Advertisment

ହାତୀ ପଲ ପଛେ ବୁଲୁଛି ବନ ବିଭାଗ; ଅସୁସ୍ଥ ଶାବକ ଉପରେ ରହିଛି ନଜର

ମଇଦାନକେଲ ଜଙ୍ଗଲରେ ଏକ ବାର ଟିକିଆ ହାତୀ ଦଳ ଭିତରେ ରହିଛି ଏକ ଛଅ ମାସର ହାତୀ ଛୁଆ । ଛୁଆ ହାତୀର ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଠିକ୍‌ ଭାବେ ଚାଲି ପାରୁନି।

Elephants

Elephants

Advertisment

ଅସୁସ୍ଥ ହୋଇ ପଡ଼ିଛି ମାତ୍ର ୬ ମାସର ହାତୀ ଶାବକ । ଗୋଡ଼ରେ ଆଘାତ ଲାଗିଥିବା ବେଳେ ଶୁଖୁନି ଘା’ । ଏପରି ସ୍ଥିତିରେ ହାତୀଟି ନିଜ ଦଳ ସହ ବୁଲୁଥିଲେ ବି ଚାଲିବାରେ ପାଉଛି ଅସହ୍ୟ ଯନ୍ତ୍ରଣା। ହାତୀର ଚିକିତ୍ସା ପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଥିବା ବେଳେ ତାକୁ ଦଳରୁ ଅଲଗା କରିବା ସମ୍ଭବ ହେଉନି। ଫଳରେ ହାତୀ ପଲ ପଛେ ପଛେ ବୁଲୁଛି ବନ ବିଭାଗ । ଏପରି ଏକ ଘଟଣା କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ମଇଦାନକେଲ ଜଙ୍ଗଲରେ ଦେଖିବାକୁ ମିଳିଛି।

Advertisment

ମଇଦାନକେଲ ଜଙ୍ଗଲରେ ଏକ ବାର ଟିକିଆ ହାତୀ ଦଳ ଭିତରେ ରହିଛି ଏକ ଛଅ ମାସର ହାତୀ ଛୁଆ । ଛୁଆ ହାତୀର ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଠିକ୍‌ ଭାବେ ଚାଲି ପାରୁନି। ଅସହ୍ୟ ଯନ୍ତ୍ରଣା ପାଇବା ସହ ଦଳରେ ଛୋଟେଇ ଛୋଟେଇ ଚାଲିଛି।

ଦିନରେ ଘଞ୍ଚ ଜଙ୍ଗଲ ମଧ୍ୟରେ ହାତୀକୁ ଠାବ କରିବା ଅସୁବିଧା ହେଉଥିବାରୁ ବନ ବିଭାଗ ରାତିରେ ହାତୀ ପଲ ତଥା ହାତୀ ଛୁଆ ଉପରେ ନଜର ରଖିବାକୁ ଥର୍ମାଲ ଡ୍ରୋନର ସାହାଯ୍ୟ ନେଇଛି ।

Advertisment

ହାତୀ ଛୁଆଟିର ଚିକିତ୍ସା ପାଇଁ ଦୁଇଟି ଥର୍ମାଲ ଡ୍ରୋନ ସହ ସଦର ପ୍ରାଣୀ ସମ୍ପଦ ଟିମ୍‌ , WTI ର ଏକ ଦଳ , ଦୁଇ ଜଣ ଏସିଏଫଓ ଓ ୧୫ ଜଣ ଗଜ ସାଥି ସାମିଲ ହୋଇଛନ୍ତି । ଆଜି ସକାଳୁ ହାତୀ ଦଳଟି ମଇଦାନକେଲ ଜଙ୍ଗଲ ଛାଡ଼ି ବାସୁଦେବପୁର ଜଙ୍ଗଲକୁ ଚାଲି ଯାଇଛନ୍ତି । ତାଙ୍କ ପଛେ ପଛେ ପୁରା ଚିକିତ୍ସାକାରୀ ଦଳ ଅଛନ୍ତି ।

ହାତୀ ଛୁଆଟିକୁ ଦଳରୁ ଅଲଗା କରିବା ସମ୍ଭବ ହୋଇ ପାରୁ ନ ଥିବା ବେଳେ ଚିକିତ୍ସା କରିବାରେ ଅସୁବିଧା ହେଉଥିବା ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫଓ । ଏପଟେ ଖବର ପାଇ ବନ ବିଭାଗକୁ ସାହାଯ୍ୟକରିବାକୁ ଗ୍ରାମବାସୀ ଜଙ୍ଗଲରେ ପଶିଛନ୍ତି ।

Keonjhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe