Advertisment

କ୍ଷେତରେ ମାଡୁଛି ଚକଡା ପୋକ, ଚିନ୍ତାରେ ଚାଷୀ

ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ନିଜର ଧାନ ଫସଲକୁ ନେଇ ଚିନ୍ତାରେ ପଡିଛି। ଚାଷୀ ମାନଙ୍କ ଅଭିଯୋଗ, ବର୍ତ୍ତମାନ ଧାନରେ ଥୋଡ଼ ବାହାରିବା ସମୟ। ହେଲେ ଗଛରେ ପୋକ ଲାଗିବା କାରଣରୁ ଧାନ ଗଛ ବଢୁନାହିଁ l

author-image
Ordigital Desk
ଅଦ୍ୟତନ ହୋଇଛି
chandabali

chandabali

ଚିନ୍ତା ବଢ଼ାଉଛି ଚକଡ଼ା ପୋକ। ଗଛରୁ ବାହାରୁନି ଥୋଡ। ଯେତେ କୀଟନାଶକ ପ୍ରୟୋଗ କରିଲେ ବି ଚାଷୀଙ୍କୁ ମିଳୁନି ସୁଫଳ। ଏଭଳି ସମସ୍ୟା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ।

Advertisment

ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ନିଜର ଧାନ ଫସଲକୁ ନେଇ ଚିନ୍ତାରେ ପଡିଛି। ଚାନ୍ଦବାଲି ବ୍ଲକର ଭାଟପଡା, ଭୂଇଁବୃତ୍ତି, ତେନ୍ତୁଲିଡିହି, ମାଧପୁର, ଘଟପୁର, ଖେରଙ୍ଗ ସମେତ ଅନେକ ପଞ୍ଚାୟତରେ ଏବେ ଚାଷ ଜମିରେ ଚକଡା ପୋକର ଆତଙ୍କ ଦେଖିବାକୁ ମିଳିଛିl ଚାଷୀ ମାନଙ୍କ ଅଭିଯୋଗ, ବର୍ତ୍ତମାନ ଧାନରେ ଥୋଡ଼ ବାହାରିବା ସମୟ। ହେଲେ ଗଛରେ ପୋକ ଲାଗିବା କାରଣରୁ ଧାନ ଗଛ ନଷ୍ଟ ହୋଇଯାଉଛି l

କଷ୍ଟେମଷ୍ଟେ ଯେଉଁଠି ଥୋଡ଼ ବାହାରୁଛି, ସେଇଠି ଧାନ ଗଛ ଉପରକୁ ଭଲ ଦେଖା ଯାଉଥିବା ବେଳେ କେନ୍ଦା ଭିତରେ ଫମ୍ପା ହୋଇଯାଉଛି। ଧାନ ଫଳିବା ସମୟରେ ଏଭଳି ପୋକ ଆତଙ୍କକୁ ନେଇ ଚିନ୍ତାରେ ଚାଷୀ। ଏଭଳି ସ୍ଥିତି ଲାଗି ରହିଲେ ନିଶ୍ଚିତ ଭାବେ ଚାଷୀ କ୍ଷତିଗ୍ରସ୍ତ ହେବେ ବୋଲି ଆଶଙ୍କାପ୍ରକଟ କରିଛନ୍ତି। କୃଷିବିଭାଗ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ଋଣ ଛାଡ କରିବାକୁ ଦାବି କରିଛନ୍ତି ଅନେକ ଚାଷୀ।

Advertisment
Farmer Suicide Farmer Protest