Advertisment

ସ୍ମାର୍ଟ ମିଟର ପାଇଁ ମାସିକ ୬୦ ଟଙ୍କା ନେବା ବେଆଇନ!

ବିଦ୍ୟୁତ କମ୍ପାନୀଗୁଡ଼ିକର ମିଟର ଚାର୍ଜ ଆଦାୟକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ମଧ୍ୟ ବର୍ଷ ବର୍ଷ ଧରି ସମର୍ଥନ ଦେଇଆସିଛି। ବିଦ୍ୟୁତ ନିୟାମକ ଆୟୋଗର ନିର୍ଦ୍ଦେଶକ ପଦରେ ଅର୍ଥ ବିଶେଷଜ୍ଞ ନ ଥିବାବେଳେ ଓଡ଼ିଶାର ବିଦ୍ୟୁତ ଗ୍ରାହକ ଶୋଷିତ ହେଉଥିବା ବିଶେଷଜ୍ଞମାନେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Smart Metre

Smart Metre

Advertisment

ସ୍ମାର୍ଟ ମିଟରର ଚଢ଼ା ବିଲକୁ ନେଇ ସାରା ରାଜ୍ୟରେ ବିଦ୍ୟୁତ ଗ୍ରାହକଙ୍କ ମଧ୍ୟରେ ଜାରି ରହିଛି ଅସନ୍ତୋଷ। କିଛି ଗ୍ରାହକ କହିଛନ୍ତି, ଯେଉଁଠି ମାସକୁ ପୂର୍ବରୁ ୧୦୦ ଟଙ୍କା ବିଲ୍ ଆସୁଥିଲା ଏବେ ୧୩୦ରୁ ୧୫୦ଟଙ୍କା ଆସୁଛି। ତେବେ ବଢ଼ିଥିବା ମିଟର ଚାର୍ଜ ହିଁ ଅସନ୍ତୋଷର ମୂଳ କାରଣ ବୋଲି ସ୍ପଷ୍ଟ ହୋଇଛି। ତେବେ ପ୍ରଶ୍ନ ଉଠୁଛି, ମିଟର ଚାର୍ଜ କିଏ ଦେବେ- ଗ୍ରାହକ ନା କମ୍ପାନୀ? ଅନ୍ୟପଟରେ ସ୍ମାର୍ଟ ମିଟରର ରିଡିଂ ନେଇ ବି ସନ୍ଦେହ ରହୁଛି ଗ୍ରାହକଙ୍କ ଭିତରେ। କେତେକ ସ୍ଥାନରେ ସ୍ମାର୍ଟ ମିଟରକୁ ଲୋକେ ଟାଟା ପାଓ୍ବାର ଅଫିସରେ ଆଣି ଜମା ଦେଉଥିବା ବେଳେ ମିଟରରେ କିଛି ତ୍ରୁଟି ନାହିଁ ବୋଲି କହି ଚାଲିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ ଓ ବିଭାଗୀୟ ମନ୍ତ୍ରୀ।

Advertisment

କଟକର ଜୟକୃଷ୍ଣ ଆଚାର୍ଯ୍ୟ କହିଛନ୍ତି, ଆମର ପୁରୁଣ ଡିଜିଟାଲ ମିଟର ଠିକ ଥିଲା। ଟାଟା ପାୱାର ଜବରଦସ୍ତ ସ୍ମାର୍ଟ ମିଟର ଲଗାଇଲା। ୬୦ ଟଙ୍କା ଅଧିକ ମାସିକ ମିଟର ଚାର୍ଜ ନେବା ସହ ବିଲ୍‌ ବି ପ୍ରାୟ ୩୦ ଟଙ୍କା ବଢ଼ିଯାଇଛି। ରାଣୀହାଟ ଅଫିସରେ କହିଲେ ବି ସେମାନେ କହୁଛନ୍ତି- ମିଟର ଠିକ ଅଛି। ସେହିଭଳି କଟକର ଶୁଭାଶିଷ ଆଚାର୍ଯ୍ୟ କହିଛନ୍ତି- ସେମାନେ କହିଲ, ସ୍ମାର୍ଟ ମିଟର ନ ଲଗାଇଲେ, ଆମେ ରିପୋର୍ଟ କରିବୁ ଓ ଆପଣଙ୍କ ବିଦ୍ୟୁତ ସଂଯୋଗ କଟିଯିବ। ମାସିକ ଯେଉଁଠି ୧୦୦ ଟଙ୍କା ବିଲ୍ ଆସୁଥିଲା ତାହା ଦେଢ଼ ଶହ ଟଙ୍କା ହୋଇଛି। ବ୍ରହ୍ମପୁରର ଟୁଟୁ ଗୌଡ଼ ମଧ୍ୟ କହିଛନ୍ତି- ସ୍ମାର୍ଟ ମିଟର ଯୋଗୁଁ ମାସିକ ବିଦ୍ୟୁତ୍‌ ବିଲ୍ ବଢ଼ିଯାଇଛି।

ବିଦ୍ୟୁତ ବିଶ୍ଲେଷକ ଆନନ୍ଦ ମହାପାତ୍ରଙ୍କ କହିବା ଅନୁସାରେ, ପୂର୍ବରୁ ଡିଜିଟାଲ ମିଟରରେ ଗ୍ରାହକଙ୍କଠାରୁ ମାସିକ ୪୦ ଟଙ୍କା ମିଟର ଚାର୍ଜ ଆଦାୟ କରାଯାଉଥିଲା। ସ୍ମାର୍ଟ ମିଟରରେ ଏହା ୬୦ ଟଙ୍କା ହୋଇଯାଇଛି। ପୂର୍ବରୁ ମିଟରର ମୂଲ୍ୟ ବାବଦରେ ଡିଜିଟାଲ ମିଟରରେ ମାସିକ ୪୦ ଟଙ୍କା ହିସାବରେ ୫ ବର୍ଷ ପାଇଁ ୨୪୦୦ ଟଙ୍କା ଗ୍ରାହକଙ୍କଠାରୁ ଆଦାୟ କରାଯାଉଥିଲା। ସ୍ମାର୍ଟ ମିଟର ଆସିବା ପରେ ମିଟରର ମୂଲ୍ୟ ବାବଦରେ ମାସିକ ୬୦ ଟଙ୍କା ମିଟର ଚାର୍ଜ ଆଦାୟ କରାଯାଉଛି। ୮ ବର୍ଷ ପର୍ଯ୍ୟନ୍ତ ଏହା ଆଦାୟ ହେବାକୁ ଥିବାରୁ ମିଟର ବାବଦରେ ଗ୍ରାହକଙ୍କଠାରୁ କମ୍ପାନୀ ୫୭୬୦ ବା ପ୍ରାୟ ୬ ହଜାର ଟଙ୍କା ଆଦାୟ କରିବାକୁ ଯାଉଛି। ମିଟର ଚାର୍ଜ ଗ୍ରାହକଙ୍କଠାରୁ ନେବା ବେଆଇନ। ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଦିଲ୍ଲୀ, ଗୋଆ ଭଳି ଆଠଟି ରାଜ୍ୟରେ ମିଟର ଚାର୍ଜ ହଟାଇ ନିଆଗଲାଣି।

Advertisment

ଏ ନେଇ ଆମେ ଭୁବନେଶ୍ବରରେ ଟାଟା ପାଓ୍ବାରର ମୁଖ୍ୟାଳୟକୁ ଯୋଗାଯୋଗ କରିଥିଲେ ସୁଦ୍ଧା ସେମାନେ ପ୍ରତିକ୍ରିୟା ଦେଇନଥିଲେ। ଅନ୍ୟପଟରେ ସ୍ମାର୍ଟ ମିଟର ଏକ ଆଧୁନିକ ପ୍ରଯୁକ୍ତି ବିଦ୍ୟା। ଏହାକୁ ଆପଣେଇବାକୁ ପଡ଼ିବ ଓ ମିଟର ଭୁଲ ଥିଲେ ତା ପାଖରେ ଅନ୍ୟ ମିଟର ଲଗାଇ ଚେକ୍ କରାଯିବ ବୋଲି କହିଛନ୍ତି ଶକ୍ତି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ।

ବିଦ୍ୟୁତ କମ୍ପାନୀଗୁଡ଼ିକର ମିଟର ଚାର୍ଜ ଆଦାୟକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ମଧ୍ୟ ବର୍ଷ ବର୍ଷ ଧରି ସମର୍ଥନ ଦେଇଆସିଛି। ବିଦ୍ୟୁତ ନିୟାମକ ଆୟୋଗର ନିର୍ଦ୍ଦେଶକ ପଦରେ ଅର୍ଥ ବିଶେଷଜ୍ଞ ନ ଥିବାବେଳେ ଓଡ଼ିଶାର ବିଦ୍ୟୁତ ଗ୍ରାହକ ଶୋଷିତ ହେଉଥିବା ବିଶେଷଜ୍ଞମାନେ ଅଭିଯୋଗ କରିଛନ୍ତି।

କଟକରୁ ଦେବାଶିଷ ମହାନ୍ତି, ବ୍ରହ୍ମପୁରରୁ ଜଗନ୍ନାଥ ସାହୁ, ଭୁବନେଶ୍ବରରୁ କପିଳେନ୍ଦ୍ର ପ୍ରଧାନ ଓ ଲକ୍ଷ୍ମୀନାରାୟଣ କାନୁନଗୋଙ୍କ ରିପୋର୍ଟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe