Advertisment

ବଢ଼ାଇଥିଲେ ସହାୟତାର ହାତ, ସମ୍ମାନିତ କଲା ପୁଲିସ

ଦୃଘଟଣା କାରିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବ୍ୟକ୍ତିଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଛି।

author-image
Biswajit Samal
ଅଦ୍ୟତନ ହୋଇଛି
Police

Police

ଦୁର୍ଘଟଣାର ସମ୍ମୁଖୀନ ହୋଇ ରାସ୍ତାରେ ପଡ଼ିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇଥିବା ଲୋକମାନଙ୍କୁ ଗଞ୍ଜାମ ଜିଲ୍ଲା ଏସପି ଜଗମୋହନ ମୀନା ପ୍ରସଂଶାପତ୍ର ସହ ୨୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରି ସମ୍ମାନିତ କରିଛନ୍ତି। 

Advertisment

ସମ୍ମାନିତ ହୋଇଥିବା ବ୍ୟକ୍ତିମାନେ ହେଲେ ବୁଗୁଡ଼ା ଥାନା ଆଦିପୁର ଗ୍ରାମର କେଶବ ସ୍ୱାଇଁ, ଗାଙ୍ଗପୁରର ଶିବଶଙ୍କର ଗୌଡ଼, ସଚ୍ଚିଦାନନ୍ଦ ପାତ୍ର, ଖୁରୁଡୁପଲ୍ଲୀର କୁନ୍ତଳା ଯାନୀ ଓ ଭୋଗଡ଼ର ନୟନୀ ମଲ୍ଲିକ। ଏମାନଙ୍କ ସହିତ ଭଞ୍ଜନଗର ଥାନାରେ କାର୍ଯ୍ୟରତ ଏଏସଆଇ ବିଦେଶୀ ବେହେରା, ହାବିଲଦାର ଦିଲ୍ଲୀପ ରାଉତ ଓ ଗୃହରକ୍ଷୀ ପି. ହେମନ୍ତ ରାଓ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବାରୁ ସେମାନଙ୍କୁ ମଧ୍ୟ ପ୍ରସଂଶାପତ୍ର ସହିତ ଅର୍ଥରାଶି ପ୍ରଦାନ କରାଯାଇଥିଲା। 

ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା କହିଛନ୍ତି ଯେ କୌଣସି ଅପରିଚିତ ବ୍ୟକ୍ତି ଦୁର୍ଘଟଣାରେ ଶିକାର ହୋଇ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଦେଖିଲେ ତାଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରି ଜୀବନ ବଞ୍ଚାଇ ପାରିଲେ ପୁଲିସ ପକ୍ଷରୁ କୌଣସି ପ୍ରକାର ଅସୁବିଧାରେ ପକାଯିବ ନାହିଁ।

Advertisment
Police