Advertisment

୩ ଦିନ ପଡ଼ି ରହିଲା ଶବ, ମେଣ୍ଢା ମାଂସ ଦେବାକୁ କହିବା ପରେ କାନ୍ଧ ଦେଲେ ଲୋକେ

ପୁଅର ଦୁଇ ଦୁଇ ଥର ବିବାହ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମରେ ସୋମବାରୀ ଗାଁରେ ପଣ ଦେଇ ନ ଥିଲେ।

ଅଦ୍ୟତନ ହୋଇଛି
Deadbody

Deadbody

Advertisment

ତିନି ଦିନ ଧରି ପଡ଼ି ରହିଲା ଶବ। ମେଣ୍ଢା ମାଂସ ଦେବାକୁ ମୃତକଙ୍କ ପୁଅ ପ୍ରତିଶ୍ରୁତି ଦେବା ପରେ ଆଜି ଉଠିଲା ଶବ। ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ଅଧୀନ ତେଲବିଲ୍ଲା ଗାଁରେ ଘଟିଛି ଏହି ଘଟଣା।

Advertisment

ଗାଁର ସୋମବାରୀ ସିଂ ନାମକ ଜଣେ ୭୦ ବର୍ଷର ବୃଦ୍ଧାଙ୍କର ଗତ ଶନିବାର ମୃତ୍ୟୁ ଘଟିଥିଲା। କିନ୍ତୁ ଗାଁର କୌଣସି ଲୋକ ତାଙ୍କୁ କାନ୍ଧ ଦେବାକୁ ଆସିଲେ ନାହିଁ। କାରଣ ତାଙ୍କ ପୁଅ ପଣ ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଆଦିବାସୀଙ୍କ ପରମ୍ପରା ମୁତାବକ ମୃତକଙ୍କ ପରିବାର ଲୋକଙ୍କୁ ପଣ ଦେବାକୁ ହୁଏ। 

ପୁଅର ଦୁଇ ଦୁଇ ଥର ବିବାହ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମରେ ସୋମବାରୀ ଗାଁରେ ପଣ ଦେଇ ନ ଥିଲେ। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥିଲା। ତେଣୁ ସେମାନେ ଶବ ଉଠାଇବାକୁ ଆସି ନଥିଲେ।  

Advertisment

ଆଜି ସୋମବାରୀଙ୍କ ପୁଅ ପଣ ବାବଦକୁ ଦଶ କେଜି ମେଣ୍ଢା ମାଂସ ଦେବେ ବୋଲି କହିବା ପରେ ଗାଁ ଲୋକେ ଶବ ସତ୍କାର ପାଇଁ ସହାୟତାର ହାତ ବଢ଼ାଇଥିଲେ।

Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe