘିଅରେ। ଦୈନନ୍ଦିନ ରୋଷ ଘରେ ତିଆରି ହେଉଥିବା ପ୍ରସାଦ ଯଥା ଡାଲି, ଖଜା, ଅନ୍ୟାନ୍ୟ ବରାଦି ଭୋଗରେ ଓମ୍‌ଫେଡ ଘିଅ ପଡୁଛି। ଆମେ କୌଣସି ବାହାର ଘିଅ ବ୍ୟବହାର କରୁନାହୁଁ। ବର୍ତ୍ତମାନ ଯେଉଁ ଘିଅ ବ୍ୟବହାର ହେଉଛି, ତାହା ଅତି ଉତ୍ତମ ଘିଅ ବୋଲି ସେବାୟତ ଜଣକ କହିଛନ୍ତି।

ସୂଚନାରୁ ପ୍ରକାଶ, ତିରୁମାଳା ତିରୁପତି ବାଲାଜୀଙ୍କ ଅତି ପ୍ରିୟ ପ୍ରସାଦ ହେଉଛି ହେଉଛି ଲଡୁ। ଏହି ଲଡୁ ଘିଅରେ ପ୍ରସ୍ତୁତ ହୋଇଥାଏ। ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଟିଏ ଅତି ଶ୍ରଦ୍ଧାରେ ଏହି ଲଡୁକୁ ପ୍ରସାଦ ରୂପେ ଗ୍ରହଣ କରିଥାଏ। ଆଉ ପ୍ରଭୁଙ୍କ ଆଶୀର୍ବାଦ ନେଇଥାଏ। ହେଲେ ଗତ ସପ୍ତାହେ ହେଲା ଏହି ଲଡୁକୁ ନେଇ ନାନା ଚର୍ଚ୍ଚା ହେଉଛି। ପ୍ରଭୁଙ୍କ ଲଡୁ ମାଛ ତେଲ, ଘୁଷୁରି ଓ ଗୋରୁ ଚର୍ବିର ଅପମିଶ୍ରଣରେ ପ୍ରସ୍ତୁତ ହେଉଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

Advertisment
Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe