Advertisment

ପେଟ୍ରୋଲ ଟାଙ୍କିରୁ ତେଲ ବଦଳରେ ବାହାରୁଛି ପାଣି

ଦୁଇଦିନ ତଳେ ଏଚ୍‌ପି ପେଟ୍ରୋଲ ପମ୍ପରୁ ପିକଅପ ଭ୍ୟାନରେ ଡିଜେଲ ଫୁଲିକରିଥିଲି। ହେଲେ ଗାଡ଼ିଟି ପେଟ୍ରୋଲ ପମ୍ପରୁ ବାହାରି ଅଧା ବାଟ ଯାଇଛି। ରାସ୍ତାରେ ହଠାତ ଷ୍ଟାଟ ବନ୍ଦ ହୋଇଗଲା।

ଅଦ୍ୟତନ ହୋଇଛି
petrol tank

petrol tank

Advertisment

ପେଟ୍ରୋଲ ଟାଙ୍କିରୁ ତେଲ ବଦଳରେ ବାହାରୁଛି ପାଣି। ବ୍ରହ୍ମପୁର ହରିଡ଼ାଖଣ୍ଡି ସ୍ଥିତ ପେଟ୍ରୋଲ ପମ୍ପରୁ ଆସିଛି ଏଭଳି ଅଭିଯୋଗ। ଜଣେ ଗାଡ଼ିମାଲିକଙ୍କ ଅଭିଯୋଗ କ୍ରମେ ଟାଙ୍କି ଉପରେ ଚଢାଉ କରିଛି ଜିଲ୍ଲା ଯୋଗାଣ ବିଭାଗ।

Advertisment

ଗାଡ଼ିମାଲିକ ରବିନାରାୟଣ କହିଛନ୍ତି, ଦୁଇଦିନ ତଳେ ଏଚ୍‌ପି ପେଟ୍ରୋଲ ପମ୍ପରୁ ପିକଅପ ଭ୍ୟାନରେ ଡିଜେଲ ଫୁଲିକରିଥିଲି। ହେଲେ ଗାଡ଼ିଟି ପେଟ୍ରୋଲ ପମ୍ପରୁ ବାହାରି ଅଧା ବାଟ ଯାଇଛି। ରାସ୍ତାରେ ହଠାତ ଷ୍ଟାଟ ବନ୍ଦ ହୋଇଗଲା। ଗାଡିଟିକୁ ସେଠାରାରୁ ମହେନ୍ଦ୍ରା ଶୋରୁମ୍‌କୁ ନିଆଯାଇଥିଲା। ଶୋମରୁମ୍‌ରେ ଗାଡିକୁ ଚେକ୍ କଲାପରେ ଗାଡି ଟଙ୍କିରୁ ପାଣି ବାହାରିଥିଲା।

ଏନେଇ ପେଟ୍ରୋଲ ପମ୍ପ ମାଲିକଙ୍କୁ ଅଭିଯୋଗ କରିଥିଲି ହେଲେ କୌଣସି ସମାଧାନ ହୋଇନଥିଲା। ତେଣୁ ଯୋଗାଣ ବିଭାଗରେ ଅଭିଯୋଗ କରିଥିଲି। ଆଜି ଜିଲ୍ଲା ଯୋଗାଣ ବିଭାଗ ଚଢାଉ କରି ରିପୋର୍ଟ ପ୍ରଦାନ କରିଛି। ସେପଟେ ସଂପୃକ୍ତ ଗାଡ଼ି ମାଲିକଙ୍କୁ କ୍ଷତିପୂରଣ ଦେବାକୁ ପେଟ୍ରୋଲ ପମ୍ପ ମାଲିକ ସହମତି ପ୍ରକାଶ କରିଛନ୍ତି।

Advertisment
Petrolpumps
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe