Dinamani Sahu
ବାଇକ୍ରେ ଯାଉଥିବା ବେଳେ ହେଲା ହୃଦଘାତ। ଚାଲିଗଲା ଭାରତୀୟ ସେନାର ଜଣେ ଯବାନଙ୍କ ଜୀବନ। ଭଦ୍ରକ ଜିଲ୍ଲା ଧାମନଗରରେ ଘଟିଛି ଏହି ଘଟଣା।
ମୃତ ଯବାନଙ୍କ ନାଁ ଦିନମଣି ରାଉତ। ତାଙ୍କ ଘର ଧାମନଗର ବ୍ଲକ ଫତେପୁର ପଞ୍ଚାୟତର ପତିରିବିନ୍ଧା ଗାଁରେ। ସେ ୨୦୦୦ ମସିହାରୁ ଆସାମ ରାଇଫଲରେ କାର୍ଯ୍ୟରତ ଥିଲେ। ଏବେ ସେ ମଣିପୁରରେ ନିଯୁକ୍ତ ହୋଇଥିବା ବେଳେ ଛୁଟିରେ ଆସିଥିଲେ।
ଗତକାଲି ଦିନମଣି ରାଉତ ନିଜ ପରିବାର ସହିତ ଧାମନଗର ବ୍ଳକ ଚନ୍ଦେଶ୍ୱର ଗ୍ରାମସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ। ସନ୍ଧ୍ୟାରେ ସେ ବାଇକରେ ଧାମନଗର ବଜାର ଯାଉଥିବା ବେଳେ ମହୁରା ଛକରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ରାସ୍ତାକଡ଼ରେ ବାଇକ ରଖି ଓହ୍ଲାଇବା ମାତ୍ରେ ସେ ଟଳି ପଡ଼ିଥିଲେ।
ଯବାନ ଦିନମଣି ସାହୁ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଦିନମଣିଙ୍କ ଶାଳକ ଓ ଶ୍ୱଶୁର ଘରର ଅନ୍ୟାନ୍ୟ ସଂପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଧାମନଗର ଡାକ୍ତରଖାନାକୁ ନେଇ ଯାଇଥିଲେ। ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ଦିନମଣିଙ୍କ ଏଭଳି ମୃତ୍ୟୁରେ ତାଙ୍କ ଗାଁରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର କିଛି ସାଥୀ ଯବାନ ତାଙ୍କର ଶେଷ ଦର୍ଶନ କରିଛନ୍ତି।
ଦିନମଣିଙ୍କ ଶାଳକ ସୁଜିତ ବେହେରା କହିଛନ୍ତି, ଜଣେ ବ୍ୟକ୍ତି ଫୋନ୍ କରି ମୋତେ କହିଲେ ଯେ ଭିଣୋଇଙ୍କର ଦୁର୍ଘଟଣା ହୋଇଯାଇଛି। ମୁଁ ଯାଇ ପହଞ୍ଚିଲା ପରେ ଜାଣିଲି ଦୁର୍ଘଟଣା ଘଟିନାହିଁ। ଗାଡ଼ି ଥୁଆଯାଇଛି। ସେ ଉପରକୁ ମୁହଁ କରି ପଡ଼ିଛନ୍ତି। ଶରୀରର କୌଣସି ସ୍ଥାନରେ ଆଘାତ ଲାଗି ନଥିଲା। ସେ ଆସାମ ରାଇଫଲରେ ଥିଲେ। ସାବିତ୍ରୀବ୍ରତ ଦିନ ପହଞ୍ଚିଥିଲେ। ଜୁନ୍ ୨୩ରେ ଫେରି ଯାଇଥା’ନ୍ତେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1749636854.jpg)