Advertisment

ପ୍ରବାସୀ ଭାରତୀୟ ଦେଖିବେ ଓଡ଼ିଶା କଳା ଓ ସଂସ୍କୃତିର ଝଲକ

ଭୁବନେଶ୍ୱର ଜନତା ମୈଦାନରେ ମଇଦାନରେ ୮ରୁ ୧୦ ଯାଏଁ ଚାଲିବ ପ୍ରବାସୀ ଭାରତୀୟ ଦିବସ। ଏହି ମେଗା ସମ୍ମିଳନୀରେ ୭୦ରୁ ଅଧିକ ଦେଶରୁ ପ୍ରାୟ ୭ ହଜାର ଭରତୀୟ ବଂଶୋଦ୍ଭବ ଓ ପ୍ରବାସୀ ଭାରତୀୟ ଯୋଗଦେବେ।

author-image
Manoranjan Sial
BBSR

BBSR

ଭୁବନେଶ୍ୱରରେ ଜମିବ ୭ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କ ଭିଡ଼। ସେଥିପାଇଁ ସଜେଇ ହେଉଛି ମନ୍ଦିର ମାଳିନୀ ସହର ଭୁବନେଶ୍ୱର। ସବୁଠି ଦେଖିବାକୁ ମିଳିଛି ଓଡ଼ିଶା କଳା ଓ ସଂସ୍କୃତିର ଝଲକ। ଏହି ମହା ଆୟୋଜନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବେ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ଯାପନୀ ଉତ୍ସବରେ ଯୋଗଦେବେ। ଆତିଥେୟତାରେ ଓଡ଼ିଶା କିପରି ବିଶ୍ୱରେ ନାଁ କରିବ, ସେଥିପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହ ରାଜ୍ୟ ସରକାର ମିଶି କରୁଛନ୍ତି ବଡ଼ ତୟାରି।

Advertisment

ଭୁବନେଶ୍ୱର ଜନତା ମୈଦାନରେ ମଇଦାନରେ ୮ରୁ ୧୦ ଯାଏଁ ଚାଲିବ ପ୍ରବାସୀ ଭାରତୀୟ ଦିବସ। ଏହି ମେଗା ସମ୍ମିଳନୀରେ ୭୦ରୁ ଅଧିକ ଦେଶରୁ ପ୍ରାୟ ୭ ହଜାର ଭରତୀୟ ବଂଶୋଦ୍ଭବ ଓ ପ୍ରବାସୀ ଭାରତୀୟ ଯୋଗଦେବେ। ତେଣୁ ସେଠି ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଝଲକ ଦେଖାଇବାକୁ ଓଡ଼ିଶା ସରକାର- ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସହ ମିଳିତ ଭାବେ ଲାଗି ପଡ଼ିଛନ୍ତି। ଜାନୁଆରୀ ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟ ଏକ୍ସପ୍ରେସକୁ ଫ୍ଲାଗ୍‌ ଅଫ୍‌ କରିବେ। ସେଥିପାଇଁ ସୁରକ୍ଷା ଯାଞ୍ଚ ଜୋରଦାର ଚାଲିଛି।

ସେପଟେ ପୂରା ରାଜଧାନୀକୁ ଓଡ଼ିଶାର ପାରମ୍ପରିକ ଚିତ୍ରକଳାରେ ନିମଗ୍ନ କରାଯାଉଛି। କାନ୍ଥ ବାଡ଼ରେ ନୂଆ ନୂଆ ଥିମ୍‌ ଅଙ୍କା ଯାଉଛି। ସୁନ୍ଦର ଆଲୋକମାଳାରେ ଏବେଠୁ ଝଲସିଲାଣି ଭୁବନେଶ୍ୱର। ପରିମଳ ଓ ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଖୋଦ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ। ଭୁବନେଶ୍ୱର ବାଦ କଟକ, ପୁରୀ ଓ କୋଣାର୍କ ଆଦି ସହରରେ ଥିବା ୩୧ଟି ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ଅତିଥିଙ୍କୁ ନେବା ଆଣିବା ପାଇଁ ଡବଲ ଡେକର ବସ୍‌ର ବ୍ୟବସ୍ଥା କରାଯାଇଛି।

Advertisment

୨୦୨୫ ମସିହା ଭୁବନେଶ୍ୱରରେ ୩ ଦିନିଆ ସମ୍ମିଳନୀର ଥିମ୍‌ ରହିଛି- ‘ବିକଶିତ ଭାରତ ପାଇଁ ପ୍ରବାସୀ ଭାରତୀୟଙ୍କ ଅବଦାନ’। ତା’ସହ ଉକ୍ତ ଅବସରରେ ପ୍ରବାସୀ ଭାରତୀୟଙ୍କୁ ଏକ ସୂତ୍ରରେ ବାନ୍ଧିବାକୁ ୫ଟି ଦିଗକୁ ଫୋକସ୍‌ କରାଯାଇଛି। ସେଗୁଡିକ ହେଲା

୧- ବୈଶ୍ୱିକ ପୃଥିବୀରେ ପ୍ରବାସୀ ଯୁବ- ଭାରତୀୟଙ୍କ ନେତୃତ୍ୱ

୨- ପ୍ରତିବନ୍ଧକ ଭାଙ୍ଗି ସେତୁ ନିର୍ମାଣ ଓ ସ୍ଥାନାନ୍ତର କୌଶଳର କାହାଣୀ

୩- ସବୁଜ ସଂଯୋଗ ବା ସ୍ଥାୟୀ ସମାବେଶୀ ବିକାଶରେ ପ୍ରବାସୀଙ୍କ ଅବଦାନ

୪- ପ୍ରବାସୀ ଦିବସ: ମହିଳା ନେତୃତ୍ୱ ଏବଂ ନାରୀ ଶକ୍ତି ପ୍ରଭାବର ଇସ୍ତାହାର

୫- ପ୍ରବାସୀ ଭାରତୀୟଙ୍କ ମୁହଁରୁ ସଂସ୍କୃତି, ସଂଯୋଗ ଓ ସମ୍ପର୍କର କାହାଣୀ।

ଓଡ଼ିଶାରୁ ଯେଉଁମାନେ ବିଦେଶରେ ବସବାସ କରିଛନ୍ତି, ସେମାନେ କିପରି ଓଡ଼ିଶା ଆସି ନିଜ ମୂଳ ସଂସ୍କୃତି ସହ ଯୋଡି ହେବେ, ତାକୁ ମଧ୍ୟ ସମ୍ମିଳନୀରେ ଗୁରୁତ୍ୱ ଦିଆଯିବ। ତା’ସହ ସମ୍ମିଳନୀରୁ ପ୍ରବାସୀ ଭାରତୀୟମାନଙ୍କ ପାଖରୁ ଆର୍ଥିକ, ବୈଷୟିକ ଏବଂ କୌଶଳ ଗତ ସହଯୋଗ ପାଇଁ ମଧ୍ୟ ଉଦ୍ୟମ କରାଯିବ। ସମ୍ମିଳନୀ ଜରିଆରେ ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବାରେ ସହଯୋଗ ମିଳିବ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ବିଶେଷଜ୍ଞ ମାନସ ବେହେରା।

୨୦୧୫ ମସିହା ପରଠୁ ଏ ସମ୍ମିଳନୀ ପ୍ରତି ଦୁଇବର୍ଷରେ ଥରେ ଆୟୋଜନ କରାଯାଉଛି। ଅଦ୍ୟାବଧି ଭୁବନେଶ୍ୱର ସମ୍ମିଳନୀ ପାଇଁ ପ୍ରାୟ ୩ ହଜାର ପ୍ରବାସୀ ଭାରତୀୟ ସେମାନଙ୍କ ନାଁ ପଞ୍ଜିକରଣ କରି ସାରିଲେଣି। ଶେଷ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ। ତାଙ୍କ ସହ ସେଦିନ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି ମଧ୍ୟ ମୁଖ୍ୟ ଅତିଥି ସାଜିବେ।

Bhubaneswar Bhubaneswar News