Advertisment

ଗାଡ଼ିର ଫିଟ୍‌ନେସ୍ ଅଛି ନା ନାହିଁ? ଟୋଲଗେଟ୍‌ରେ ଫସି ଯାଇପାରନ୍ତି

ବିନା ଫିଟନେସରେ ଚାଲୁଥିବା ଗାଡ଼ିଗୁଡ଼ିକୁ ନେଇ ବଡ଼ ବୟାନ ଦେଲେ ପରିବହନ ମନ୍ତ୍ରୀ।

author-image
Jitendra Garnayak
ଅଦ୍ୟତନ ହୋଇଛି
Vehicles

Vehicles

ଫିଟନେସ୍ ନଥିବା ଗାଡ଼ି ବିରୋଧରେ ରାଜ୍ୟବ୍ୟାପୀ ହେବ ଜୋରଦାର ଧରପଗଡ଼। ଏଣିକି ସଂପୃକ୍ତ ଗାଡ଼ିଗୁଡ଼ିକୁ ସିଧା ସିଜ୍ କରାଯିବ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା।

Advertisment

ସଡ଼କ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ ପାଇଁ ପରିବହନ ମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ କହିଛନ୍ତି, ବିନା ଫିଟନେସରେ ଚାଲୁଥିବା ଗାଡ଼ିଗୁଡ଼ିକୁ କେବଳ ଜରିମାନା ନୁହେଁ, ଆଇନ ଅନୁଯାୟୀ ଜବତ କରାଯିବା ସହ ମାମଲା ରୁଜୁ କରାଯିବ।

ମନ୍ତ୍ରୀ ଆହୁରି କହିଛନ୍ତି, ବାରମ୍ବାର ସଚେତନତା ସତ୍ତ୍ୱେ କେତେକ ଗାଡ଼ି ମାଲିକ ଏହାର ଉଲ୍ଲଂଘନ କରୁଛନ୍ତି। ଏସବୁ ଗାଡ଼ି ଦ୍ୱାରା ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ମଧ୍ୟ ନଜରକୁ ଆସିଛି। ତେଣୁ ଫିଟନେସ୍ ଓ ପଞ୍ଜୀକରଣ ବୈଧତା ସରିଥିବା ଗାଡ଼ିର ତାଲିକା କରି ଆକ୍ସନ ନିଆଯିବ।

Advertisment

ଟୋଲଗେଟ୍ ଗୁଡ଼ିକରେ ବି ଫିଟନେସ୍ ନଥିବା ଗାଡ଼ିଗୁଡ଼ିକୁ ଆଗକୁ ଯିବାକୁ ଅନୁମତି ନଦେବାକୁ ନିବେଦନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ତା’ସହ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ମଧ୍ୟ ନିୟମର ଖିଲାପି ହେଲେ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା।