ପେଟ୍ରୋଲ ଟାଙ୍କିରୁ ତେଲ ବଦଳରେ ବାହାରୁଛି ପାଣି। ବ୍ରହ୍ମପୁର ହରିଡ଼ାଖଣ୍ଡି ସ୍ଥିତ ପେଟ୍ରୋଲ ପମ୍ପରୁ ଆସିଛି ଏଭଳି ଅଭିଯୋଗ। ଜଣେ ଗାଡ଼ିମାଲିକଙ୍କ ଅଭିଯୋଗ କ୍ରମେ ଟାଙ୍କି ଉପରେ ଚଢାଉ କରିଛି ଜିଲ୍ଲା ଯୋଗାଣ ବିଭାଗ।
ଗାଡ଼ିମାଲିକ ରବିନାରାୟଣ କହିଛନ୍ତି, ଦୁଇଦିନ ତଳେ ଏଚ୍ପି ପେଟ୍ରୋଲ ପମ୍ପରୁ ପିକଅପ ଭ୍ୟାନରେ ଡିଜେଲ ଫୁଲିକରିଥିଲି। ହେଲେ ଗାଡ଼ିଟି ପେଟ୍ରୋଲ ପମ୍ପରୁ ବାହାରି ଅଧା ବାଟ ଯାଇଛି। ରାସ୍ତାରେ ହଠାତ ଷ୍ଟାଟ ବନ୍ଦ ହୋଇଗଲା। ଗାଡିଟିକୁ ସେଠାରାରୁ ମହେନ୍ଦ୍ରା ଶୋରୁମ୍କୁ ନିଆଯାଇଥିଲା। ଶୋମରୁମ୍ରେ ଗାଡିକୁ ଚେକ୍ କଲାପରେ ଗାଡି ଟଙ୍କିରୁ ପାଣି ବାହାରିଥିଲା।
Also Read
ଏନେଇ ପେଟ୍ରୋଲ ପମ୍ପ ମାଲିକଙ୍କୁ ଅଭିଯୋଗ କରିଥିଲି ହେଲେ କୌଣସି ସମାଧାନ ହୋଇନଥିଲା। ତେଣୁ ଯୋଗାଣ ବିଭାଗରେ ଅଭିଯୋଗ କରିଥିଲି। ଆଜି ଜିଲ୍ଲା ଯୋଗାଣ ବିଭାଗ ଚଢାଉ କରି ରିପୋର୍ଟ ପ୍ରଦାନ କରିଛି। ସେପଟେ ସଂପୃକ୍ତ ଗାଡ଼ି ମାଲିକଙ୍କୁ କ୍ଷତିପୂରଣ ଦେବାକୁ ପେଟ୍ରୋଲ ପମ୍ପ ମାଲିକ ସହମତି ପ୍ରକାଶ କରିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପାଟପୁର ଥାନା ଦେଶର ଶ୍ରେଷ୍ଠ ଥାନା, ପୁରସ୍କୃତ କରିବେ ଗୃହମନ୍ତ୍ରୀ
ଦେଶର ତିନୋଟି ଶ୍ରେଷ୍ଠ ଥାନା ଭିତରେ ମନୋନୀତ ହୋଇଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା। ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପାଟପୁର ଥାନାଧିକାରୀଙ୍କୁ ଦେବେ ଟ୍ରଫି।
Miscellaneous
ଇଣ୍ଡିଆ ଫୋର୍ବସ ସିଲେକ୍ଟ-୨୦୦ ତାଲିକାରେ ଓଟିଭି
ବିଶ୍ୱର ପ୍ରତିଟି ଓଡ଼ିଆଙ୍କୁ ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଯୋଡ଼ି ପାରିଥିବା ଓଟିଭି ଅନ୍ୟ ସମସାମୟିକଙ୍କଠାରୁ ବହୁ ଆଗରେ। ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ବଳିଷ୍ଠ ମାର୍ଗଦର୍ଶନରେ ଏହି ସଫଳତା ହାସଲ କରିଛି ଓଟିଭି।
Miscellaneous
ସରକାର ଦେଉଛନ୍ତି ୟୁନିଫର୍ମ ଓ ଜୋତା; ପିଲାଙ୍କୁ ମିଳୁନି, ଡମ୍ପିଂୟାର୍ଡକୁ ଯାଉଛି
ଛୋଟ ଛୋଟ ପିଲାଙ୍କୁ ସ୍କୁଲମୁହାଁ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାଠୁ ଆରମ୍ଭ କରି ୟୁନିଫର୍ମ ଡ୍ରେସ ଓ ଜୋତା ବି ଯୋଗାଇ ଦେଉଛନ୍ତି। ମାତ୍ର ଏହି ଡ୍ରେସ୍ ଓ ଜୋତା ପିଲାଙ୍କୁ ମିଳିବା ପରିବର୍ତ୍ତେ ଯାଉଛି ଡମ୍ଫିୟାର୍ଡ ।
Miscellaneous
ଜମୁଛି ଛାଡ଼ଖାଇ, ଆମିଷ ବଜାରରେ ପ୍ରବଳ ଭିଡ଼
ଆଜି ରବିବାର ହୋଇଥିବାରୁ ଆମିଷପ୍ରେମୀଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଆମିଷ ବଜାରରେ ଭିଡ଼ ଜମିଛି।
Miscellaneous
ଘରେ ଚାଲିଥିଲା ଶୋକସଭା, ଆସି ପହଞ୍ଚିଲେ ମୃତକ
ନିଖୋଜ ବ୍ୟକ୍ତିଙ୍କର ମୃତଦେହ ଚିହ୍ନଟ କରି ସତ୍କାର କରିଦେଲେ ପରିବାର ଲୋକେ। ନିଜ ଶ୍ରଦ୍ଧାଞ୍ଜଳି ସଭାକୁ ଫେରିଲେ ମୃତକ।