Advertisment

ପୁଲିସ ଡିଜିଙ୍କ କ୍ଷମତା ସଙ୍କୁଚିତ ହେଉଛି କି?

ପୂର୍ବତନ ପୁଲିସ ଡିଜି ବିପିନ ବିହାରୀ ମିଶ୍ର କହିଛନ୍ତି, ଗୃହ ବିଭାଗ ଉପରେ ଚାପ ବଢୁଥିବାରୁ ୨୦୦୨ ମସିହାରୁ ବଦଳି ଦାୟିତ୍ୱ ଡିଜିପିଙ୍କୁ ଦିଆଯାଇଥିଲା। ଏବେ ଡିଏସପିମାନଙ୍କ ସଂଖ୍ୟା ବଢ଼ିଛି। ଅପରାଧ ମଧ୍ୟ ବଢ଼ି ଚାଲିଛି।

author-image
Manoranjan Sial
undefined

DGP OFFICE

ପୁଲିସ ଡିଜିଙ୍କ କ୍ଷମତା ସଂକୁଚିତ ନିଷ୍ପତ୍ତି ପ୍ରସଙ୍ଗକୁ ନେଇ ବଢ଼ିଲା ଚର୍ଚ୍ଚା। କିଏ କହୁଛନ୍ତି, ବଢୁଥିବା ଆଇନଶୃଙ୍ଖଳା ଓ ଅପରାଧ ଭିତରେ ଏହି ନିଷ୍ପତ୍ତି ଅନୁଚିତ। ଆଉ କିଏ କହୁଛନ୍ତି, ଏହାଦ୍ୱାରା ଗୃହ ବିଭାଗରେ ବଦଳି ବ୍ୟବସ୍ଥା ସୁପରିଚାଳିତ ହୋଇପାରିବ।

Advertisment

ତେବେ ପୂର୍ବତନ ପୁଲିସ ଡିଜି ବିପିନ ବିହାରୀ ମିଶ୍ର କହିଛନ୍ତି, ଗୃହ ବିଭାଗ ଉପରେ ଚାପ ବଢୁଥିବାରୁ ୨୦୦୨ ମସିହାରୁ ବଦଳି ଦାୟିତ୍ୱ ଡିଜିପିଙ୍କୁ ଦିଆଯାଇଥିଲା। ଏବେ ଡିଏସପିମାନଙ୍କ ସଂଖ୍ୟା ବଢ଼ିଛି। ଅପରାଧ ମଧ୍ୟ ବଢ଼ି ଚାଲିଛି। ଏଭଳି ସ୍ଥିତିରେ ଡିଜିପିଙ୍କ କ୍ଷମତା ସଙ୍କୁଚିତ କରି ଗୃହ ବିଭାଗ ସଚିବଙ୍କୁ ଦେବା ଅନୁଚିତ।

ତେବେ ବିଜେପି ଏହାକୁ ରାଜ୍ୟ ସରକାରଙ୍କ ନିୟମିତ ନିଷ୍ପତ୍ତି ବୋଲି କହିବା ସହ ବଦଳି କ୍ଷମତାରୁ ଡିଜିପିଙ୍କୁ ବାଦ ଦିଆଯାଇନି କି ଗୃହ ସଚିବ ଏକପାଖିଆ ନିଷ୍ପତ୍ତି ନେଇପାରିବେନି। ବରଂ ଏହାଦ୍ୱାରା ଗୃହ ବିଭାଗର ସୁପରିଚାଳନା ଆହୁରି ଶୃଙ୍ଖଳିତ ହୋଇପାରିବ।

Advertisment

DSP ରାଙ୍କ ଅଫିସରଙ୍କୁ ପୁଲିସ ଡିଜି ବଦଳି ଓ ନିଯୁକ୍ତି କରିପାରିବେନି ବୋଲି ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଯେଉଁଥିରେ ଦର୍ଶାଯାଇଛି, ଡିଏସପି, ଏଏସପି, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଡେପୁଟି କମାଣ୍ଡାଣ୍ଟଙ୍କ ବଦଳି କରିପାରିବେନି ଡିଜିପି। ଏହି ସମସ୍ତ ପଦବୀ ଗୁଡ଼ିକର ପୋଷ୍ଟିଂ ଓ ଟ୍ରାନ୍ସଫର ଏକ କମିଟି ଦ୍ୱାରା ହେବ। ଯାହାର ଅଧ୍ୟକ୍ଷ ରହିବେ ରାଜ୍ୟ ଗୃହ ବିଭାଗ ସଚିବ। ତା’ସହ ଡିଜିପି ଓ ଆଇଜି ପୁଲିସ୍ ଏହି କମିଟିରେ କେବଳ ଜଣେ ସଦସ୍ୟ ରହିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।

Bhubaneswar Odisha DGP