Advertisment

ଭରତପୁର ଥାନା ଘଟଣା: ସତ୍ୟପାଠ ନେଇ କାଲି ଜାରି ହେବ ବିଜ୍ଞପ୍ତି, ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଲମ୍ବିତ ଅଧିକାରୀ

ଘଟଣା ସଂପର୍କରେ ଯିଏ ଜାଣିଥିବେ ବା କହିବାକୁ ଚାହୁଁଥିବେ, ସତ୍ୟପାଠ ଦେବେ। ସତ୍ୟପାଠ ଆସିବା ପରେ ତାକୁ ଯାଞ୍ଚ କରାଯାଇ ତଦନ୍ତ ଆଗେଇବ।

author-image
Jitendra Garnayak
Meeting

Meeting

ଭୁବନେଶ୍ୱରର ଭରତପୁର ଥାନା ଘଟଣାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ ପ୍ରକ୍ରିୟା। ଏ ନେଇ ଗଠିତ କମିଶନଙ୍କ ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା।

Advertisment

ଏହି ବୈଠକ ପରେ କମିଶନଙ୍କ ସଚିବ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି, ଘଟଣା ସଂପର୍କରେ ପ୍ରଥମେ ସତ୍ୟପାଠ ପାଇଁ ଆହ୍ୱାନ କରାଯିବ। ସତ୍ୟପାଠ ନେଇ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ କରାଯିବ। ଏହା ସହ ଆସନ୍ତାକାଲିଠାରୁ ୨୧ ଦିନ ପର୍ଯ୍ୟନ୍ତ ସତ୍ୟପାଠ ଗ୍ରହଣ କରାଯିବ। ଘଟଣା ସଂପର୍କରେ ଯିଏ ଜାଣିଥିବେ ବା କହିବାକୁ ଚାହୁଁଥିବେ, ସତ୍ୟପାଠ ଦେବେ। ସତ୍ୟପାଠ ଆସିବା ପରେ ତାକୁ ଯାଞ୍ଚ କରାଯାଇ ତଦନ୍ତ ଆଗେଇବ। ସତ୍ୟପାଠ ଯାଞ୍ଚ ପରେ ସାକ୍ଷ୍ୟଗ୍ରହଣ ଆରମ୍ଭ କରାଯିବ ବୋଲି କହିଛନ୍ତି ଜଷ୍ଟିସ ସିଆର୍ ଦାସ କମିଶନଙ୍କ ସଚିବ।

ଏହି ମାମଲାରେ ନିଲମ୍ବିତ ପୁଲିସ ଅଧିକାରୀମାନଙ୍କୁ ମଧ୍ୟ ପଚରାଉଚରା କରାଯିବ। ଏହା ସହ ଅନ୍ୟ ପକ୍ଷମାନଙ୍କୁ କମିଶନରେ ହାଜର ପାଇଁ ସମନ କରିବା ସହ ସାକ୍ଷ୍ୟଗ୍ରହଣ ଏବଂ ତଦନ୍ତ ପରେ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି କମିଶନଙ୍କ ସଚିବ।

Advertisment

ଅନ୍ୟପକ୍ଷରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ନିଲମ୍ବିତ ଥାନାଧିକାରୀ ଆଇଆଇସି ଦୀନକୃଷ୍ଣ ମିଶ୍ର। ତାଙ୍କ ସହିତ ନିଲମ୍ବିତ ଏସଆଇ ବୈଶାଲିନୀ ପଣ୍ଡା, ଏଏସଆଇ ସଲିଲାମୟୀ ସାହୁ, ଏଏସ୍‌ଆଇ ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦା ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ସେନା ଅଧିକାରୀ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦେବା ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଏହି ୫ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। କନଷ୍ଟେବଳ ବଳରାମ ହାଁସଦାଙ୍କୁ ଛାଡ଼ି ଦେଲେ ଅନ୍ୟ ନିଲମ୍ବିତ ପୁଲିସ ଅଧିକାରୀମାନଙ୍କର ପଲିଗ୍ରାଫ ଟେଷ୍ଟ ହେବ। ସେଥିପାଇଁ ସେମାନେ ଗୁଜରାଟ ଯାଇଛନ୍ତି। ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ନାର୍କୋ ଆନାଲିସିସ ଓ ବ୍ରେନ୍ ମ୍ୟାପିଂ ଟେଷ୍ଟ ମଧ୍ୟ ହେବ।

Bharatpur Police Station