Advertisment

କେନ୍ଦ୍ରୀୟ ଡେପୁଟେସନରେ ଯିବେ IPS ଡି.ଏସ୍‌ କୁଟ୍ଟେ

ବିଏସ୍ଏଫ୍ ଆଇଜି ଭାବେ କେନ୍ଦ୍ରୀୟ ଡେପୁଟେସନରେ ଯିବେ କୁଟ୍ଟେ। ଗତକାଲି IPS ଆଶିଷ ସିଂ ITBP ଆଇଜି ଭାବେ ବଦଳି ହୋଇଥିଲେ।

ଅଦ୍ୟତନ ହୋଇଛି
IPS D.S Kutey (File Photo)

IPS D.S Kutey (File Photo)

Advertisment

ଆଶିଷ ସିଂଙ୍କ ପରେ କେନ୍ଦ୍ରୀୟ ଡେପୁଟେସନରେ ଯିବେ IPS ଡି.ଏସ୍ କୁଟ୍ଟେ। ବିଏସ୍ଏଫ୍ ଆଇଜି ଭାବେ ଡେପୁଟେସନରେ ଯିବେ କୁଟ୍ଟେ। ଏବେ ସେ ଗୃହ ବିଭାଗର ଓଏସଡି ଅଛନ୍ତି। ୨୦୨୮ରେ ଅବସର କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଏସ୍ଏଫ୍ ଆଇଜି ଭାବେ ଦାୟିତ୍ୱରେ ରହିବେ IPS ଡି.ଏସ୍ କୁଟ୍ଟେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ ଚିଠି କରାଯାଇଛି। ଗତକାଲି IPS ଆଶିଷ ସିଂ ITBP ଆଇଜି ଭାବେ ବଦଳି ହୋଇଥିଲେ।

Advertisment

ପ୍ରକାଶ ଥାଉ, ଦୁଇ ବରିଷ୍ଠ ଆଇପିଏସ୍ ଡିଏସ୍ କୁଟ୍ଟେ ଓ ଆଶିଷ ସିଂଙ୍କୁ ଭିକେ ପାଣ୍ଡିଆନଙ୍କ ଖାସ୍ ସହଯୋଗୀ ବୋଲି କୁହାଯାଉଥିଲା। ଗତ ସାଧାରଣ ନିର୍ବାଚନବେଳେ ନିର୍ବାଚନ ଆୟୋଗ ଉଭୟ ଅଫିସରଙ୍କ ବିରୋଧରେ ସାଧାରଣ ନିର୍ବାଚନରେ ବିଜେଡି ସପକ୍ଷରେ କାର୍ଯ୍ୟ କରୁଥିବାର ପ୍ରମାଣ ଦେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ପାଳନ କରି ୧୯୯୭ ବ୍ୟାଚ୍ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କୁ ଅଗଷ୍ଟ ୨୧ତାରିଖରେ ଓ ୨୦୦୪ ବ୍ୟାଚ୍ ଆଇପିଏସ୍ ଆଶିଷ ସିଂଙ୍କୁ ଅଗଷ୍ଟ ୬ତାରିଖରେ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା।

ବିଜେଡି ପାଇଁ କାର୍ଯ୍ୟ କରିବା ଓ କ୍ଷମତାର ଅପବ୍ୟବହାର କରି ସରକାରୀ କଳ ଉପରେ ଚାପ ପକାଇବାର ବଳିଷ୍ଠ ପ୍ରମାଣ ଶ୍ରୀ କୁଟ୍ଟେଙ୍କ ବିରୋଧରେ ରହିଛି। ରାଜ୍ୟର ଦୁଇ ଆଇଏଏସ୍ ଏନ.ଥିରୁମାଳା ନାଏକ(ତତକାଳୀନ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ) ଓ ଚଂଚଳ ରଣା(ଜିଲ୍ଲାପାଳ) ଲିଖିତ ଭାବେ କୁଟ୍ଟେଙ୍କ ବିରୋଧରେ ଅଭିଯୋଗ କରିଥିଲେ। ତେଣୁ ସରକାର ଯଦି ‘ତଦନ୍ତକାରୀ ଅଫିସର’ଙ୍କୁ ନିଯୁକ୍ତି ଦେବେ ଓ ସେ ଉଭୟ ପକ୍ଷକୁ ଶୁଣିବା ପରେ ଶ୍ରୀ କୁଟ୍ଟେ ଦୋଷୀ ସାବ୍ୟସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା କୁହାଯାଉଥିଲା।

Advertisment

ଅନ୍ୟପକ୍ଷରେ, ଆଇପିଏସ୍ ଆଶିଷ ସିଂ ନିଜର ଦିଲ୍ଲୀ ଲିଙ୍କ୍ ଉପଯୋଗ କରି କେନ୍ଦ୍ରୀୟ ଡେପୁଟେସନକୁ ଯିବାରେ ସକ୍ଷମ ହୋଇଛନ୍ତି। ତାଙ୍କୁ ତତ୍କାଳ କେନ୍ଦ୍ରୀୟ ଡେପୁଟେସନରେ ପଠାଇବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତକାଲି ନିର୍ଦ୍ଦେଶ ଦେଇଥିଲେ। ITBP ଆଇଜି ଭାବେ ତାଙ୍କ ନିଯୁକ୍ତି ନେଇ ଜାରି ହୋଇଥିଲା ନିର୍ଦ୍ଦେଶ। ଏହାପରେ କୁଟ୍ଟେ ଖୁବଶୀଘ୍ର ଡେପୁଟେସନ ଅବା ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିପାରନ୍ତି ବୋଲି କୁହାଯାଉଥିଲା। ତେବେ ଆଜି ତାଙ୍କୁ ବିଏସ୍ଏଫ୍ ଆଇଜି ଭାବେ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ ଚିଠି କରାଯାଇଛି।

IPS Ashish Singh Home Ministry IPS DS Kutey DS Kutey Appointed As BSF IG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe