Advertisment

SCB ମେଡିକାଲରେ AC ଅଚଳ, ତାତିରେ ଘାଣ୍ଟି ହେଲେ ରୋଗୀ!

ଏସି ଅଚଳ ଯୋଗୁଁ ରୋଗିଙ୍କ ଅବସ୍ଥା ଆହୁରି ଗୁରୁତର ହୋଇପଡ଼ିଥିବା ଅଭିଯୋଗ

ଅଦ୍ୟତନ ହୋଇଛି
Scb Medical

Scb Medical

Advertisment

ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଉଟପାଉଟୁ ରାଜ୍ୟବାସୀ। ଏପରି ସ୍ଥଳେ ଓଡ଼ିଶାର ସବୁଠାରୁ ବଡ଼ ହସ୍ପିଟାଲ କଟକ ଏସସିବି ମେଡିକାଲରେ ନନ୍ ଟ୍ରମା କାଜୁଆଲିଟିରେ ଏସି ଅଚଳ। ଗରମ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଗୁରୁତର ରୋଗୀ। ୪୦ ଡିଗ୍ରୀ ତାପମାତ୍ରାରେ କଟକ ସହର ସିଝୁଥିବା ବେଳେ ବିନା ଏସିରେ ରୋଗୀ ଆହୁରି ଅଧିକ ଗୁରୁତର ହୋଇପଡୁଥିବା ଅଭିଯୋଗ ହୋଇଛି।

Advertisment

ରୋଗୀ ସମ୍ପର୍କୀୟ ବଡମ୍ବା ଅଞ୍ଚଳର ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି, ନିଜ ଅସୁସ୍ଥ ମାଆଙ୍କୁ ଏସସିବି କାଜୁଆଲିଟିକୁ ଆଣି ଭର୍ତ୍ତି କରିଥିଲେ। ହେଲେ ଏସି ଅଚଳ ଯୋଗୁଁ ତାଙ୍କ ମା’ଙ୍କ ଅବସ୍ଥା ଆହୁରି ଗୁରୁତର ହୋଇପଡ଼ିଥିବା ଅଭିଯୋଗ କରିଛନ୍ତି। ସକାଳୁ ମେଡିକାଲ ଆସିବା ପରେ କାଜୁଆଲିଟିରେ ଏ ଅବସ୍ଥା। ବାହାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ମେଡିକାଲ ଭିତରେ ଅସହ୍ୟ ଗୁଳୁଗୁଳି। ରୋଗୀ ଭିତରେ ଶିଝୁଛନ୍ତି। ଆଜବେଷ୍ଟସ ଘର ଭିତରୁ ତତଲା ପବନରେ ଆଉଟୁପାଉଟୁ ହେଉଛନ୍ତି ରୋଗୀ।

ସବୁଠାରୁ ବଡ଼ କଥା ଅଂଶୁଘାତ ରୋଗୀଙ୍କୁ ଏହି କାଜୁଆଲିଟିରେ ଭର୍ତ୍ତି କରାଯାଏ। ତେଣୁ ଅଂଶୁଘାତ ଆକ୍ରାନ୍ତଙ୍କ ଅବସ୍ଥା ଏଠାରେ କ'ଣ ହେଉଥିବ ସହଜରେ ଅନୁମାନ କରିହେଉଛି। ଯାହାକୁ ନେଇ ଅସନ୍ତୋଷ ଝାଡ଼ିଛନ୍ତି ରୋଗୀଙ୍କ ସମ୍ପର୍କୀୟ।

Advertisment

ଏସସିବି ମେଡିକାଲରେ ଇଲେକ୍ଟ୍ରି ମେଣ୍ଟେନାନସ କରୁଥିବା ଠିକାଦାରମାନେ ବକେୟା ପାଉଣା ପାଉନଥିବା ଅଭିଯୋଗ ହୋଇଛି। ସେଥି ପାଇଁ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି। ନନ୍ ଟ୍ରମା କାଜୁଆଲିଟିରେ ମୋଟ ୧୭ଟି ଏସି ଲାଗିଥିବା ବେଳେ ଗୋଟିଏ ବି କାମ କରୁନଥିବା ଅଭିଯୋଗ ହୋଇଛି।

ମେଡିକାଲ ଅଧିକାରୀ ଅବିନାଶ ରାଉତ କହିଛନ୍ତି, ଲୋ ଭୋଲଟେଜ ଯୋଗୁଁ ଏସି କାମ କରୁନାହିଁ। ଖୁବ୍ ଶୀଘ୍ର ଏସିର ମରାମତି କରାଯାଇ ଏହାର ସମାଧାନ କରାଯିବ।

Cuttack Scb Scb Medical
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe