Advertisment

ରାଜଧାନୀରେ ଭତ୍ତା ପାଇଁ ହଟହଟା ହେଲେ ବୃଦ୍ଧବୃଦ୍ଧା

ଭତ୍ତା ପାଇଁ ସକାଳ ୭ଟାରୁ ଲାଇନରେ ଛିଡ଼ା ହୋଇଛନ୍ତି ‍‍ବୃଦ୍ଧବୃଦ୍ଧା

author-image
Biswajit Samal
Madhubabu Pension

Madhubabu Pension

ସକାଳ ୭ଟାରୁ ଆସି ଲାଇନରେ ଛିଡ଼ା ହୋଇଛନ୍ତି ‍‍ବୃଦ୍ଧବୃଦ୍ଧା, କିନ୍ତୁ ଅପରାହ୍ନ ୨ଟା ଯାଏ ବି ମିଳିନାହିଁ ଭତ୍ତା। ବୟସରେ ଅପରାହ୍ନରେ ସେମାନେ ଛଅ ସାତ ଘଣ୍ଟା ଲେଖାଏଁ ଛିଡ଼ା ହୋଇ ଅପେକ୍ଷା କରିବାକୁ ପଡୁଛି ଭତ୍ତା ପାଇଁ। ଏଥିରେ ତ ଜଣେ ଦୁଇ ଜଣ ବେହୋସ ହୋଇ ତଳେ ପଡ଼ି ଯାଇଛନ୍ତି।

Advertisment

ଏହି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ଉପକଣ୍ଠ ଭରତପୁରର ଅଞ୍ଚଳରେ। ଗୋପବନ୍ଧୁ ସରକାରୀ ୟୁପି ସ୍କୁଲ ପରିସରରେ ବୟସ୍କ, ଭିନ୍ନକ୍ଷମଙ୍କୁ ଭତ୍ତା ବଣ୍ଟନ କରାଯାଉଥିଲା। ଏଇ ମାସରୁ ୫ ଶହ ଲେଖାଏଁ ଅଧିକ ମିଳିବ ବୋଲି ବହୁ ବୟସ୍କ ଦୌଡ଼ି ଆସିଥିଲେ। କିନ୍ତୁ ଏତେ ଅପେକ୍ଷା କରିବାକୁ ପଡ଼ିଲା ଯେ, ବୃଦ୍ଧ ବୃଦ୍ଧା ମାନେ ଅଚେତ ହୋଇ ତଳେ ପଡ଼ିଯାଇଥିବାର ଅଭିଯୋଗ ହୋଇଛି।

ହିତାଧିକାରୀମାନେ ଅଭିଯୋଗ କରିଛନ୍ତି, ଏଠାରେ ନା ଅଛି ପିଇବା ପାଣିର ବ୍ୟବସ୍ଥା, ନା ଅଛି ଛାଇର ବ୍ୟବସ୍ଥା ନା ଅଛି ବିଶ୍ରାମ କରି ଥକା ମେଣ୍ଟାଇବାର ବ୍ୟବସ୍ଥା। କାହିଁକି ଭତ୍ତା ଦେବାରେ ଏତେ ଡେରି ହେଉଛି, ତାର ଉତ୍ତର ଦେବାକୁ ମଧ୍ୟ କର୍ତ୍ତୃପକ୍ଷଙ୍କ ତରଫରୁ କେହି ନାହାନ୍ତି।

Advertisment
Madhubabu Pension