Advertisment

ପ୍ରାର୍ଥନା ନଶୁଣିବା ଯାଏଁ ଜଗା ଦୁଆର ଆଗରେ ବସିବେ ସୁଦର୍ଶନ

ଭକ୍ତଙ୍କ ପ୍ରବେଶ ନିମନ୍ତେ ଶ୍ରୀମନ୍ଦିର ୪ ଦ୍ୱାର ମଧ୍ୟରୁ ତୁରନ୍ତ ଗୋଟିଏ ଦ୍ୱାର ନ ଖୋଲିଲେ ପଶ୍ଚିମ ଦ୍ୱାର ସାମ୍ନାରେ ବସି ପ୍ରାର୍ଥନା କରିବେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

undefined

jagannath temple

Advertisment

ଭକ୍ତଙ୍କ ପ୍ରବେଶ ନିମନ୍ତେ ଶ୍ରୀମନ୍ଦିର ୪ ଦ୍ୱାର ମଧ୍ୟରୁ ତୁରନ୍ତ ଗୋଟିଏ ଦ୍ୱାର ନ ଖୋଲିଲେ ପଶ୍ଚିମ ଦ୍ୱାର ସାମ୍ନାରେ ବସି ପ୍ରାର୍ଥନା କରିବେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଠାକୁରଙ୍କ ଆରାଧାନ କରି ସେ ଏହି ନିଆରା ପ୍ରତିବାଦ ଜଣାଇବେ। ଯାହା ଦାବି ପୂରଣ ନହେବା ଯାଏଁ ଚାଲିବ। ଏନେଇ ସେ ଟ୍ୱିଟ କରି ଜଣାଇଛନ୍ତି। ଦାବିର ତୁରନ୍ତ ବିଚାର ନିମନ୍ତେ ସେ ପୁରୀ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଏସ୍‌ପିଙ୍କୁ ଟ୍ୱିଟ ଜରିଆରେ ନିବେଦନ କରିଛନ୍ତି। ଦାବି ପୂରଣ ନ ହେଲେ ସେ ମଧ୍ୟ ଶ୍ରୀମନ୍ଦିରକୁ ଯିବେନି କିମ୍ବା ଜଗା ଦର୍ଶନ କରିବେ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି।

Advertisment

ସେ କହିଛନ୍ତି, ଶ୍ରୀମନ୍ଦିର ଚାରିଦ୍ୱାର ମଧ୍ୟରୁ ଅତି କମ୍‌ରେ ଗୋଟିଏ ଦ୍ୱାରକୁ ସ୍ଥାନୀୟ ଭକ୍ତଙ୍କ ନିମନ୍ତେ ଖୋଲି ଦିଆଯାଉ। କରୋନା ମହାମାରୀ ସମୟରେ ସଂକ୍ରମଣ ରୋକିବାକୁ ଏକମାତ୍ର ସିଂହଦ୍ୱାର ଦେଇ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ବ୍ୟବସ୍ଥା ହୋଇଥିଲା। ବର୍ତ୍ତମାନ ଏହି ସ୍ଥିତି ବଦଳି ଯାଇଛି। ଏହାଛଡ଼ା ଚାରିଦ୍ୱାର ବନ୍ଦ କରିବା ଯୋଗୁ ସ୍ଥାନୀୟ ଭକ୍ତମାନେ ଶ୍ରୀମନ୍ଦିରକୁ ସୁବିଧା ଯାଇ ନପାରି ଅସନ୍ତୋଷ ପ୍ରକାଶ କରୁଛନ୍ତି। ଅନେକ ଭକ୍ତ ଅଛନ୍ତି ଯେଉଁମାନେ ମହାପ୍ରଭୁଙ୍କୁ ଦର୍ଶନ ନକଲେ କୌଣସି ଦିନ ଜଳ ମଧ୍ୟ ଗ୍ରହଣ କରନ୍ତି ନାହିଁ। ତେଣୁ ପ୍ରଶାସକୁ ଅନୁରୋଧ ସ୍ଥାନୀୟ ଲୋକଙ୍କ ତ୍ୟାଗକୁ ଲକ୍ଷ୍ୟରେ ରଖି ଅତି କମ୍‌ରେ ଗୋଟିଏ ଦ୍ୱାର ସେମାନଙ୍କ ପାଇଁ ଖୋଲି ଦିଆଯାଉ।

ଅନ୍ୟ ଦ୍ୱାର ଖୋଲିବା ନେଇ ଯେଉଁ କମିଟି କରାଯାଇଛି, ଉକ୍ତ କମିଟି ରିପୋର୍ଟ ଆଧାରରେ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ଭକ୍ତଙ୍କ ପ୍ରବେଶ ନିମନ୍ତେ ଖୋଲି ଦିଆଯାଉ। ଏହି ଦ୍ୱାର କାହିଁକି କରୋନା ପରଠାରୁ ଭକ୍ତଙ୍କ ପାଇଁ ବନ୍ଦ ହୋଇଛି ତାହା ପ୍ରଶାସନ ଜଣାଇବା ମଧ୍ୟ ଉଚିତ୍। ଯଦି ପରିକ୍ରମା ପ୍ରକଳ୍ପ ନିମନ୍ତେ କୌଣସି ଦ୍ୱାର ଦେଇ ଭକ୍ତ ଯିବା ଅସୁବିଧା ବା ବିପଦଜନକ ବୋଲି ପ୍ରଶାସନ ଭାବୁଛି, ଏନେଇ ଫଳକ ଲଗାଇ ସମସ୍ତଙ୍କୁ ଜଣାଇବା ଉଚିତ୍। ଭକ୍ତଙ୍କ ପ୍ରବେଶ ନିମନ୍ତେ ଯଦି ତୁରନ୍ତ ଶ୍ରୀମନ୍ଦିରର ଗୋଟିଏ ଦ୍ୱାର ଖୋଲା ନ ଯାଏ ତେବେ କାଲିଠାରୁ ପଶ୍ଚିମଦ୍ୱାର ପାଖରେ ବସି ପ୍ରାର୍ଥନା କରିବି। ଏହି ପ୍ରତିବାଦ ଦାବି ପୂରଣ ହେବା ଯାଏଁ ଚାଲିବ। ତୁରନ୍ତ ଆଉ ଗୋଟିଏ ଦ୍ୱାର ଭକ୍ତଙ୍କ ନିମନ୍ତେ ନଖୋଲିବା ଯାଏଁ ସିଏ ମଧ୍ୟ ଶ୍ରୀମନ୍ଦିରକୁ ଯିବେ ନାହିଁ କିମ୍ବା ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ନାହିଁ ବୋଲି ସୁଦର୍ଶନ କହିଛନ୍ତି।

Advertisment

Puri Shreemandir Puri Jagannath Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe