ପୁଲିସ ବିଭାଗରେ ବ୍ୟାପକ ଅନିୟମିତତା: ଚୁକ୍ତି ଅବଧି ସରିବା ପରେ ବି ଅନୁକମ୍ପା, ସାମଗ୍ରୀ କିଣାବିକାରେ ରହୁନି ପାରଦର୍ଶିତା

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଦୁର୍ନୀତି ବିରୁଦ୍ଧରେ ‘ଜିରୋ ଟଲେରାନ୍ସ’ ନୀତି ଆପଣାଇଥିଲେ ମଧ୍ୟ ରାଜ୍ୟ ପୁଲିସ ବିଭାଗ ପାଇଁ ଏସବୁ ଯେଭଳି ମୂଲ୍ୟହୀନ ହୋଇପଡ଼ିଛି ।

Odisha

ଓଡ଼ିଶା ପୁଲିସ

Ordigital Desk
  • Published: Wednesday, 11 June 2025
  • Updated: 11 June 2025, 08:09 PM IST

Sports

Latest News

ପୁଲିସ ବିଭାଗରେ ବିଭିନ୍ନ ସାମଗ୍ରୀ କ୍ରୟ ଓ ଟେଣ୍ଡର ଆଦି ସଂକ୍ରାନ୍ତ ଆର୍ଥିକ କାରବାରରେ ବ୍ୟାପକ ଅନିୟମିତତା ଏବେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଦୁର୍ନୀତି ବିରୁଦ୍ଧରେ ‘ଜିରୋ ଟଲେରାନ୍ସ’ ନୀତି ଆପଣାଇଥିଲେ ମଧ୍ୟ ରାଜ୍ୟ ପୁଲିସ ବିଭାଗ ପାଇଁ ଏସବୁ ଯେଭଳି ମୂଲ୍ୟହୀନ ହୋଇପଡ଼ିଛି । ଏପରିକି ସିସିଟିଏନଏସ୍ ପାଇଁ ‘ସିଷ୍ଟମ ଇଣ୍ଟିଗ୍ରେଟର ଚୟନ’ ନିମନ୍ତେ ଟେଣ୍ଡର ଅନିୟମିତତାକୁ ନେଇ ସିଏଜିଙ୍କ ଆପତ୍ତି ପରେ ମଧ୍ୟ ପୁଲିସ ବିଭାଗ ନିଜକୁ ପାରଦର୍ଶୀ କରିବାରେ ସକ୍ଷମ ହୋଇପାରିନାହିଁ ।

ଯେଉଁଥିପାଇଁ ବିଜେଡି ସରକାର ଅମଳରେ ‘ଜରୁରୀକାଳୀନ ସେବା’ ଯୋଗାଇ ଦେବା ନିମନ୍ତେ ୧୦୬ଟି ଗାଡ଼ି ଭଡ଼ାରେ ଆଣିବାକୁ ରାଜ୍ୟ ବାହାରର ଏକ କମ୍ପାନୀ ସହ ଓଡ଼ିଶା ପୁଲିସ କରିଥିବା ଚୁକ୍ତିର ଅବଧି ୨୦୨୫ ମାର୍ଚ୍ଚ ୩୧ ତାରିଖରୁ ଶେଷ ହୋଇଥିଲେ ମଧ୍ୟ ସାନି ଟେଣ୍ଡର ନଡାକି ଓଲଟା ସମ୍ପୃକ୍ତ କମ୍ପାନୀଠୁ ୨ଟି ପର୍ଯ୍ୟାୟରେ ଆଉ ୮୦ଟି ଗାଡ଼ି ଆଣିଥିବା ଜଣାପଡ଼ିଛି ।

କେବଳ ସେତିକି ନୁହେଁ ‘ଡ୍ରୋନ୍‌’ କିଣାରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ମଡେଲକୁ ଆଣିବା ନିମନ୍ତେ କିଭଳି କାରସାଦି ହୋଇଛି ତାହା ‘ଓଡ଼ିଶା ରିପୋର୍ଟର’ର ହସ୍ତଗତ ହୋଇଥିବା ଦସ୍ତାବିଜରୁ ପ୍ରମାଣ ମିଳୁଛି । ତେବେ ନିଜର ଆବଶ୍ୟକତା ପାଇଁ ବିଭିନ୍ନ ସାମଗ୍ରୀ କିଣାରେ ଓଡ଼ିଶା ପୁଲିସ କାହିଁକି ପାରଦର୍ଶିତା ଓ ବିଶ୍ୱସନୀୟତାକୁ ବଜାୟ ରଖିପାରୁନି ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।

ସାନି ଟେଣ୍ଡର ନଡାକି କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା

ଦିଲ୍ଲୀ ‘ନିର୍ଭୟା’ ମାମଲା ପରେ ସାଧାରଣ ଲୋକଙ୍କୁ ତତ୍କାଳ ଜରୁରୀକାଳୀନ ପୁଲିସ ସହାୟତା ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସରକାର ୨୦୧୯ ମସିହାରେ ଇର୍ମଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ(ଇଆରଏସଏସ) ବ୍ୟବସ୍ଥା ଲାଗୁ କରିବା ପରେ ଓଡ଼ିଶାରେ ୨୦୨୧ ମାର୍ଚ୍ଚରୁ ଇଆରଏସଏସ୍ ବା ‘ଡାଏଲ ୧୧୨’ ବ୍ୟବସ୍ଥା ଆରମ୍ଭ ହେଲା । ଏହି ଇଆରଏସଏସ୍ ସେବା ଯୋଗାଇ ଦେବା ନିମନ୍ତେ ଅଧିକ ପିସିଆର ଭ୍ୟାନ୍ ଆବଶ୍ୟକତା ଥିବାରୁ ରାଜ୍ୟ ବାହାରର ଏକ ସଂସ୍ଥା ‘ଜିକିତ୍ସା ହେଲଥକେୟାର ଲିମିଟେଡ’ ସହ ୧୦୬ଟି ଜିପିଏସଯୁକ୍ତ ଜରୁରୀକାଳୀନ ସହାୟତା ଗାଡ଼ି ଦେବା ନିମନ୍ତେ ଓଡ଼ିଶା ପୁଲିସ ବିଧିବଦ୍ଧ ଟେଣ୍ଡର କରିଥିଲା ଓ ଏନେଇ ଚୁକ୍ତି ସ୍ୱାକ୍ଷର କରିଥିଲା । ୨୦୨୨ ଏପ୍ରିଲ ପ୍ରଥମ ସପ୍ତାହରେ ଏହି ସମସ୍ତ ଗାଡ଼ି ଓଡ଼ିଶା ପୁଲିସର କାର୍ଯ୍ୟରେ ନିୟୋଜିତ ହୋଇଥିଲା ।

Also Read

ତେବେ ସେତେବେଳେ ଓଡ଼ିଶା ପୁଲିସର ଯେଉଁ ସର୍ତ୍ତ ଓ ମାନଦଣ୍ଡ ପୂରଣ କରି ଏହି ଟେଣ୍ଡରକୁ ସମ୍ପୃକ୍ତ ‘ଜିକିତ୍ସା’ ସଂସ୍ଥା ହାତେଇଥିଲା ପରବର୍ତ୍ତୀ ସମୟରେ ତା’ର ବିଭାଜନ ହୋଇ ୨୦୨୪ ଏପ୍ରିଲରେ ଏକ ନୂଆ ସଂସ୍ଥା ‘ଜେନପ୍ଲସ୍ ପ୍ରାଇଭେଟ୍ ଲିମିଟେଡ’ ଜନ୍ମ ନେଇଥିଲା ଯାହା ଜିକିତ୍ସା ହେଲଥକେୟାରଠୁ ସମ୍ପୂର୍ଣ୍ଣ ଅଲଗା ହୋଇ ‘ଓଡ଼ିଶା ପୁଲିସ’ ସହ କାରବାର କରିଥିଲା । ଯଦିଓ ୨୦୨୧ ଅଗଷ୍ଟ ମାସରେ ‘ଓଡ଼ିଶା ପୁଲିସ’ ଡାକିଥିବା ଟେଣ୍ଡର ସର୍ତ୍ତାବଳୀ ଓ ମାନଦଣ୍ଡକୁ ଏହି ନୂଆ ସଂସ୍ଥା ପାଳନ କରୁନଥିବା ଜଣାପଡ଼ିଛି । ତଥାପି ଏହାର ମୂଳ ସଂସ୍ଥା ‘ଜିକିତ୍ସା’ ସହ ହୋଇଥିବା ଚୁକ୍ତିର ଅବଧି ୨୦୨୫ ମାର୍ଚ୍ଚ ୩୧ତାରିଖରେ ଶେଷ ହେଉଥିଲେ ମଧ୍ୟ ‘ଓଡ଼ିଶା ପୁଲିସ’ ତା’ର କିଛିମାସ ପୂର୍ବରୁ ସୁନିୟୋଜିତ ଢଙ୍ଗରେ ପ୍ରଥମେ ୩୦ଟି ଓ ପରେ ୫୦ଟି ଗାଡ଼ି ପାଇଁ ‘ଜେନପ୍ଲସ’କୁ ଅର୍ଡର ଦେଇଥିବା ସୂଚନା ମିଳିଛି । ଏଥିରୁ ୩୦ଟି ଗାଡ଼ିକୁ ୨୦୨୪ ଡିସେମ୍ବର ମାସରେ କମିଶନରେଟ ପୁଲିସରେ ସାମିଲ କରାଯାଇସାରିଛି ।

ତେବେ ପ୍ରଶ୍ନ ଉଠୁଛି, ବିଜେଡି ସରକାର ସମୟରେ ଚୁକ୍ତିବଦ୍ଧ ହୋଇଥିବା ରାଜ୍ୟ ବାହାରର ସଂସ୍ଥା ସହ ଟେଣ୍ଡରର ଅବଧି ୨୦୨୫ ମାର୍ଚ୍ଚ ୩୧ରେ ସରିଥିଲେ ମଧ୍ୟ ଓଡ଼ିଶା ପୁଲିସ କାହିଁକି ‘ସାନି ଟେଣ୍ଡର’କୁ ନଯାଇ ମୂଳ ସଂସ୍ଥାର ସହଯୋଗୀ ସଂସ୍ଥା ସହ କାରବାର କରିବାକୁ ଉଚିତ୍ ମଣିଛି । ଏକକାଳୀନ ଅଧିକ ସଂଖ୍ୟକ ଗାଡ଼ି ପାଇଁ କମ୍ପିଟେଟିଭ୍ ବିଡିଂ(ପ୍ରତିଯୋଗିତାମୂଳକ ଟେଣ୍ଡର) କରିଥିଲେ ରାଜ୍ୟ ରାଜକୋଷ ଉପରେ ଚାପ ହ୍ରାସ ପାଇପାରିଥାନ୍ତା?

ଦ୍ୱିତୀୟତଃ - ଓଡ଼ିଶା ପୁଲିସର ଡିଜିପିଙ୍କୁ ଆର୍ଥିକ ବର୍ଷରେ ସର୍ବାଧିକ ୧କୋଟି ଟଙ୍କାର ଖର୍ଚ୍ଚ ନିମନ୍ତେ କ୍ଷମତା ମିଳିଥିଲେ ମଧ୍ୟ ଏହି ୮୦ଟି ଗାଡ଼ିକୁ ଭଡ଼ାରେ ଆଣିବା ପାଇଁ ତାଙ୍କ କାର୍ଯ୍ୟାଳୟ ଅନୁମତି କିଭଳି ଦେଲେ ତାହା ବି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦିଓ ଏହି ୮୦ଟି ଗାଡ଼ି ବାବଦରେ ପ୍ରାୟ ୧୪-୧୫କୋଟି ଟଙ୍କା ଦେବାକୁ ପଡ଼ିବ । ତେଣୁ ସାନି ଟେଣ୍ଡର ନକରି ସମ୍ପୃକ୍ତ ସଂସ୍ଥାଠୁ ଓଲଟା ଅଧିକ ଗାଡ଼ି ଭଡ଼ାରେ ଆଣିବା ମଧ୍ୟ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେବେ ଏହି ଅନିୟମିତତାକୁ ନେଇ ପୁଲିସ ମହକୁମାରେ ଚର୍ଚ୍ଚା ହେବାପରେ ଇତିମଧ୍ୟରେ ୧୩୦ଟି ଗାଡ଼ି ଭଡ଼ାରେ ଆଣିବା ନିମନ୍ତେ ରାଜ୍ୟ ଗୃହ ବିଭାଗଠୁ ଓଡ଼ିଶା ପୁଲିସ ଅନୁମତି ନେଇଥିବା ଜଣାପଡ଼ିଛି । ଅବଶ୍ୟ ଗୃହ ବିଭାଗ ନିଜ ମୁଣ୍ଡରୁ ଦୋଷ ଛଡ଼ାଇବା ପାଇଁ କେଉଁ ସଂସ୍ଥାଠୁ ଓ କେତେ ଟଙ୍କାରେ ଗାଡ଼ି ଭଡ଼ାରେ ଆଣିବ ସେ ନେଇ କିଛି ଉଲ୍ଲେଖ କରିନଥିବା ସୂଚନା ମିଳିଛି । ଗୃହ ବିଭାଗର ଏଭଳି ଆଭିମୁଖ୍ୟ ପରେ ଏବେ ଓଡ଼ିଶା ପୁଲିସ ପକ୍ଷରୁ ‘ଇଆରଏସଏସ୍‌’ ନିମନ୍ତେ ମୋଟ୍ ୪୩୦ଟି ଜରୁରୀକାଳୀନ ସହାୟତା ଗାଡ଼ି ଭଡ଼ାରେ ଆଣିବାକୁ ନୂଆ ଟେଣ୍ଡର ପ୍ରସ୍ତୁତ ଚାଲିଥିବା ଜଣାପଡ଼ିଛି ।

ଡ୍ରୋନ କିଣାରେ ଅହେତୁକ ଅନୁକମ୍ପା

ରାଜ୍ୟର ଉପକୂଳ ସୁରକ୍ଷା ଓ ପାଟ୍ରୋଲିଂ ନିମନ୍ତେ ଓଡ଼ିଶା ପୁଲିସ ‘ଡ୍ରୋନ୍‌’ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବାକୁ ୧୨ଟି ଡ୍ରୋନ୍ କିଣିବାକୁ ନିଷ୍ପତ୍ତି ନେଲା । ଏଥିପାଇଁ ଗୃହ ବିଭାଗରୁ ଅନୁମତି ସହ ୧୨.୭୩କୋଟି ଟଙ୍କା ପାଣ୍ଠି ମଞ୍ଜୁର ହେଲା । ଓଡ଼ିଶା ପୁଲିସ ଏହି ଡ୍ରୋନ୍ କିଣିବା ନିମନ୍ତେ ଜେଇଏମ(ଗଭର୍ଣ୍ଣମେଂଟ ଇ-ମାର୍କେଟପ୍ଲେସ) ମାଧ୍ୟମରେ ଟେଣ୍ଡର ଆହ୍ୱାନ କଲା । ଜେଇଏମ୍ ମାଧ୍ୟମରେ ଏହି ଟେଣ୍ଡରରେ ମୋଟ ୭ଟି ସଂସ୍ଥା ସାମିଲ ହେଲେ ଓ ସେଥିରୁ ୩ଟି ସଂସ୍ଥାକୁ ‘କ୍ୱାଲିଫାଏଡ ବିଡର’ ଭାବେ ଘୋଷଣା କରି ୧୦.୦୯କୋଟି ଟଙ୍କାର ବିଡିଂ ଦେଇଥିବା ‘ଏଲ-୧ ବିଡର’କୁ ଗତ ଫେବୃୟାରୀ ମାସରେ ଚୟନ କରାଗଲା ।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ୩ଟି ସଂସ୍ଥାକୁ ‘କ୍ୱାଲିଫାଏଡ୍ ବିଡର’ ଭାବେ ଓଡ଼ିଶା ପୁଲିସ ଚୟନ କଲା ସେମାନେ ସମସ୍ତେ ଗୋଟିଏ ନିର୍ଦ୍ଦିଷ୍ଟ ଡ୍ରୋନ କମ୍ପାନୀ ‘ଆଇଡିଆଫର୍ଜ’ର ମଡେଲ ପାଇଁ ଟେଣ୍ଡର ପକାଇଥିଲେ । ଏଠି ପ୍ରଶ୍ନ ଉଠୁଛି, ଦେଶରେ ବହୁ ସଂଖ୍ୟକ ଡ୍ରୋନ୍ କମ୍ପାନୀ ଥିବାବେଳେ ଏପରିକି ଓଡ଼ିଶାରେ ନିଜସ୍ୱ ଷ୍ଟାର୍ଟଅପ୍ କମ୍ପାନୀ ‘ଆଇଜି ଡ୍ରୋନ’(ଯିଏକି ଅପରେସନ୍ ସିନ୍ଦୁରରେ ପ୍ରମୁଖ ଭୂମିକା ତୁଲାଇଥିଲା) ରହିଥିଲେ ମଧ୍ୟ ‘ଜେଇଏମ’ ଟେଣ୍ଡରକୁ ଆଳ କରି କିଏ କାହିଁକି ‘ଆଇଡିଆଇଫର୍ଜ’ର ଡ୍ରୋନକୁ ଚୟନ କଲେ ତାହା ବି ସନ୍ଦେହଘେରରେ । ‘ଆଇଡିଆଇଫର୍ଜ’ କମ୍ପାନୀର ଡ୍ରୋନ୍ ଓ ଅନ୍ୟ କମ୍ପାନୀର ଡ୍ରୋନର ଗୁଣବତ୍ତାକୁ କିଏ ଚୟନ କଲା ଓ କାହା ନିର୍ଦ୍ଦେଶରେ ଏହି ନିଷ୍ପତ୍ତି ନିଆଗଲା ତାହା ମଧ୍ୟ ଏବେବି ଅସ୍ପଷ୍ଟ ।

ପାରଦର୍ଶିତା ପାଇଁ ଅନ୍ୟ ରାଜ୍ୟକୁ ଅନୁକରଣ କରୁ ଓଡ଼ିଶା ପୁଲିସ

ଓଡ଼ିଶା ପୁଲିସର କ୍ରାଇମ ରେକର୍ଡ ବ୍ୟୁରୋ ଦ୍ୱାରା ସିସିଟିଏନଏସ୍ (କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ ନେଟୱାର୍କ) ନିମନ୍ତେ ସିଷ୍ଟମ ଇଣ୍ଟିଗ୍ରେଟର ଚୟନରେ ଅନିୟମିତତା ହୋଇଥିବା ନେଇ ସିଏଜି ତାଙ୍କ ଅଡିଟରେ ଗତକିଛିମାସ ପୂର୍ବରୁ ଆପତ୍ତି ଉଠାଇଥିଲେ । ଓଡ଼ିଶା ପୁଲିସରେ ଆବଶ୍ୟକତା ଅନୁସାରେ ନିୟମିତ ଭାବେ କୋଟିକୋଟି ଟଙ୍କାର ବିଭିନ୍ନ ଉପକରଣ କ୍ରୟ କରାଯାଉଛି ଓ ଏଥିପାଇଁ ରାଜ୍ୟସ୍ତରୀୟ କ୍ରୟ କମିଟି(ଏସଏଲପିସି) ମଧ୍ୟ ରହିଛି । କିନ୍ତୁ ଏସବୁ ସତ୍ତ୍ୱେ ବିଭିନ୍ନ ଉପକରଣ ଓ ସାମଗ୍ରୀ କ୍ରୟରେ ପାରଦର୍ଶିତା ରଖିବାରେ ଓଡ଼ିଶା ପୁଲିସ କାହିଁକି ସକ୍ଷମ ହେଉନାହିଁ ଯେଉଁଥିପାଇଁ ବିଭିନ୍ନ ସମୟରେ ପ୍ରିୟାପ୍ରୀତି ଓ ଅଭିଯୋଗ ଆସିବାରେ ଲାଗିଛି । ଏସବୁ ଅଭିଯୋଗ ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଓଡ଼ିଶା ପୁଲିସର ଆର୍ଥିକ କାରବାରକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ସାଧାରଣରେ ଦାବି ହୋଇଛି ।

ବିଶେଷକରି ଡିଜିଟାଲ ବ୍ୟବସ୍ଥା, ସେଂଟ୍ରାଲାଇଜଡ୍ କ୍ରୟ ବ୍ୟବସ୍ଥା, ସେଂଟ୍ରାଲାଇଜଡ୍ ପ୍ରୋକ୍ୟୁରମେଂଟ ବୋର୍ଡ, ନିୟମିତ ଅଡିଟ ଓ ସାମାଜିକ ନିରୀକ୍ଷଣ ମାଧ୍ୟମରେ ପାରଦର୍ଶିତା ସମ୍ଭବପର ହୋଇପାରିବ । ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ତାମିଲନାଡୁ ଓ କର୍ଣ୍ଣାଟକ ପରି ଏକ ସ୍ୱଚ୍ଛ ଇ-ପ୍ରୋକ୍ୟୁରମେଂଟ ବ୍ୟବସ୍ଥା  ହେଉ ଅବା ଦିଲ୍ଲୀ ଓ ୟୁପି ମଡେଲକୁ ମଧ୍ୟ ଆପଣାଇଲେ ଏଭଳି ଅଭିଯୋଗକୁ ଏଡ଼ାଇ ଯାଇ ହୁଅନ୍ତା ।

କର୍ଣ୍ଣାଟକରେ ଯେଉଁଭଳି ସ୍ୱାଧୀନ ତୃତୀୟ ପକ୍ଷ ସଂସ୍ଥା ଦ୍ୱାରା ପ୍ରତ୍ୟେକ କ୍ରୟ ସାମଗ୍ରୀର ଗୁଣବତ୍ତା ଯାଂଚ ଓ ମୂଲ୍ୟ ନିର୍ଦ୍ଧାରଣ କରାଯାଉଛି ସେଭଳି ଓଡ଼ିଶା ପୁଲିସରେ କରାଗଲେ ଏଭଳି ଅଭିଯୋଗର ପରିସମାପ୍ତି ଘଟିପାରନ୍ତା । ବିଡିଂ ପ୍ରକ୍ରିୟାରେ ରିଅଲ-ଟାଇମ ଅଡିଟ୍ ଏବଂ ସର୍ବସାଧାରଣଙ୍କ ପାଇଁ ସୂଚନା ଉପଲବ୍ଧ କରାଯାଉ । ସମସ୍ତ କ୍ରୟ ପ୍ରକ୍ରିୟା ଜେଇଏମ୍ ଅନଲାଇନ ପୋର୍ଟାଲ ମାଧ୍ୟମରେ କରାଗଲେ ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବ ଓ ମଧ୍ୟସ୍ଥିଙ୍କ ହସ୍ତକ୍ଷେପ ହ୍ରାସ ପାଇବ ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story