Advertisment

‘ଇସ୍କନ ଦୁନିଆର ସବୁଠୁ ବଡ଼ ଠକ, କଂସେଇ ହାତକୁ ଟେକି ଦେଉଛି ଗାଈ’

ଇସ୍କନ ଦୁନିଆର ସବୁଠୁ ବଡ଼ ଠକ । ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ତଥା ପଶୁପ୍ରେମୀ ମେନକା ଗାନ୍ଧି।

Maneka Gandhi

Maneka Gandhi

Advertisment

‘ଇସ୍କନ ଦୁନିଆର ସବୁଠୁ ବଡ଼ ଠକ, କଂସେଇ ହାତକୁ ଟେକି ଦେଉଛି ଗାଈ ।’ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ତଥା ପଶୁପ୍ରେମୀ ମେନକା ଗାନ୍ଧି। ମେନକା ଗାନ୍ଧିଙ୍କ ଏପରି ଅଭିଯୋଗ ପରେ ଇସ୍କନ ପକ୍ଷରୁ ପ୍ରତିକ୍ରିୟା ରଖାଯାଇ ଏହାକୁ ଭିତ୍ତିହୀନ ଓ ମିଥ୍ୟା ଅଭିଯୋଗ ବୋଲି କୁହାଯାଇଛି।

Advertisment

ମେନକା ଅଭିଯୋଗ କରିଛନ୍ତି ଯେ, ଇସ୍କନ ନିଜ ଗୋଶାଳାରୁ ଗାଈମାନଙ୍କୁ କଂସେଇକୁ ବିକ୍ରି କରି ଦେଉଛି। ଏପରିକି ଇସ୍କନ ଯେତେ ଗାଈ ବିକ୍ରି କରୁଛନ୍ତି, ଅନ୍ୟ କେହି ବିକ୍ରି କରୁ ନ ଥିବା କହିଛନ୍ତି। ଗୋଶାଳା କରିବା ନିମନ୍ତେ ଇସ୍କନ ସରକାରଙ୍କଠାରୁ ବହୁ ଜମି ହାତେଇଛି।

ଏଥିସହ ସେ କହିଛନ୍ତି, କିଛି ଦିନ ପୂର୍ବେ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଗୋଶାଳା ପରିଦର୍ଶନ କରିଥିଲି। ସେଠାରେ ଗୋଟିଏ ବି ବୁଢ଼ି ଗାଈ କି ବାଛୁରୀ ନାହାନ୍ତି। ଫଳରେ ସେମାନେ ସବୁ ଗାଈ ବିକ୍ରି କରି ଦେଉଥିବା ସ୍ପଷ୍ଟ ହେଉଛି। ଯେତକ ଗାଇ ଅଛନ୍ତି ସମସ୍ତେ କ୍ଷୀର ଦେଉଛନ୍ତି। ତେଣୁ ଏମାନେ ଯେତେ ଗାଈ ବିକୁଛନ୍ତି, ତାହା ଆଉ କେହି କରୁ ନାହାନ୍ତି। ଯଦି ସେମାନେ ଏପରି କରିବେ, ଅନ୍ୟମାନେ କ’ଣ କରୁଥିବେ ଭାବନ୍ତୁ। ବାଟଘାଟରେ ହରେ ରାମ ହରେ କୃଷ୍ଣ କରୁଥିବା ବେଳେ ଅସଲ ମୁଖା କିନ୍ତୁ ଭିନ୍ନ ବୋଲି ସେ କହିଛନ୍ତି।

Advertisment

ବିଜେପି ସାଂସଦଙ୍କ ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଏହାକୁ ନେଇ ଇସ୍କନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମେନକା ଗାନ୍ଧିଙ୍କ ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛି ଇସ୍କନ ।

ଇସ୍କନ ପକ୍ଷରୁ ଟ୍ୱିଟ କରି କୁହାଯାଇଛି, ଇସ୍କନ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଗାଈଓ ବଳଦଙ୍କୁ ସୁରକ୍ଷା ଯୋଗାଇବା ସହ ସେମାନଙ୍କ ଦେଖାରଖା କରିଥାଏ। ଏଠାରେ କୌଣସି ଗାଈଙ୍କୁ କଂସେଇକୁ ବିକ୍ରି କରାଯାଏ ନାହିଁ। ଇସ୍କନ ଭାରତରେ କେବଳ ୬୦ରୁ ଅଧିକ ଗୋଶାଳା ଚଳାଇଛି। ବହୁ ଗାଈଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ ଇସ୍କନ ଗୋଶାଳାକୁ ଅଣାଯାଇ ସେମାନଙ୍କ ଚିକିତ୍ସା କରାଯିବା ସହ ଯତ୍ନ ନିଆଯାଇଥାଏ ।

Maneka Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe