Advertisment

ବିଜେବିରେ ଏଣ୍ଟିଗ୍ରେଟେଡ ୟୁଥ୍ ଡେଭଲପମେଣ୍ଟ ପ୍ରୋଗ୍ରାମ

ଯୁବପିଢିଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ କ୍ରୀଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକଳାପର ଆବଶ୍ୟକତା ରହିଛି।

ଅଦ୍ୟତନ ହୋଇଛି
Integrated Youth Development Program at BJB Autonomous College

Integrated Youth Development Program at BJB Autonomous College

Advertisment

ଯୁବପିଢିଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ କ୍ରୀଡା, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକଳାପର ଆବଶ୍ୟକତା ରହିଛି । ସେଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ''ଏଇଣ୍ଟିଗ୍ରେଟେଡ ୟୁଥ୍ ଡେଭଲପମେଣ୍ଟ ପ୍ରୋଗ୍ରାମ'' ( IYDP) ଆରମ୍ଭ କରାଯାଉଛି । ଆଜି ଭୁବନେଶ୍ୱର ସ୍ଥିତ ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟରେ ମହା ଆଡ଼ମ୍ବରରେ ଏହି କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି।

Advertisment

ଆଗମୀ ଦେଢ଼ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ସୁମନ ଦାସ ଉଦଘାଟନ କରିଛନ୍ତି। ରାଜ୍ୟ ବିକାଶରେ ଯୁବପିଢ଼ିଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ବନ୍ଧରେ ସେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଅଧକ୍ଷ ଜିଏମ୍ ଖାନ, ମୁଖ୍ୟ ନୋଡାଲ ଅଫିସର ପ୍ରଫେସର୍ ଇତିଶ୍ରୀ ପାଢ଼ୀ, କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରଫେସର ଝୁମକି ରଥ, ପ୍ରଫେସର ରେଣୁକା ସାହୁ, ଡ. ମଧୁଛନ୍ଦା ଶତପଥୀ, ଡ. ସବିତା ହରିଚନ୍ଦନ, ସମସ୍ତ କମିଟିର ନୋଡାଲ ଅଫିସର ଓ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ତେବେ ଆଗାମୀ ଦିନ ଗୁଡିକରେ ଖେଳ, ସାଂସ୍କୃତିକ  ଓ ସାମାଜିକ କାର୍ଯ୍ୟକ୍ରମ ସହ ଜଡ଼ିତ ବିଭିନ୍ନ ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ହେବ ବୋଲି ସୂଚନା ଦିଆଯାଇଛି। 

Advertisment
Odisha Bhubaneswar Bjb College
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe