Advertisment

ଡଲଫିନ୍ ଥଣ୍ଟରେ ଗୁଡ଼ାଇ ହେଲା ଜାଲ, କୂଳରେ ହେଲା ଛଟପଟ

ସମୁଦ୍ର ମଝିରେ କଲବଲ ହେଲା ଡଲଫିନ୍। ଥଣ୍ଟରେ ଜାଲ ଗୁଡ଼ାଇ ହୋଇ ଯାଇ ଯିବାରୁ ଜୀବନ ବିକଳରେ କୂଳକୁ ଚାଲି ଆସିଲା। କୂଳରେ ବହୁ ସମୟ ଛଟପଟ ହେଲା ।

author-image
Niharika Rout
Dolphin

Dolphin

ସମୁଦ୍ର ମଝିରେ କଲବଲ ହେଲା ଡଲଫିନ୍। ଥଣ୍ଟରେ ଜାଲ ଗୁଡ଼ାଇ ହୋଇ ଯାଇ ଯିବାରୁ ଜୀବନ ବିକଳରେ କୂଳକୁ ଚାଲି ଆସିଲା। କୂଳରେ ବହୁ ସମୟ ଛଟପଟ ହେବା ପରେ କିଛି ଯୁବକ ଡଲଫିନ୍‌କୁ ଜାଲମୁକ୍ତ କରି ସମୁଦ୍ରରେ ଛାଡ଼ି ଦେଇଥିବା ଜଣାଯାଇଛି। ଏପରି ଏକ ଘଟଣା ଆଜି ଜଗତସିଂହପୁର ଜିଲ୍ଲା ପାରାଦୀପ ଷଣ୍ଢକୁଦ ବସ୍ତି ନିକଟବର୍ତ୍ତୀ ସମୁଦ୍ର କୂଳରେ ଦେଖିବାକୁ ମିଳିଛି।

Advertisment

ଡଲଫିନ୍‌ଟିର ଲମ୍ବ ପ୍ରାୟ ୫ ଫୁଟ ହେବ। ତା’ ଥଣ୍ଟରେ ଜାଲ ଗୁଡାଇ ହୋଇ ଯାଇଥିଲା। ତେଣୁ ସେ ପାଣି ଭିତରେ ସ୍ୱାଭାବିକ ଭାବେ ପହଁରି ନ ପାରିବାରୁ ଜୀବନ ବିକଳରେ କୂଳକୁ ଚାଲି ଆସିଥିବା ଜଣାଯାଇଛି।

ସମୁଦ୍ର କୂଳରେ ବୁଲୁଥିବା କିଛି ସ୍ଥାନୀୟ ଯୁବକ ଏହା ଦେଖି ଡଲଫିନ ଥଣ୍ଟରୁ ଜାଲ କାଢି ଦେଇଥିଲେ। ଏହାପରେ ତାକୁ ଟାଣି ନେଇ ସମୁଦ୍ର ପାଣିରେ ଛାଡି ଦେଇଥିଲେ।

Advertisment

ସମୁଦ୍ରରେ ମତ୍ସ୍ୟଜୀବୀମାନେ ଛିଣ୍ଡା ଜାଲ ପକାଉଥିବା ବେଳେ ତାହା ଜଳଚର ପ୍ରଶରୀଙ୍କୁ ଅସୁବିଧାରେ ପକାଉଛି। ଏହିପରି ଅସୁବିଧା ହେତୁ ବିରଳ ପ୍ରଜାତିର ଅଲିଭ ରିଡଲେ କଇଁଛ, ଡଲଫିନଙ୍କ ମୃତଦେହ ବିଭିନ୍ନ ସମୟରେ ପାରାଦୀପ ସମୁଦ୍ର କୂଳରେ ଲାଗୁଥିବା ଦେଖାଯାଇଥାଏ। ଏ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରି ସମୁଦ୍ର ପାଣିରେ ଜାଲ କିମ୍ବା ଅନ୍ୟ ଅଳିଆ, ଆବର୍ଜନା ନ ପକାଇବାକୁ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯିବାକୁ ପରିବେଶବିତମାନେ କହିଛନ୍ତି।

Jagatsinghpur