Advertisment

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଭିତରେ ଅଛି କି ଗୁପ୍ତ କୋଠରୀ?

ରାଜ୍ୟ ସରକାରଙ୍କ ଅନୁମତି ପାଇବା ପରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ଏଏସଆଇ ରତ୍ନଭଣ୍ଡାରର ଅନୁଧ୍ୟାନ କରାଯିବ। ଯେଉଁଥିରେ ବିଶେଷଜ୍ଞ ସହାୟତା ନିଆଯିବ।

undefined

Puri

Advertisment

ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଭିତରେ ଅଛି କି ଅଧିକ ଗୁପ୍ତ କୋଠରୀ? ଏ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ରତ୍ନଭଣ୍ଡାରର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ନୂଆ ଏସ୍‌ଓପିକୁ ଆଜି ଅନୁମୋଦନ କରିଛି ଶ୍ରୀମନ୍ଦିର ପରଚାଳନା କମିଟି। ଯେଉଁଥିରେ ଲେଜର ସ୍କାନିଂ ବା ସାଇଣ୍ଟିଫିକ ମେଥଡ୍‌ ନେଇ ଏସ୍‌ଓପି କରାଯାଇଛି।

Advertisment

ରାଜ୍ୟ ସରକାରଙ୍କ ଅନୁମତି ପାଇବା ପରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ଏଏସଆଇ ରତ୍ନଭଣ୍ଡାରର ଅନୁଧ୍ୟାନ କରାଯିବ। ଯେଉଁଥିରେ ବିଶେଷଜ୍ଞ ସହାୟତା ନିଆଯିବ। ଭିତର ଭଣ୍ଡାର ଘରେ ଥିବା ସିନ୍ଦୁକ ଓ ଆଲମୀରା ସବୁକୁ ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ସେହିପରି ଶ୍ରୀମନ୍ଦିର ଅଧୀନରେ ଥିବା ଜମିର କିଣାବିକା ନେଇ ସ୍ୱତନ୍ତ୍ର ଚିଠା ପ୍ରସ୍ତାବକୁ ବି ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇବା ପ୍ରସ୍ତାବକୁ ମୋହର ମାରିଛି ମ୍ୟାନେଜିଂ କମିଟି। ତା’ସହ ଏଣିକି ଶ୍ରୀମନ୍ଦିରରେ କର୍ମଚାରୀ ନିୟୋଜନ କାର୍ଯ୍ୟ ଅଧିକୃତ ସରକାରୀ ସଂସ୍ଥା ଦ୍ୱାରା କରାଯିବାକୁ ନିଷ୍ପତ୍ତି ହୋଇଛି।

ଖରାପ ହେବାକୁ ବସିଥିବା ୧୦ ହଜାର କ୍ୱିଣ୍ଟାଲରୁ ଅଧିକ ଅର୍ପଣ ଚାଉଳର ବିନିଯୋଗ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ସମ୍ପୃକ୍ତ ନିଯୋଗଙ୍କ ସହ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥିର ହୋଇଛି। ଅଭଡ଼ା ଯୋଜନାରେ ଭକ୍ତଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ୩୫ଟି ଇଲେକ୍ଟ୍ରିକ୍‌ ବସର ପରିଚାଳନା ଲାଗି ସରକାରଙ୍କ ଅଧିକୃତ ସଂସ୍ଥାକୁ ଦାୟିତ୍ୱ ଦିଆଯିବାକୁ ନେଇ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି।

Advertisment

ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗଜପତି ମହାରାଜା ଭର୍ଚୁଆଲରେ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସପିଙ୍କ ସହ ସମସ୍ତ ସଦସ୍ୟ ଓ ସେବାୟତ ପ୍ରତିନିଧି ସାମିଲ ହୋଇଥିଲେ।

Puri Shreemandir Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe