Advertisment

ବାତ୍ୟା ଭିତରକନିକା ହେନ୍ତାଳ ବଣରେ ଲ୍ୟାଣ୍ଡଫଲ୍‌ କଲେ କ’ଣ ହେବ?

ବାତ୍ୟାକୁ ନେଇ ପିସିସିଏଫ୍‌ କହିଛନ୍ତି, ଭିତରକନିକାରେ ପ୍ରାୟ ୨୦୦ ବର୍ଗ କିଲୋମିଟର ହେନ୍ତାଳ ବଣ ରହିଛି। ହେନ୍ତାଳ ବଣ ହେଉଛି ବାତ୍ୟା ବା ଜୁଆର ପାଇଁ କବଜ। ସମ୍ଭାବ୍ୟ ବାତ୍ୟା ସେଠାରେ ଲ୍ୟାଣ୍ଡଫଲ କଲେ ରାଜନଗର, ରାଜକନିଆକା ଆଦି ଅଞ୍ଚଳରେ ବେଶୀ କ୍ଷତିଗ୍ରସ୍ତ ହେବନାହିଁ।

Bhitarkanika National Park

Bhitarkanika National Park

Advertisment

ବାତ୍ୟା ‘ଦାନା’ ଭିତରକନିକାରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି। ଯଦି ବାତ୍ୟା ଭିତରକନିକା ହେନ୍ତାଳ ବଣରେ ଲ୍ୟାଣ୍ଡଫଲ୍‌ କଲେ, ତାହାହେଲେ କ’ଣ ହେବ? କୁମ୍ଭୀରମାନେ କଣ ଉଚ୍ଚ ଜୁଆରରେ ଗାଁକୁ ପଳାଇ ଆସିବେ? ଏପରି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି। ଏହାର ଉତ୍ତର ପିସିସିଏଫ୍‌ ସୁଶାନ୍ତ ନନ୍ଦ କହିଛନ୍ତି ଗୁରୁତ୍ୱପୂର୍ଣ୍ଣ କଥା।

Advertisment

ବାତ୍ୟାକୁ ନେଇ ପିସିସିଏଫ୍‌ କହିଛନ୍ତି, ଭିତରକନିକାରେ ପ୍ରାୟ ୨୦୦ ବର୍ଗ କିଲୋମିଟର ହେନ୍ତାଳ ବଣ ରହିଛି। ହେନ୍ତାଳ ବଣ ହେଉଛି ବାତ୍ୟା ବା ଜୁଆର ପାଇଁ କବଜ। ସମ୍ଭାବ୍ୟ ବାତ୍ୟା ସେଠାରେ ଲ୍ୟାଣ୍ଡଫଲ କଲେ ରାଜନଗର, ରାଜକନିଆକା ଆଦି ଅଞ୍ଚଳରେ ବେଶୀ କ୍ଷତିଗ୍ରସ୍ତ ହେବନାହିଁ। ଉଚ୍ଚ ଜୁଆରକୁ ହେନ୍ତାଳ ବଣ ଅଟକାଇବାରେ ସକ୍ଷମ ହେବ। ହେନ୍ତାଳ ବଣରେ ଥିବା ଭିତକନିକା ଜାତୀୟ ଉଦ୍ୟାନରେ କୁମ୍ଭୀର, ହରିଣ ଓ ପକ୍ଷୀଙ୍କ ସମାଗମ ରହିଛି। ସେମାନଙ୍କ ସୁରକ୍ଷା ପାଇଁ ଡିଏଫ୍‌ଓ ଦୁଇଟି ରାପିଡ୍‌ ରେସ୍‌ପନ୍ସ ଟିମ୍‌ ଗଠନ କରିଛନ୍ତି। ଜିଲ୍ଲା ପ୍ରଶାସନ ସହାୟତାରେ ଆଉ ୫ଟି ଟିମ୍‌ ରାସ୍ତାଘାଟ ସଫା କରିବା ପାଇଁ ଗଠନ କରାଯାଇଛି ବୋଲି ପିସିସିଏଫ୍‌ କହିଛନ୍ତି।

ପିସିସିଏଫ୍‌ ଆହୁରି କହିଛନ୍ତି, ବାତ୍ୟା ଲ୍ୟାଣ୍ଡଫଲ କଲେ ଯଦି ଉଚ୍ଚ ଜୁଆର ଆସେ, ତାହାହେଲେ କିଛି କୁମ୍ଭୀର ଗାଁ ଗୁଡ଼ିକୁ ଯାଇପାରନ୍ତି। ଠିକ୍‌ ସେତିକି ବେଳେ ରାପିଡ୍‌ ରେସ୍‌ପନ୍ସ ଟିମ୍‌ ସେମାନଙ୍କୁ(କୁମ୍ଭୀର) ଉଦ୍ଧାର କରି ଭିତରକନିକାରେ ଛାଡ଼ିବେ। ତେବେ ବାତ୍ୟା ବେଳେ ହରିଣ ବା ପକ୍ଷୀଙ୍କର କିଛି କ୍ଷତି ହେବନାହିଁ। ହରିଣମାନେ ଉଚ୍ଚା ସ୍ଥାନକୁ ପଳାଇଯିବେ। ଆଉ ପକ୍ଷୀମାନେ ବାତ୍ୟା ପୂର୍ବରୁ ଉଡି ପଳାଇବେ। ଯଦି କୌଣସି ଚଢ଼େଇ ବସା ବାନ୍ଧି ଛୁଅ ଦେଇଥିବ, ସେମାନଙ୍କ ପ୍ରତି ବିପଦ ରହିଛି। କିନ୍ତୁ ସେଥିପ୍ରତି ବନ ବିଭାଗ ସଜାଗ ରହିଛି। ଯଦି କୌଣସି ପ୍ରାଣୀ ବା ପକ୍ଷ ଆହତ ହୁଅନ୍ତି ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ଚିକିତ୍ସା ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ପିସିସିଏଫ୍‌ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, କୁମ୍ଭୀରମାନେ ସାଧାରଣତଃ ତ୍ରିକୋଣ ଭୂମି(ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ)ରେ ରୁହନ୍ତି। ସେହି ତ୍ରିକୋଣ ଭୂମିଟି ହେନ୍ତାଳ ବଣ ଦ୍ୱାରା ଆଚ୍ଛାଦିତ ହୋଇଛି। ତେଣୁ ଜୁଆରକୁ ହେନ୍ତାଳ ବଣ ଅଟକାଇବାରେ ସଫଳ ହେବ। ତା’ପରେ ଯଦି କୁମ୍ଭୀରମାନେ ପଳାଇ ଆସନ୍ତି, ତାହାହେଲେ ସେମାନେ ଗାଁ ପୋଖରୀ ବା ନାଳରେ ରହିପାରନ୍ତି। ସେହି କୁମ୍ଭୀରମାନଙ୍କୁ ଧରିବା ପାଇଁ ରାପିଡ୍‌ ରେସ୍‌ପନ୍ସ ଟିମ୍‌ ରେଡ୍ଡି ହୋଇ ରହିବ। ବାତ୍ୟା ଛାଡ଼ିବା ପରେ ଗାଁ ଲୋକେ ପୋଖରୀ ବା ନାଳକୁ ବ୍ୟବହାର କରନ୍ତୁ ନାହିଁ। କିଛି ଦିନ ଅପେକ୍ଷା କରନ୍ତୁ। କୁମ୍ଭୀର ଆସିନଥିବା ବୋଲି କନ୍‌ଫର୍ମ ହେଲା ପରେ ପୋଖରୀକୁ ଯାଆନ୍ତୁ ବୋଲି ପିସିସିଏଫ୍‌ କହିଛନ୍ତି।

Cyclone Dana Bhitarkanika National Park
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe