/odisha-reporter/media/post_attachments/uploadimage/library/16_9/16_9_0/IMAGE_1724779201.jpg)
Krushna Chandra Mahapatra
ରାଜଧାନୀ ଭୁବନେଶ୍ୱରରେ ବେଆଇନ ଭାବେ ନିର୍ମାଣ ହୋଇଥିବା ୧୯୧ଟି ଆପାର୍ଟମେଂଟ ଓ ଘରକୁ ସମ୍ପୂର୍ଣ୍ଣ ଭୂମିସାତ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
ଆଜି ବିଧାନସଭାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ) ଅଂଚଳରେ ବେଆଇନ ଭାବେ ଆପାର୍ଟମେଂଟ ଓ କୋଠା ନିର୍ମାଣ ହୋଇଥିବାରୁ ମୋଟ ୪୯୧ଟି ମାମଲା ରୁଜୁ ହୋଇଛି । ସେଥିରୁ ୧୯୧ଟି ମାମଲାରେ ଉଭୟ ଆପାର୍ଟମେଂଟ ଓ ଘର ଭୂମିସାତ୍ କରିବାକୁ ଆଦେଶ ଦିଆଯାଇଛି । ୬୩ଟି ମାମଲାକୁ ଖାରଜ କରାଯାଇଛି । ବାକି ୨୩୭ଟି ମାମଲା ଏବେବି ବିଚାରାଧୀନ ରହିଛି । ଏହି ବେଆଇନ ଆପାର୍ଟମେଂଟ ଓ କୋଠା ନିର୍ମାଣକାରୀଙ୍କ ବିରୁଦ୍ଧରେ ମୋଟ ୧୪୪୪ଟି ମାମଲା ରୁଜୁ ହୋଇଥିଲାବେଳେ ସେଥିରୁ ୪୫୧ଟି ମାମଲାର ଫଇସଲା ସରିଛି । ୯୯୩ଟି ମାମଲା ଏବେବି ବିଚାରାଧୀନ ରହିଛି । ଆଇନ ଉଲ୍ଲଘଂନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଅଧିନିୟମ-୧୯୮୨ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
