Advertisment

ଚାଞ୍ଚଲ୍ୟକର ତଥ୍ୟ : ୨ ବର୍ଷରେ ରାଜ୍ୟରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ କାମୁଡ଼ିଛି କୁକୁର

ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ୧୭.୩୪ ଲକ୍ଷ ବୁଲା କୁକୁର ଅଛନ୍ତି।

author-image
Jitendra Garnayak
Stray Dogs

Stray Dogs

୨୦୨୩ ଜାନୁଆରୀରୁ ୨୦୨୪ ନଭେମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟରେ ୫ ଲକ୍ଷ ୨ ହଜାର ୬୭୨ ଜଣଙ୍କୁ କୁକୁର କାମୁଡ଼ିଛି। ଆଜି ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ବିଧାୟକ କାଡ୍ରାକା ଆପାଲାସ୍ୱାମୀଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହି ତଥ୍ୟ ଦେଇଛନ୍ତି।

Advertisment

ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ୨୦୨୩ରେ ରାଜ୍ୟରେ ୨,୫୯,୧୦୭ ଜଣଙ୍କୁ କୁକୁର କାମୁଡ଼ି ଥିଲା। ସେହିପରି ୨୦୨୪ରେ ନଭେମ୍ବର ପର୍ଯ୍ୟନ୍ତ ୨,୪୩,୫୬୫ ଜଣଙ୍କୁ କୁକୁର କାମୁଡ଼ିଛି। ୨୦୨୩ ଜାନୁଆରୀ ମାସରେ ୨୭,୬୯୬ ଜଣଙ୍କୁ କୁକୁର କାମୁଡ଼ି ଥିବା ବେଳେ ଫେବ୍ରୁଆରୀରେ ୨୦,୭୬୩, ମାର୍ଚ୍ଚରେ ୨୧,୮୨୪, ଏପ୍ରିଲରେ ୧୯,୩୨୫, ମେ’ରେ ୧୮,୭୬୩, ଜୁନ୍‌ରେ ୧୯,୯୭୦, ଜୁଲାଇରେ ୧୮,୬୯୪, ଅଗଷ୍ଟରେ ୧୭,୭୧୪, ସେପ୍ଟେମ୍ବରରେ ୧୯,୩୨୧, ଅକ୍ଟୋବରରେ ୨୦,୮୫୨, ନଭେମ୍ବରରେ ୨୫,୧୩୪ ଓ ଡିସେମ୍ବରରେ ୨୯,୫୦୧ ଜଣଙ୍କୁ କୁକୁର କାମୁଡ଼ିଛି।

ସେହିପରି ୨୦୨୪ ଅବା ଚଳିତ ବର୍ଷ ଜାନୁଆରୀ ମାସରେ ୩୩,୫୪୭ ଜଣଙ୍କୁ କୁକୁର କାମୁଡ଼ି ଥିବା ବେଳେ ଫେବ୍ରୁଆରୀ ମାସରେ ୩୨,୫୬୧, ମାର୍ଚ୍ଚରେ ୨୯,୮୦୧, ଏପ୍ରିଲରେ ୨୫,୭୬୦, ମେ’ରେ ୨୩,୨୯୧, ଜୁନ୍‌ରେ ୨୧,୧୨୮, ଜୁଲାଇରେ ୧୮,୫୨୯, ଅଗଷ୍ଟରେ ୧୮,୫୦୫, ସେପ୍ଟେମ୍ବରରେ ୧୯,୦୯୧ ଓ ଅକ୍ଟୋବରରେ ୨୧,୩୫୨ ଜଣଙ୍କୁ କୁକୁର କାମୁଡ଼ିଛି।

Advertisment

ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ୧୭.୩୪ ଲକ୍ଷ ବୁଲା କୁକୁର ଅଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ୮ଟି ସହରାଞ୍ଚଳରେ ୪୬୦୫ଟି କୁକୁରଙ୍କର ବନ୍ଧ୍ୟାକରଣ କରାଯାଇଥିଲା।

Stray Dogs