ଭୁବନେଶ୍ବର ବିମାନବନ୍ଦରରୁ ବିପୁଳ ସୁନା ଓ ରୂପା ଜବତ ପ୍ରସଙ୍ଗ। ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ନିଶାନା କଲେ ମହାପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। କହିଲେ, ଏଭଳି ମନ୍ତବ୍ୟ ଅଶୋଭନୀୟ ଓ ପାଗଳାମୀ। ମହାପ୍ରଭୁଙ୍କ ସୁନାରୁ ଚାରଣାଏ ବି କେହି ନେଇ ପାରିବେନି।