/odisha-reporter/media/post_attachments/uploadimage/library/16_9/16_9_0/Police_1689768146.jpg)
Police
ଦୁଇ ଲାଞ୍ଚୁଆ ପୁଲିସ୍ଙ୍କୁ ଧରିଲା ଭିଜିଲାନ୍ସ। ମଦ ବ୍ୟବସାୟୀଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଥାନା ଅଧିକାରୀ ଓ ଏଏସ୍ଆଇଙ୍କୁ ଭିଜିଲାନ୍ସ ମାଡ଼ି ବସିଲା। ଏଥିସହ ସେମାନଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି। ବାଲେଶ୍ୱର ସଦର ମହକୁମାରୁ ଆସିଛି ଏପରି ଖବର।
ବାଲେଶ୍ୱର ଜିଲ୍ଲା ପାତ୍ରପଡ଼ା, ବଳରାମଗଡ଼ି ଓ ଫୁଲାଡ଼ିରେ ନବକୁମାର ରାୟଙ୍କର ୩ଟି ସରକାରୀ ଠିପି ବନ୍ଦ ମଦ ଦୋକାନ ରହିଛି। ତେବେ ବଳରାମଗଡ଼ିରେ ଥିବା ମଦ କାଉଣ୍ଟର ପାଇଁ ଚାନ୍ଦିପୁର ଥାନାର ଆଇଆଇସି ଗଣେଶ୍ୱର ପ୍ରଧାନ ମାସିକିଆ ବଟି ବାବଦକୁ ୫୦ ହଜାର ଟଙ୍କା ଦାବି କରୁଥିଲେ। ଏଥିପାଇଁ ଏଏସ୍ଆଇ ବଳି ମହାନ୍ତି ମଧ୍ୟସ୍ଥତା କରୁଥିଲେ। କିନ୍ତୁ ଏହି ବଟି ଟଙ୍କା ଦେବା ପାଇଁ ରାଜି ନଥିଲେ ନବକୁମାର। ସେ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।
ଯୋଜନା ଅନୁସାରେ ନବକୁମାର ଆଜି ଏଏସ୍ଆଇ ବଳି ମହାନ୍ତିଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ। ସେହି ସ୍ଥାନରେ ପୂର୍ବରୁ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ। ପରେ ଏହି ମାମଲାରେ ଆଇଆଇସି ଗଣେଶ୍ୱର ପ୍ରଧାନଙ୍କୁ ଧରିଥିଲା ଭିଜିଲାନ୍ସ। ଏଥିସହ ସେମାନଙ୍କଠାରୁ କେମିକାଲ୍ ଗୋଳା ନୋଟ୍ ଜବତ କରିଥିଲା। ଏହା ପରେ ଭିଜିଲାନ୍ସର ୩ଟି ଟିମ୍ ସୋର ସମେତ ୩ଟି ସ୍ଥାନରେ ଚଢ଼ଉ ଜାରି ରଖିଛି।
ରିପୋର୍ଟ-ବାଲେଶ୍ୱରରୁ ରଞ୍ଜିତ ପାକଳ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
