Advertisment

ପୁରୀ ବେଳାଭୂମିକୁ ବିକ୍ରି କରିବାକୁ ମସୁଧା, ଚାଲିଛି ପ୍ଲଟିଂ

ପୁରୀ ବେଳାମାର୍ଗ ଷ୍ଟର୍ଲିନ୍ ଛକ ନିକଟରେ ଏଭଳି ବେଆଇନ୍ କାର୍ଯ୍ୟକଳାପ ଦେଖିବାକୁ ମିଳିଛି । ବେଳାଭୂମି ବାଲି ଉପରେ ପ୍ଲଟିଂ ହୋଇଥିବା ଜାଗା ଚିହ୍ନଟ ପାଇଁ ପୋତା ହୋଇଛି ଶହ ଶହ ହଳଦିଆ ଖୁଣ୍ଟି।

Puri

Puri

Advertisment

ପୁରୀ ବେଳାଭୂମିକୁ ବିକ୍ରି କରିବାକୁ ଚାଲିଛି ମସୁଧା। ପୁରୀ ବେଳାଭୂମିରେ ଚାଲିଛି ପ୍ଲଟିଂ। ଖଣ୍ଡ ଖଣ୍ଡ କରି ବେଳାଭୂମିକୁ ବିକ୍ରି କରିବାକୁ ଚାଲିଛି ଷଡଯନ୍ତ୍ର । ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଏ ସଂପର୍କରେ ଜାଣିବା ପରେ ଏହା ବିରୋଧରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ବି ଆରମ୍ଭ ହୋଇସାରିଛି।

Advertisment

ପୁରୀ ବେଳାମାର୍ଗ ଷ୍ଟର୍ଲିନ୍ ଛକ ନିକଟରେ ଏଭଳି ବେଆଇନ୍ କାର୍ଯ୍ୟକଳାପ ଦେଖିବାକୁ ମିଳିଛି । ବେଳାଭୂମି ବାଲି ଉପରେ ପ୍ଲଟିଂ ହୋଇଥିବା ଜାଗା ଚିହ୍ନଟ ପାଇଁ ପୋତା ହୋଇଛି ଶହ ଶହ ହଳଦିଆ ଖୁଣ୍ଟି। ଏହା ପଛରେ ବଡ଼ ବଡ଼ ଜମି ମାଫିଆଙ୍କ ହାତ ଥିବା ସୂଚନା ମିଳିଛି। ସୁଚିନ୍ତିତ ଭାବେ ଜମି ମାଫିଆମାନେ ବେଳାଭୂମିର ଏହି ଜାଗାକୁ ବିକ୍ରି ପାଇଁ ବାହାର ରାଜ୍ୟର ଗ୍ରାହକ ଯୋଗାଡ଼ କରିଥିବା ସୂଚନା ମିଳିଛି ।

ସିଆରଜେଡ୍ ନିୟମର ଏହା ଖୋଲା ଉଲ୍ଲଂଘନ ଓ ଦଣ୍ଡନୀୟ ଅପରାଧ। ୪ ଭାଗରେ ବିଭକ୍ତ ସିଆରଜେଡ୍ ଭିତରୁ ସମୁଦ୍ର ଜଳରାଶିକୁ ଲାଗି ରହିଥିବା କୂଳବର୍ତ୍ତୀ ଅଞ୍ଚଳ ସିଆରଡେଜ୍ -୧ ଓ ସିଆରଜେଡ୍ -୨ରେ ଆସୁଛି।

Advertisment

ସିଆରଜେଡ୍ ଆଇନ ଅଧୀନ ପରିବେଶ ଆଇନ-୧୯୮୬ର ସେକ୍ସନ୍ -୩ ଆଧାରରେ ଏଠାରେ ଖନନ ଓ ନିର୍ମାଣ ଦଣ୍ଡନୀୟ ଅପରାଧ। କୌଣସି ପରିସ୍ଥିତିରେ ବି ଏଠାରେ କଂକ୍ରିଟ୍ ନିର୍ମାଣ ହୋଇପାରିବନାହିଁ ।

କିନ୍ତୁ ସିଆରଜେଡ୍ ନିୟମର ଖୋଲା ଉଲ୍ଲଂଘନ କରି ଷ୍ଟର୍ଲିନ୍ ଛକ ବୁଲାଣି ନିକଟରେ ସମୁଦ୍ରକୁ ଲାଗି ବେଳାଭୂମି ଉପରେ କରାଯାଇଛି ପ୍ଲଟିଂ। ଯେଉଁଠି ସମୁଦ୍ର ଜଳରାଶି ବି ଆସି ମାଡ଼ ହେଉଛି। ଅପରପକ୍ଷରେ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଏ ସଂପର୍କରେ ଜାଣିବା ପରେ ଏହା ବିରୋଧରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ବି ଆରମ୍ଭ ହୋଇସାରିଛି।

ତେବେ ଘଟଣା ସଂପର୍କରେ ଜିଲ୍ଲାପାଳ କହିଛନ୍ତି ଘଟଣାର ତଦନ୍ତ ଚାଲିଛି । ସେଟେଲମେଣ୍ଟ ବେଳେ ବେଳାଭୂମିର କିଛି ଅଂଶ ସ୍ଥିତିବାନ ଜମି ଭାବେ ଲୋକଙ୍କୁ ମିଳିଥିଲା । ସେହି ଜମିରେ ଚାଲିଛି ନିର୍ମାଣ କାମ । ତେବେ କେମିତି ବେଳାଭୂମିରେ ସ୍ଥିତିବାନ ଜମି ମିଳିଲା ତାହାର ତଦନ୍ତ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।

Puri Puri Sea Beach
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe