Advertisment

ବୈଜୟନ୍ତ ପଣ୍ଡାଙ୍କ ଆଖିରେ ଗୁରୁତ୍ୱପୂର୍ଣ୍ଣ ସର୍ଜରୀ

ଦୁଇ ମାସ ତଳେ ନିର୍ବାଚନ ପ୍ରଚାର ବେଳେ ତାଙ୍କ ଆଖିରେ ଆଘାତ ଲାଗିଥିଲା। ସେତେବେଳେ ସେ ଏମରଜେନ୍ସି ସର୍ଜରୀ କରିଥିଲେ।

Baijayant Panda

Baijayant Panda

Advertisment

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଆଖିରେ ଏକ ଗୁରୁତ୍ୱପୂର୍ଣ୍ଣ ସର୍ଜରୀ ହୋଇଛି। ଦୁଇ ମାସ ତଳେ ନିର୍ବାଚନ ପ୍ରଚାର ବେଳେ ତାଙ୍କ ଆଖିରେ ଆଘାତ ଲାଗିଥିଲା। ସେତେବେଳେ ସେ ଏମରଜେନ୍ସି ସର୍ଜରୀ କରିଥିଲେ। ଆଜିର ସର୍ଜରୀ ସଫଳ ହୋଇଥିବା ବେଳେ ସେ ଖୁବଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ମେଡିକାଲ ଟିମ୍ ପକ୍ଷରୁ କୁହାଯାଇଛି। 

Advertisment

ସୂଚନାଯୋଗ୍ୟ, ବୈଜୟନ୍ତ ପଣ୍ଡା ଏଥର ବିଜେପି ଟିକେଟରେ ପୁଣି ଥରେ କେନ୍ଦ୍ରାପଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ୬୬,୫୩୬ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ବୈଜୟନ୍ତଙ୍କୁ ୬ ଲକ୍ଷ ୧୫ ହଜାର ୭୦୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଅଂଶୁମାନଙ୍କୁ ୫ ଲକ୍ଷ ୪୯ ହଜାର ୧୬୯ ଖଣ୍ଡ ଭୋଟ୍ ମିଳିଥିଲା। 

Baijayant Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe