Advertisment

କାନାଡାରେ ଥିବା ପଞ୍ଜାବୀ ରାପ୍‌ରଙ୍କ ମୁମ୍ବାଇ କନସର୍ଟ ବାତିଲ, କହିଲେ- ପଞ୍ଜାବ ମୋ’ ଆତ୍ମା

ଶୁଭନିତ ଖଲିସ୍ତାନୀ ସମର୍ଥକ ବୋଲି କୁହାଯିବା ସହ ସେ ଭାରତର ଭୁଲ ନକ୍ସା ଶେଆର କରିଥିବା ଅଭିଯୋଗ ହୋଇଥିଲା। ଫଳରେ ଏବେ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ତାଙ୍କ କନସର୍ଟକୁ ବନ୍ଦ କରି ଦିଆଯାଇଛି।

author-image
Niharika Rout
canadabased-singer-shubh

canadabased-singer-shubh

ଭାରତ ଓ କାନାଡା ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଫସି ଯାଇଛନ୍ତି ପଞ୍ଜାବୀ ରାପ୍‌ର ଶୁଭନିତ ସିଂ । ଶୁଭନିତ ଖଲିସ୍ତାନୀ ସମର୍ଥକ ବୋଲି କୁହାଯିବା ସହ ସେ ଭାରତର ଭୁଲ ନକ୍ସା ଶେଆର କରିଥିବା ଅଭିଯୋଗ ହୋଇଥିଲା। ଫଳରେ ଏବେ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ତାଙ୍କ କନସର୍ଟକୁ ବନ୍ଦ କରି ଦିଆଯାଇଛି।

Advertisment

ଶୁଭ ଏବେ କାନାଡାରେ ରହୁଥିବା ବେଳେ ମୁମ୍ବାଇରେ ସେ ଏକ କନସର୍ଟ କରିବା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ମାତ୍ର କାନାଡିଆନ ରାପର ଶୁଭ ଖଲିସ୍ତାନୀ ସଙ୍ଗଠନ ପ୍ରତି କୋହଳ ମନୋଭାବ ପୋଷଣ କରୁଥିବା ବେଳେ ନିଜ ସୋଶାଲ ମିଡିଆରେ ଭାରତର ଭୁଲ୍‌ ମାନଚିତ୍ର ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା। ତେଣୁ ମୁମ୍ବାଇରେ ହେବାକୁ ଥିବା ତାଙ୍କ କନସର୍ଟକୁ ବାତିଲ କରି ଦିଆଯାଇଛି।

କନସର୍ଟ ନିମନ୍ତେ ଟିକେଟ ବୁକିଂ ସରିଥିବା ବେଳେ ଆୟୋଜକଙ୍କ ପକ୍ଷରୁ ଏବେ ଟିକେଟ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିନିମନ୍ତେ ୮,୧୦ କାର୍ଯ୍ୟ ଦିବସ ଲାଗିବ ବୋଲି ଇଭେଣ୍ଟ କମ୍ପାନୀ ପକ୍ଷରୁ କୁହାଯାଇଛି।

Advertisment

ଏହି ଘଟଣା ରାପର ଶୁଭନିତଙ୍କୁ ଗଭୀର ଧକ୍କା ଦେଇଥିବା ବେଳେ ଇନଷ୍ଟାଗ୍ରାମରେ ସେ ନିଜ ଭାବନା ବ୍ୟକ୍ତ କରିଛନ୍ତି। ଏନେଇ ସେ ଲେଖିଛନ୍ତି, ନିଜ ଦେଶରେ ନିଜ ଲୋକଙ୍କ ସମ୍ମୁଖରେ ପରଫର୍ମ କରିବାକୁ ଖୁବ୍‌ ଉତ୍ସୁକ ଥିଲି। ଗତ ୨ ମାସ ହେଲା ଏଥିନିମନ୍ତେ କଠିନ ପରିଶ୍ରମ କରୁଥିଲି । କିନ୍ତୁ ନିଜ ମାଟିରେ ପରଫର୍ମ କରିବା ବୋଧେ ମୋ’ ଭାଗ୍ୟରେ ନାହିଁ।

ଏଥିସହ ସେ କହିଛନ୍ତି, ଭାରତ ମୋ’ ଦେଶ। ଏହା ମୋ’ ପୂର୍ବ ପୁରୁଷ ଓ ଗୁରୁଙ୍କ ଦେଶ। ଏଥିସହ ପଞ୍ଜାବ ମୋ’ ଆତ୍ମା । ମୋ’ ରକ୍ତରେ ଏହା ପ୍ରବାହିତ ହେଉଛି ।  ଆଜି ମୁଁ ଯାହା କିଛି ହୋଇଛି, କେବଳ ପଞ୍ଜାବୀ ହୋଇଥିବାରୁ ସମ୍ଭବ ହୋଇ ପାରିଛି। ପଞ୍ଜାବୀମାନେ ସବୁବେଳେ ଦେଶ ପାଇଁ ବଳିଦାନ ଦେଇଛନ୍ତି। ତେଣୁ ସବୁ ପଞ୍ଜାବୀଙ୍କୁ ଦେଶଦ୍ରୋହୀ ଭାବେ ବିବେଚନା କରନ୍ତୁ ନାହିଁ। ମୋ’ ଉପରେ ଲାଗିଥିବା ଆରୋପ ଶକ୍ତ ଆଘାତ ଦେଇଛି। ମାତ୍ର ସବୁବେଳେ ଦେଶପ୍ରେମର ପ୍ରମାଣ ଦେବାର ଆବଶ୍ୟକତା ନାହିଁ । ମୁଁ ଅଧିକ ସଶକ୍ତ ହୋଇ ପୁଣି ଥରେ ଫେରିବି ।

ଏହି ଘଟଣାକୁ ନେଇ ରାଜନୀତି ଘନେଇ ଥିବା ବେଳେ ପଞ୍ଜାବ କଂଗ୍ରେସ ସଭାପତି ଶୁଭନିତଙ୍କ ସପକ୍ଷରେ ବାହାରିଛନ୍ତି। ସେ କହିଛନ୍ତି, ପଞ୍ଜାବୀମାନଙ୍କୁ ନିଜ ଦେଶ ପ୍ରେମ ପାଇଁ କୌଣସି ପ୍ରମାଣ ଦେବାର ଆବଶ୍ୟକତା ନାହିଁ। ଶୁଭଙ୍କ ପରି ଯୁବବର୍ଗଙ୍କୁ ଦେଶଦ୍ରୋହୀର ଆଖ୍ୟା ଦେଇ ନିଜ ଦେଶ ମାଟିରେ ରୋକାଯିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ଦ୍ୱାରା ପଞ୍ଜାବୀଙ୍କୁ ବଦନାମ କରିବାକୁ ଏପରି ହୀନ ଚକ୍ରାନ୍ତ କରାଯାଉଛି।

India Canada