Advertisment

ପୁଣି ଜନନୀ ଯନ୍ତ୍ରଣା, ଗାଁକୁ ରାସ୍ତା ନ ଥିବାରୁ ଉଜୁଡ଼ି ଗଲା କୋଳ

ଉପଯୁକ୍ତ ଚିକିତ୍ସା ନ ପାଇ ପ୍ରସୂତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିବା ବେଳେ ଦୁନିଆର ଆଲୋକ ଦେଖି ପାରିନି ନବଜାତ । ଫଳରେ ରାସ୍ତା ନ ଥିବାରୁ ଅକାଳରେ ଉଜୁଡ଼ିଗଲା ମା’ କୋଳ ।

author-image
Niharika Rout
pregnent lady

pregnent lady

ଆଦିବାସୀ ମୁଲକରେ ଥମୁନି ଜନନୀ ଯନ୍ତ୍ରଣା ଦୁଃଖ । ଗାଁକୁ ସରକାର ରାସ୍ତାଟିଏ ଦେଉ ନ ଥିବାରୁ ପଶି ପାରୁନି ଆମ୍ବୁଲାନ୍ସ। ଫଳରେ ସବୁବେଳେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଗର୍ଭବତୀ ଓ ନବଜାତ। ଏପରିକି ରାସ୍ତା ନ ଥିବାରୁ ଉପଯୁକ୍ତ ଚିକିତ୍ସା ସୁବିଧା ନ ପାଇ ଅସମୟରେ ଆଖି ବି ବୁଜି ଦେଉଛନ୍ତି।  ଏପରି ଏକ ହୃଦୟ ବିଦାରକ ଘଟଣା ରାୟଗଡା ଜିଲ୍ଲା ସୀମାନ୍ତ ଲକ୍ଷ୍ମୀପୁର ବ୍ଲକ ବାଘମାରି ଗ୍ରାମରେ ଘଟିଛି।

Advertisment

ଉପଯୁକ୍ତ ଚିକିତ୍ସା ନ ପାଇ ପ୍ରସୂତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିବା ବେଳେ ଦୁନିଆର ଆଲୋକ ଦେଖି ପାରିନି ନବଜାତ । ଫଳରେ ରାସ୍ତା ନ ଥିବାରୁ ଅକାଳରେ ଉଜୁଡ଼ିଗଲା ମା’ କୋଳ । ଯାହାକୁ ୯ ମାସ ଗର୍ଭରେ ଧାରଣ କରି ଦୁଃଖ କଷ୍ଟ ପାଇଲା ସିଏ ଦୁନିଆକୁ ଆସୁ ଆସୁ ଆଖି ବୁଜିଦେଲା। ନିଜ ଛୁଆର ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। 

ବାଘମାରି ଗ୍ରାମର ଅଭି ମାଣ୍ଡିଗାଂଙ୍କ ପତ୍ନୀ କନ୍ଧଇ ମାଣ୍ଡିଗାଂଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ଗତ ରାତିରେ ପରିବାର ଲୋକେ ୧୦୮ କୁ ଫୋନ କରିଥିଲେ । ମାତ୍ର ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ । ତେଣୁ ଘରେ ହିଁ ପ୍ରସବ କରିଥିଲେ କନ୍ଧଇ । ମାତ୍ର ପ୍ରସବ ପରେ ନବଜାତର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିବା ବେଳେ ଚିକିତ୍ସା ସୁବିଧା ନ ପାଇ ଶେଷରେ ସେ ଆଖି ବୁଜି ଦେଇଥିଲା।

Advertisment

ଆମ୍ବୁଲାନ୍ସଟି ଗାଁଠୁ ୩ କିମି ଦୂରରେ ଥିଲା। ଏହାପରେ ଆମ୍ବୁଲାନ୍ସ କର୍ମଚାରୀ ବିନୋଦ ହାଳବା ଓ ଗୁପ୍ତେଶ୍ୱର ବାଗର୍ତି କାନ୍ଧରେ କନ୍ଧଇ ମାଣ୍ଡିଗାଂଙ୍କୁ କାନ୍ଧେଇ କାନ୍ଧେଇ ନଦୀ ଉପରେ ଥିବା ଅସ୍ଥାୟୀ ପୋଲ ପାର କରିଛନ୍ତି। ଏହାପରେ ମହିଳାଙ୍କୁ ଆମ୍ବୁଲାନ୍ସରେ ୨୫ କିମି ଦୂର ଲକ୍ଷ୍ମୀପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ଜଣାପଡ଼ିଛି । 

ସେଠାରେ  ମହିଳାଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାଯାଇଛି। ଗାଁକୁ ରାସ୍ତା ସଂଯୋଗ କରାଯାଉ ନ ଥିବାରୁ ଏପରି ଏକ ଦୁଃଖଦ ଘଟଣା ଘଟିଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। 

Rayagada