ତିନି ଦିନ ଧରି ପଡ଼ି ରହିଲା ଶବ। ମେଣ୍ଢା ମାଂସ ଦେବାକୁ ମୃତକଙ୍କ ପୁଅ ପ୍ରତିଶ୍ରୁତି ଦେବା ପରେ ଆଜି ଉଠିଲା ଶବ। ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ଅଧୀନ ତେଲବିଲ୍ଲା ଗାଁରେ ଘଟିଛି ଏହି ଘଟଣା।
ଗାଁର ସୋମବାରୀ ସିଂ ନାମକ ଜଣେ ୭୦ ବର୍ଷର ବୃଦ୍ଧାଙ୍କର ଗତ ଶନିବାର ମୃତ୍ୟୁ ଘଟିଥିଲା। କିନ୍ତୁ ଗାଁର କୌଣସି ଲୋକ ତାଙ୍କୁ କାନ୍ଧ ଦେବାକୁ ଆସିଲେ ନାହିଁ। କାରଣ ତାଙ୍କ ପୁଅ ପଣ ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଆଦିବାସୀଙ୍କ ପରମ୍ପରା ମୁତାବକ ମୃତକଙ୍କ ପରିବାର ଲୋକଙ୍କୁ ପଣ ଦେବାକୁ ହୁଏ।
Also Read
ପୁଅର ଦୁଇ ଦୁଇ ଥର ବିବାହ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମରେ ସୋମବାରୀ ଗାଁରେ ପଣ ଦେଇ ନ ଥିଲେ। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥିଲା। ତେଣୁ ସେମାନେ ଶବ ଉଠାଇବାକୁ ଆସି ନଥିଲେ।
ଆଜି ସୋମବାରୀଙ୍କ ପୁଅ ପଣ ବାବଦକୁ ଦଶ କେଜି ମେଣ୍ଢା ମାଂସ ଦେବେ ବୋଲି କହିବା ପରେ ଗାଁ ଲୋକେ ଶବ ସତ୍କାର ପାଇଁ ସହାୟତାର ହାତ ବଢ଼ାଇଥିଲେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ନୂଆ ବର୍ଷରୁ ନୂଆ ନିୟମ; ଏଣିକି ପ୍ରତି ମାସ ମିଳିବ ରାସନ ସାମଗ୍ରୀ
ପୂର୍ବରୁ ତିନି ମାସରେ ଥରେ ମିଳୁଥିବା ରାସନ ସାମଗ୍ରୀ ଏଣିକି ପ୍ରତିମାସ ମିଳିବ । ଜାନୁୟାରୀ ମାସରୁ ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Miscellaneous
ଘଟଣା ସଂପର୍କରେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ
ସ୍କୁଲରେ ପ୍ରାର୍ଥନା ସରୁ ସରୁ ଶ୍ରେଣୀ ଗୃହକୁ ନ ଯାଇ ସମସ୍ତେ ସିଧା ଚାଲି ଯାଇଥିଲେ ବିଧାୟିକାଙ୍କ ଘରକୁ।
Miscellaneous
ପୂର୍ବତନ ‘ଭୁବନେଶ୍ୱର ମଧ୍ୟ’ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ
ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।
Miscellaneous
ଜାନୁଆରୀ ୧୮ରୁ ହୀରାକୁଦ ଡ୍ୟାମରେ ବିଦେଶୀ ପକ୍ଷୀ ଗଣନା
ବିଗତ ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିବାରେ ଲାଗିଛି।