Raj Bhavan
ରାଜ୍ୟପାଳଙ୍କ ଏଡିସି ଭାବେ ୨୦୨୧ ବ୍ୟାଚ୍ ଆଇପିଏସ୍ କୁଳଦୀପ ମୀନାଙ୍କୁ ନିଯୁକ୍ତି ମିଳିଛି । ସେ ତାଙ୍କର ଏହି ନୂଆ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡ଼ିଛି । ପୂର୍ବ ରାଜ୍ୟପାଳ ରଘୁବର ଦାସଙ୍କ ସମୟରେ ୨୦୨୪ ମେ’ ମାସରୁ ଏଡିସି ଭାବେ ଲେଫଟନାଂଟ କମାଣ୍ଡର ନୀତିନ୍ ତ୍ରିପାଠୀ କାର୍ଯ୍ୟ କରୁଥିଲେ ।
ରାଜ୍ୟ ଗୃହ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୨୦୨୧ ବ୍ୟାଚ୍ ଆଇପିଏସ୍ କୁଳଦୀପ ମୀନାଙ୍କୁ ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତି ମିଳିଛି । ସେ ବୌଦ୍ଧ ଏସଡିପିଓ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ସ୍ଥାନୀୟସ୍ତରରେ ରିଲିଭ୍ କରାଯିବା ପରେ ସେ ରାଜ୍ୟପାଳଙ୍କ ଏଡିସି ଭାବେ ଯୋଗ ଦେଇଥିବା ଜଣାପଡ଼ିଛି ।
ରାଜ୍ୟପାଳ ଡଃ ହରିବାବୁ କମ୍ଭମପତି ଜାନୁୟାରୀ ପ୍ରଥମ ସପ୍ତାହରେ ଓଡ଼ିଶାରେ ଯୋଗ ଦେବା ପରେ ଲେଫ୍ଟନାଂଟ କମାଣ୍ଡର ନୀତିନ ତ୍ରିପାଠୀଙ୍କୁ ହଟାଇ ଜଣେ ଆଇପିଏସ ଅଫିସରଙ୍କୁ ତାଙ୍କର ଏଡିସି(ଏଡ୍ -ଡେ-କ୍ୟାମ୍ପ) ଭାବେ ନିଯୁକ୍ତି ଦିଆଯାଇଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Raj_Bhavan_1737721081.jpg)