Advertisment

ଓଡ଼ିଶାର କଶ୍ମୀରରେ ଇଟାଲୀ ପର୍ଯ୍ୟଟକ

ଇଟାଲୀ ପର୍ଯ୍ୟଟକ କାଥେରୀନା ଓ ଟୋନି। ନୂଆବର୍ଷରେ ଉଭୟ ଓଡ଼ିଶା ଆସିଛନ୍ତି। ଓଡ଼ଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଯାଇଥିଲେ। ଉଭୟ ଶୀତୁଆ ସକାଳରେ କାକର ଭିଜା ଘାସର ଗାଲିଚା ସାଙ୍ଗକୁ ପଟାଙ୍ଗୀ ଆଦିବାସୀ ସାହିର ମନୋରମ ଦୃଶ୍ୟକୁ ଉପଭୋଗ କରିଥିଲେ।

Phulbani

Phulbani

Advertisment

ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଇଟାଲୀ ପର୍ଯ୍ୟଟକ। ଗାଁ ବୁଲିଲେ, ଲୋକଙ୍କ ସହିତ କଥାହେଲେ। ଫଟୋ ଉଠାଇଲେ। କନ୍ଧ ସମ୍ପ୍ରଦାୟ ଲୋକଙ୍କ ଘରେ ଖାଇଲେ। ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅତି ପାଖରୁ ଦେଖି ଖୁସି ହୋଇଥିଲେ ଇଟାଲୀ ପର୍ଯ୍ୟଟକ।

Advertisment

ଇଟାଲୀ ପର୍ଯ୍ୟଟକ କାଥେରୀନା ଓ ଟୋନି। ନୂଆବର୍ଷରେ ଉଭୟ ଓଡ଼ିଶା ଆସିଛନ୍ତି। ଓଡ଼ଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଯାଇଥିଲେ। ଉଭୟ ଶୀତୁଆ ସକାଳରେ କାକର ଭିଜା ଘାସର ଗାଲିଚା ସାଙ୍ଗକୁ ପଟାଙ୍ଗୀ ଆଦିବାସୀ ସାହିର ମନୋରମ ଦୃଶ୍ୟକୁ ଉପଭୋଗ କରିଥିଲେ। ଏ ଗାଁରୁ ସେ ଗାଁ ଘୂରି ବୁଲୁଥିଲେ। କନ୍ଧ ସମ୍ପ୍ରଦାୟର ମହିଳାଙ୍କ ସହିତ ଭାବ ଦିଆନିଆ ହୋଇଥିଲେ। ମହିଳାମାନେ ପିନ୍ଧିଥିବା ବିଭିନ୍ନ ଅଳଙ୍କାର ବିଷୟରେ ପଚାରି ବୁଝିଥିଲେ କାଥେରୀନା ଓ ଟୋନି। ସେମାନଙ୍କ ସହିତ ଫଟୋ ମଧ୍ୟ ଉଠାଇଲେ।

ଗାଁ ଦାଣ୍ଡରେ ଖେଳୁଥିବା ଛୋଟ ଛୋଟ ଛୁଆଙ୍କୁ ପାଖକୁ ଡାକି କଥା ହୋଇଥିଲେ। ଛୁଆଙ୍କ ଭାଷ ବୁଝି ନପାରିଲେ କ’ଣ ହେଲା, ମନର ଭାବ ଓ ଆବେଗ ବୁଝିପାରୁଥିଲେ କାଥେରୀନା ଓ ଟୋନି। ତେଣୁ ସେମାନଙ୍କ ସହିତ ମିଶି ଯାଇଥିଲେ। ଛୁଆଙ୍କୁ କୋଳରେ ଧରି ଗେହ୍ଲ କରୁଥିବାବା ଦେଖିବାକୁ ମିଳିଥିଲା। ଏଥିସହ କନ୍ଧ ସମ୍ପ୍ରଦାୟର ଲୋକଙ୍କ ଘରେ ଖାଇଥିଲେ। ହଳଦୀ କ୍ଷେତ ବୁଲି ଦେଖିଥିଲେ। ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅତି ପାଖରୁ ଦେଖି ଖୁସି ବ୍ୟକ୍ତ କରିଛନ୍ତି କାଥେରୀନା ଓ ଟୋନି।

Advertisment
Phulbaniଗାଁର ମହିଳାଙ୍କ ସହିତ ଫଟୋ ଉଠାଇଲେ

ଗାଁର ଜଣେ ବରିଷ୍ଠ ମହିଳା କହିଛନ୍ତି, ନୂଆବର୍ଷ ବେଳେ ଆଗରୁ ବହୁ ବିଦେଶୀ ଦାରିଙ୍ଗବାଡ଼ି ବୁଲିବା ପାଇଁ ଆସୁଥିଲେ। ଏବେ କିନ୍ତୁ ବହୁ କମି ଗଲେଣି। ଆଉ ଯେଉଁମାନେ ଆସୁଛନ୍ତି, ସେମାନେ କେବଳ ବୁଲି ପଳାଇ ଯାଉଛନ୍ତି। ଏଠାରେ ବେଶୀ ସମୟ ରହୁନାହାନ୍ତି ବୋଲି ମହିଳା ଜଣକ କହିଛନ୍ତି।

ରିପୋର୍ଟ- ବାଲିଗୁଡ଼ାରୁ ଅଜିତ କୁମାର ନାୟକ

Kandhamal Phulbani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe