Advertisment

ଆଇଟିଆର ଗ୍ରୁପର ବାର୍ଷିକ ଉତ୍ସବ

ବାର୍ଷିକ ଉତ୍ସବରେ ଶ୍ରୀ ରାଉତ ଆଇଟିଆର ଗ୍ରୁପ୍ ଶ୍ରେଷ୍ଠ କର୍ମଚାରୀ , ଷ୍ଟାର୍‌ କର୍ମଚାରୀ, ଶ୍ରେଷ୍ଠ ଟିମ ପ୍ଲାନର ଓ ଉଦୀୟମାନ କର୍ମଚାରୀମାନଙ୍କୁ ପୁରସ୍କାର ଦେଇ ସମ୍ମାନୀତ କରିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
ITR

ITR

ଇନଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ଗ୍ରୁପ୍ (ଆଇଟିଆର୍ ଗ୍ରୁପ୍) ଏହାର ବାର୍ଷିକ ଉତ୍ସବ ପାଳନ କରିଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥ ରୂପେ ଯୋଗ ଦେଇଥିଲେ। ତାଙ୍କ ବ୍ୟତୀତ ଆଇଟିଆର ଗ୍ରୁପ୍ ଚେୟାରମ୍ୟାନ୍ ରସାନନ୍ଦ ବାରିକ୍ ଓ ପରିଚାଳନା ନିର୍ଦ୍ଦେଶକ ବିଜନ କୁମାର ବାରିକ ଉପସ୍ଥିତ ଥିଲେ। 

Advertisment

ଏହି ଅବସରରେ ବିଧାୟକ ଶ୍ରୀ ରାଉତ ଯୁବ ଅନୁସନ୍ଧାନକାରୀ ତଥା ସମାଜର ବିକାଶରେ ଅନୁସନ୍ଧାନ ଓ ବିକାଶର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ମଧ୍ୟ ଭୁବନେଶ୍ୱରରେ ଆଇଟି ଓ ଶିକ୍ଷା କ୍ଷେତ୍ରର ଷ୍ଟାର୍ଟଅପ୍ ପ୍ରଗତି ସମ୍ପର୍କରେ ମତ ରଖିଥିଲେ। ସେ ଓଡ଼ିଶାର ଯୁବ ଉଦ୍ୟୋଗୀମାନଙ୍କୁ ଅଧିକ ଉଦ୍ୟୋଗ ଆରମ୍ଭ କରିବାକୁ ଆହ୍ୱାନ ଦେଇଛନ୍ତି। ଏହା ରାଜ୍ୟର ଅର୍ଥନୀତିକ ଅଭିବୃଦ୍ଧିକୁ ସହାୟତା କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶାପୋଷଣ କରିଛନ୍ତି। 

ବାର୍ଷିକ ଉତ୍ସବରେ ଶ୍ରୀ ରାଉତ ଆଇଟିଆର ଗ୍ରୁପ୍ ଶ୍ରେଷ୍ଠ କର୍ମଚାରୀ , ଷ୍ଟାର୍‌ କର୍ମଚାରୀ, ଶ୍ରେଷ୍ଠ ଟିମ ପ୍ଲାନର ଓ ଉଦୀୟମାନ କର୍ମଚାରୀମାନଙ୍କୁ ପୁରସ୍କାର ଦେଇ ସମ୍ମାନୀତ କରିଥିଲେ।

Advertisment
ITRITR

 ଏହି ଅବସରରେ, ଆଇଟିଆର ଗ୍ରୁପ୍ ଓ ଆଇଟି ରିସର୍ଚ୍ଚର ନୂତନ କର୍ମଚାରୀମାନଙ୍କୁ ସ୍ୱାଗତ କରାଯାଇଥିଲା। ଆଇଟିଆର ଗ୍ରୁପ୍ ଚେୟାରମ୍ୟାନ୍ ରସାନନ୍ଦ ବାରିକ୍ ଉଦଘାଟନୀ ଭାଷଣ ଉପସ୍ଥାପନ କରିଥିଲେ। ସଂସ୍ଥାର ଇତିହାସ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ପରିଚାଳନା ନିର୍ଦ୍ଦେଶକ ବିଜନ କୁମାର ବାରିକ ସମସ୍ତଙ୍କୁ  ଧନ୍ୟବାଦ ଅର୍ପଣ କରିଛନ୍ତି। 

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିରେ ଆଇଟିଆର ଗ୍ରୁପର କର୍ମଚାରୀମାନେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ। ସେମାନେ ସଂଗୀତ ପରିବେଷଣ ଠାରୁ ଆରମ୍ଭ କରି ବିଭିନ୍ନ ଧାରାକୁ ବିସ୍ତାର କରୁଥିବା ନୃତ୍ୟ ପ୍ରଦର୍ଶନ କରିଛନ୍ତି।  ଷ୍ଟାର କମେଡିଆନ ରାଜୁ ଦାସ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। 

Odisha ITR