Advertisment

ସଜେଇ ହୋଇଛି ମହାତ୍ମା ଗାନ୍ଧି ମାର୍ଗ, ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

ରାଜଧାନୀର ମହାତ୍ମା ଗାନ୍ଧି ମାର୍ଗରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Preparation

Preparation

Advertisment

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ହୋଇଛି ସ୍ୱତନ୍ତ୍ର ଆୟୋଜନ । ରାଜଧାନୀର ମହାତ୍ମା ଗାନ୍ଧି ମାର୍ଗରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Advertisment

ସ୍ୱାଧୀନତା ଦିବସ ଲାଗି ସଜେଇ ହୋଇଛି ମହାତ୍ମା ଗାନ୍ଧି ମାର୍ଗ । ନୂଆ ବୋହୂ ରୂପ ନେଇଛି ରାଜଧାନୀ ଭୁବନେଶ୍ୱର। ସବୁଠି ସୁନ୍ଦର ଆଲୋକ ମାଳାରେ ସଜା ଯାଇଛି । ନୀଳ ନାଲି ଆଲୁଅରେ ଝଟକୁଛି ରାଜଧାନୀ। ଲୋକସେବା ଭବନ ଠାରୁ ଆରମ୍ଭ କରି ବିଧାନସଭା, ପୋଲିସ କମିଶନରେଟ ମୁଖ୍ୟାଳୟ ସଜେଇ ହୋଇଛି । କୃଷି ଭବନ, ଲୋକ ସଂପର୍କ ଭବନ ଏବଂ ରାସ୍ତାଘାଟକୁ ମଧ୍ୟ ଆଲୋକରେ ସଜେଇ ହୋଇଛି ।

ଗତକାଲି ସନ୍ଧ୍ୟାରେ ଏଥିପାଇଁ ଛକ ଛକରେ ଭିଡ ଦେଖିବାକୁ ମିଳିଥିଲା । ସୁନ୍ଦର ଆଲୋକମାଳା ଦେଖି କିଏ ଫଟୋ ଉଠାଉ ଥିଲା ତ ଆଉ କିଏ ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି ।

Advertisment
Bhubaneswar Independence Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe