Advertisment

ଚାଲିଥିଲା ବାଲି ଚୋରାଚାଲାଣ, ଅଧା ବାଟରେ ମାଡ଼ି ବସିଲେ ବିଧାୟକ

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବାଙ୍ଗରଡ଼ା ପଞ୍ଚାୟତ ଆମ୍ବପୁଆ ଗାଁ ନିକଟ ବାଲିଘାଟରୁ ଦିନ ଦିପହରେ ରାଜସ୍ୱ ବିଭାଗର ଆଖିରେ ଆଙ୍ଗୁଠି ଗେଞ୍ଜି ଶହ ଶହ ହାଇୱାରେ ବାଲି ଚୋରା ଚାଲାଣ ହେଉଛି।

ଅଦ୍ୟତନ ହୋଇଛି
sand

Sand

Advertisment

ଫିଲ୍ମ ଷ୍ଟାଇଲରେ ବେଆଇନ ବାଲି ଚୋରାଚାଲାରର ଗୁମର ଖୋଲି ଦେଇଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ। ବେଧଡ଼କ ଭାବେ ବାଲି ଚୋରା ଚାଲାଣ ଚାଲିଥିବା ବେଳେ ଏହାକୁ ଅଧା ବାଟରେ ଗାଡ଼ିଗୁଡ଼ିକୁ ଅଟକାଇ ପୂରା ଗ୍ୟାଙ୍ଗକୁ ପୁଲିସ ହାତରେ ଧରାଇଛନ୍ତି ବିଧାୟକ।

Advertisment

ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବାଙ୍ଗରଡ଼ା ପଞ୍ଚାୟତ ଆମ୍ବପୁଆ ଗାଁ ନିକଟ ବାଲିଘାଟରୁ ଦିନ ଦିପହରେ ରାଜସ୍ୱ ବିଭାଗର ଆଖିରେ ଆଙ୍ଗୁଠି ଗେଞ୍ଜି ଶହ ଶହ ହାଇୱାରେ ବାଲି ଚୋରା ଚାଲାଣ ହେଉଛି। ଏଥିଯୋଗୁ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ୱ ହରାଉଛନ୍ତି। କିନ୍ତୁ ଶନିବାର ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ପୂରା ଘଟଣା ଉପରୁ ପରଦା ହଟାଇ ଦେଇଛନ୍ତି।

ବିଧାୟକ ବିଷୋୟୀ ଶନିବାର ପୋଲସରାରୁ ଗୋଟିଏ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଟ୍ରାଫିଜ ଜାମ ହୋଇଥିଲା। ସେ ଦେଖିବାକୁ ପାଇଥିଲେ ୪ରୁ ୫ଟି ହାଇୱାରେ ବାଲି ନେଇ ଯାଉଥିବାରୁ ଯାତାୟାତ ବାଧପ୍ରାପ୍ତ ହେଉଛି। ଏହା ଦେଖି ବିଧାୟକ ହାଇୱା ଗାଡ଼ିଗୁଡ଼ିକୁ ଅଟକାଇଥିଲେ।

Advertisment

ଡ୍ରାଇଭରମାନଙ୍କୁ ବାଲି ଚାଲାଣ କରିବା ପାଇଁ ଅନୁମତି ପତ୍ର ଦିଆଯାଇଛି କି ନାହିଁ ପଚାରି ବୁଝିଥିଲେ। ହେଲେ ଡ୍ରାଇଭର କୌଣସି ସରକାରୀ ରସିଦ ଦିଆଯାଇ ନଥିବା କହିବା ପରେ ବିଧାୟକ ପୂରା ରାଗି ଯାଇଥିଲେ। ସେ ସିଧା ବାଲି କେଉଁଠୁ ଆଣିଛ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ସେ ସିଧା ଯାଇ ଗାଁ ନିକଟରେ ଥିବା ବାଲି ଘାଟ ପାଖରେ ପହଞ୍ଚି ଯାଇଥିଲେ।

ସେଠାରେ ଆହୁରି ୨୦ରୁ ୨୫ଟି ହାଇୱା ବାଲି ଚାଲାଣ କରିବାକୁ ଛିଡ଼ା ହୋଇଥିବା ଦେଖି ପୂରା ଚକିତ ହୋଇଯାଇଥିଲେ। ବାଲି ଚୋରା ଚାଲାଣ ପାଇଁ ହାଇୱାଗୁଡ଼ିକ ଆସିଥିବା ସେ ଜାଣିବା ପରେ ତୁରନ୍ତ ସ୍ଥାନୀୟ ପ୍ରଶାସନ, ମାଇନ୍ସ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ।

ମାଫିଆ ରାଜକୁ ବିରୋଧ କରିବା ସହ ବିନା ଟେଣ୍ଡରରେ କେମିତି ବାଲି ଚାଲାଣ କରାଯାଉଛି ବୋଲି ପ୍ରଶ୍ନ କରି ସେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନକୁ କହିଛନ୍ତି।

ସ୍ଥାନୀୟ ପ୍ରଶାସନ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଗୁଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ବେଆଇନ ଭାବେ ବାଲି ନେଉଥିବା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଖଣିଜ ବିଭାଗର କନିଷ୍ଠ ଅଧିକାରୀ ଶୁକ୍ରୁ ବେହେରା କହିଛନ୍ତି।

ରିପୋର୍ଟ: ରାଜେଶ କୁମାର ପଣ୍ଡା

Odisha Odisha Sand Mining Sand Mafia MLA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe