Advertisment

ଡିଜିପି-ଆଇଜିପି ସମ୍ମିଳନୀର ଆଜି ଦ୍ୱିତୀୟ ଦିନ; ଫୋକସ୍‌ରେ ରହିବ ଆଭ୍ୟନ୍ତରୀଣ ସୁରକ୍ଷା

ରାଜ୍ୟ ରାଜଧାନୀରେ ଚାଲିଛି ପୁଲିସ ମହାନିର୍ଦ୍ଦେଶକଙ୍କ ମହାମେଳି। ଲୋକସେବା ଭବନରେ ଚାଲିଥିବା ଡିଜିପି ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଆଜି ଏହି କନଫରେନ୍ସରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Niharika Rout
ଅଦ୍ୟତନ ହୋଇଛି
DGP Meeting

DGP Meeting

ରାଜ୍ୟ ରାଜଧାନୀରେ ଚାଲିଛି ପୁଲିସ ମହାନିର୍ଦ୍ଦେଶକଙ୍କ ବୈଠକ ଆୟୋଜିତ ହେବ। ଲୋକସେବା ଭବନରେ ଚାଲିଥିବା ଡିଜିପି ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଆଜି ଏହି କନଫରେନ୍ସରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯୋଗ ସେସନରୁ ପ୍ରତିଦିନର କାର୍ଯ୍ୟକ୍ରମ ଆରମ୍ଭ ହେବ।

Advertisment

ବିଜନେସ ସେସନ, ବ୍ରେକ ଆଉଟ୍ ସେସନ, ଥିମାଟିକ୍ ଡାଇନିଂ ଟେବୁଲ ସେସନର ଅଭିନବ ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ଖାଇବା ଟେବୁଲରେ ବି ଭିନ୍ନ ଭିନ୍ନ ବିଷୟ ଭିତ୍ତିକ ଆଲୋଚନା ହେବ। ଯାହାଦ୍ୱାରା ଆଭ୍ୟନ୍ତରୀଣ ସୁରକ୍ଷା, ଜରୁରିକାଳୀନ ସ୍ଥିତିରେ ଆଇନଶୃଙ୍ଖଳା ବଜାୟ ରଖିବା ଭଳି ସ୍ଥିତି ନେଇ ବରିଷ୍ଠ ପୁଲିସ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଆଗରେ ନିଜର ବହୁମୂଲ୍ୟ ମତ ରଖିବାର ସୁଯୋଗ ପାଇପାରିବେ।

ଆତଙ୍କବାଦ, ବାମପନ୍ଥୀ ଉଗ୍ରବାଦର ମୁକାବିଲା ସହ ସାଇବର ସୁରକ୍ଷା, ବେଆଇନ୍ ଅନୁପ୍ରବେଶ ଓ ଶରଣାର୍ଥୀ ସମସ୍ୟାର ସମାଧାନ, ନିଶା କାରବାର ରୋକିବା, ମହିଳା ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିଚାଳନା, ନୂଆ ଅପରାଧ ଆଇନର କାର୍ଯ୍ୟକାରିତା ଭଳି ବିଷୟ ଉପରେ ଚାଲିବ ମାନସ ମନ୍ଥନ। ବିଶେଷ କରି ସମୟ ସହ ତାଳ ଦେଇ ଅପରାଧ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାରକୁ ନେଇ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହେବ।

Advertisment

ବଡ କଥା ହେଉଛି, ଏଥର ଏସବୁ ଉପରେ ଟପିକ୍ ୱାରି ପ୍ରେଜେଣ୍ଟେସନ୍ ପାଇଁ ୧୨ଟି ୱାର୍କିଂ ଗ୍ରୁପ୍ ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଏସବୁ

Bhubaneswar PM Modi DGP Conference