ରାଜ୍ୟପାଳଙ୍କ ଏଡିସି ଭାବେ ୨୦୨୧ ବ୍ୟାଚ୍ ଆଇପିଏସ୍ କୁଳଦୀପ ମୀନାଙ୍କୁ ନିଯୁକ୍ତି ମିଳିଛି । ସେ ତାଙ୍କର ଏହି ନୂଆ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡ଼ିଛି । ପୂର୍ବ ରାଜ୍ୟପାଳ ରଘୁବର ଦାସଙ୍କ ସମୟରେ ୨୦୨୪ ମେ’ ମାସରୁ ଏଡିସି ଭାବେ ଲେଫଟନାଂଟ କମାଣ୍ଡର ନୀତିନ୍ ତ୍ରିପାଠୀ କାର୍ଯ୍ୟ କରୁଥିଲେ ।
ରାଜ୍ୟ ଗୃହ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୨୦୨୧ ବ୍ୟାଚ୍ ଆଇପିଏସ୍ କୁଳଦୀପ ମୀନାଙ୍କୁ ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତି ମିଳିଛି । ସେ ବୌଦ୍ଧ ଏସଡିପିଓ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ସ୍ଥାନୀୟସ୍ତରରେ ରିଲିଭ୍ କରାଯିବା ପରେ ସେ ରାଜ୍ୟପାଳଙ୍କ ଏଡିସି ଭାବେ ଯୋଗ ଦେଇଥିବା ଜଣାପଡ଼ିଛି ।
ରାଜ୍ୟପାଳ ଡଃ ହରିବାବୁ କମ୍ଭମପତି ଜାନୁୟାରୀ ପ୍ରଥମ ସପ୍ତାହରେ ଓଡ଼ିଶାରେ ଯୋଗ ଦେବା ପରେ ଲେଫ୍ଟନାଂଟ କମାଣ୍ଡର ନୀତିନ ତ୍ରିପାଠୀଙ୍କୁ ହଟାଇ ଜଣେ ଆଇପିଏସ ଅଫିସରଙ୍କୁ ତାଙ୍କର ଏଡିସି(ଏଡ୍ -ଡେ-କ୍ୟାମ୍ପ) ଭାବେ ନିଯୁକ୍ତି ଦିଆଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
୯ମ ଓ ୧୦ମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି ଏହି ଘୋଷଣା।

Miscellaneous
ବିବାହ ବିଚ୍ଛେଦ ରୋକିବାକୁ ଖୋଲିବ ପ୍ରାକ୍ ବିବାହ ପରାମର୍ଶ କେନ୍ଦ୍ର, ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଗ୍ରାମସଭା
ବର୍ତ୍ତମାନ ପରିସ୍ଥିତିରେ ସମାଜରେ ଅଧିକ ମାତ୍ରାରେ ହେଉଥିବା ବିବାହ ବିଚ୍ଛେଦକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟରେ ପ୍ରାକ୍ ବିବାହ ପରାମର୍ଶ କେନ୍ଦ୍ର ଖୋଲାଯିବ । ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏନେଇ ସହମତି ପ୍ରଦାନ କରିଛନ୍ତି ।

Miscellaneous
ପୁଣି ଚର୍ଚ୍ଚାରେ ଗନ୍ଧମାର୍ଦ୍ଦନ: କାହିଁକି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସୁରକ୍ଷା ଲୋଡ଼ିଲେ ବରଗଡ଼ ସାଂସଦ?
ଏହି ପାହାଡ଼ରେ ବହୁ ପରିମାଣର ଉଚ୍ଚ ଗୁଣାତ୍ମକ ମାନର ବକ୍ସାଇଟ, ଗ୍ରାନାଇଟ୍ ଓ ଚୂନପଥର ଥିବା ଯୋଗୁ ଏହା ଏବେ ଖଣି ମାଫିଆଙ୍କ ନଜର ରହିଛି ।

Miscellaneous
ବୁଲୁନି ବାଡ଼, ପୁଣି ହେଉଛି ଜବରଦଖଲ!
କିଛି ବର୍ଷ ତଳେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଅଧିକାର ଆଇନରେ ମିଳିଥବା ଉତ୍ତର ଅନୁଯାୟୀ, ଭୁବନେଶ୍ୱରରେ ୪୭୯.୦୪୪ ଏକର ସରକାରୀ ଜମି ଜବରଦଖଲ ହୋଇଛି। ସବୁଠାରୁ ଅଧିକ ୧୪୮.୧୪୩ ଏକର ଜମି ଜବରଦଖଲ ହୋଇଛି ଜୟଦେବ ବିହାର ମୌଜାରେ।

Miscellaneous
ବିଶ୍ୱରେ ଲଜ୍ଜିତ ହେଲା ଓଡ଼ିଶା: ନିଜଆଡ଼ୁ ତଦନ୍ତ ନିର୍ଦ୍ଦେଶ ନଦେଇ କାହିଁକି ସମୟ ଗଡ଼ାଇଲେ ସରକାର?
ଓଡ଼ିଶା ସାରା ବିଶ୍ୱରେ ନିନ୍ଦିତ କରିଛି ତଥାପି ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ ନିଜଆଡ଼ୁ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ଓଡ଼ିଶା କ୍ରିକେଟ୍ ଆସେସିଏସ(ଓସିଏ) ଅବୈତନିକ ସମ୍ପାଦକଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିବା ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନଚିହ୍ନ ଲଗାଇଛି।