Advertisment

ପ୍ରବାସୀ ଭାରତୀୟ ଦିବସ: ୯ରେ ପ୍ରଧାନମନ୍ତ୍ରୀ, ୧୦ରେ ଆସିବେ ରାଷ୍ଟ୍ରପତି

ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଭୁବନେଶ୍ୱରକୁ ସୁନ୍ଦର କରିବାକୁ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

Pravasi Bharatiya Divas Preparation Meeting

Pravasi Bharatiya Divas Preparation Meeting

Advertisment

ଭୁବନେଶ୍ଵରରେ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ ତାରିଖରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ। ୧୦ ତାରିଖ ଉଦଯାପନୀ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ୱରରେ ଆୟୋଜନ ହେବାକୁ ଥିବା ୧୮ଶ ପ୍ରବାସୀ ଭାରତୀୟ ଦିବସର ସଫଳ ଆୟୋଜନ ପାଇଁ ଆଜି ଖାରବେଳ ଭବନରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର।

Advertisment

ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ସବୁଠୁ ଭଲ ହେବ ବୋଲି ବିଶ୍ୱାସ ରଖି କାମ କରୁଛି ବିଭାଗ। ମୁଖ୍ୟମନ୍ତ୍ରୀ ନିଜେ ଏହାକୁ ଗୁରୁତର ସହ ଅନୁଧ୍ୟାନ କରୁଛନ୍ତି। ଆଜିର ବୈଠକରେ ସଂସ୍କୃତି ବିଭାଗ ଓ ପର୍ଯ୍ୟଟନ ବିଭାଗ ଅଧିକାରୀ, କଟକ, ପୁରୀ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ବିଡିଏ, ବିଏମସି, ସିଏମସିର ଅଧିକାରୀ ଉପସ୍ଥିତ ରହିଥିଲେ। ଦୁଇ ବିଧାୟକ ଓ ମେୟରମାନଙ୍କ ମତ ମଧ୍ୟ ନିଆଯାଇଛି। ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ କିଭଳି ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ, ପର୍ଯ୍ୟଟନ କ୍ଷେତ୍ରର ସୌନ୍ଦର୍ଯ୍ୟକରଣ କରାଯିବ ସେନେଇ ଆଲୋଚନା ହୋଇଛି। ବିଶ୍ୱର ୧୪୦ ଦେଶରୁ ୫ ହଜାରରୁ ୭ ହଜାର ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହାଛଡ଼ା ଦେଶ ଭିତରୁ ଓ ବାହାରୁ ମଧ୍ୟ ଅନେକ ଅତିଥି ଏଥିରେ ଯୋଗଦେବେ।

ଜାନୁଆରୀ ୮, ୯, ୧୦ ତାରିଖ ୩ ଦିନ ଧରି କାର୍ଯ୍ୟକ୍ରମ ଚାଲିବ। ପ୍ରବାସୀ ଭାରତୀୟମାନେ ଓଡ଼ିଶାର ଲୋକଙ୍କ କଳା, ସଂସ୍କୃତି, ପରମ୍ପରାର ଝଲକ ଦେଖିବେ। ପ୍ରବାସୀ ଭାରତୀୟ ରହଣୀ ପାଇଁ ପର୍ଯ୍ୟଟନ ବିଭାଗକୁ ଦାୟିତ୍ଵ ଦିଆଯାଇଛି। ଯେମିତି ସେମାନେ କୌଣସି ଠକାମୀର ଶିକାର ନହେବେ, ସେଥିପାଇଁ ବିଭାଗ ସଚେତନ ରହିଛି। ସେମାନଙ୍କ ଲାଗି ଭୁବନେଶ୍ଵର ଆଖପାଖରେ ଥିବା ସମସ୍ତ ହୋଟେଲ ସମେତ ବିଭିନ୍ନ ବିଭାଗର ଆଇବି, ଅତିଥି ଭବନ ବୁକିଂ ହେବ। ଏହା ସହ ସୁବିଧାଜନକ ଗମନାଗମନ ପାଇଁ CRUT ୫ଟି ଡବଲ ଡେକର ବସ ସହ ୫୦ଟି ନୂଆ ବସ ଯୋଗାଇବ। ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯିବ। ଭୁବନେଶ୍ୱରକୁ ସୁନ୍ଦର କରିବାକୁ ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

Advertisment
Bhubaneswar Pravasi Bharatiya Divas Overseas Indian Day Krushna Chandra Mohapatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe