/odisha-reporter/media/post_attachments/uploadimage/library/16_9/16_9_0/IMAGE_1720190160.jpg)
Baijayant Panda
କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଆଖିରେ ଏକ ଗୁରୁତ୍ୱପୂର୍ଣ୍ଣ ସର୍ଜରୀ ହୋଇଛି। ଦୁଇ ମାସ ତଳେ ନିର୍ବାଚନ ପ୍ରଚାର ବେଳେ ତାଙ୍କ ଆଖିରେ ଆଘାତ ଲାଗିଥିଲା। ସେତେବେଳେ ସେ ଏମରଜେନ୍ସି ସର୍ଜରୀ କରିଥିଲେ। ଆଜିର ସର୍ଜରୀ ସଫଳ ହୋଇଥିବା ବେଳେ ସେ ଖୁବଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ମେଡିକାଲ ଟିମ୍ ପକ୍ଷରୁ କୁହାଯାଇଛି।
Advertisment
ସୂଚନାଯୋଗ୍ୟ, ବୈଜୟନ୍ତ ପଣ୍ଡା ଏଥର ବିଜେପି ଟିକେଟରେ ପୁଣି ଥରେ କେନ୍ଦ୍ରାପଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ୬୬,୫୩୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ବୈଜୟନ୍ତଙ୍କୁ ୬ ଲକ୍ଷ ୧୫ ହଜାର ୭୦୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଅଂଶୁମାନଙ୍କୁ ୫ ଲକ୍ଷ ୪୯ ହଜାର ୧୬୯ ଖଣ୍ଡ ଭୋଟ୍ ମିଳିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
