Advertisment

ଜଗା ଜମି ଜାଲିଆତି: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ

ମାଟିତୋଟା ମୌଜାରେ ୧୦୯ଟି ରେଭିନ୍ୟୁ ପ୍ଲଟ ବେଆଇନ ଭାବେ ଜବରଦଖଲ ସହ ହସ୍ତାନ୍ତର ହୋଇଛି। ଯେଉଁମାନେ ଶ୍ରୀମନ୍ଦିର ଜମି ଅକ୍ତିଆର ବା ଏହି ଜମିରେ କୋଠା ନିର୍ମାଣ କରିଛନ୍ତି, ତାକୁ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

Puri Jagannath Temple (File Photo)

Puri Jagannath Temple (File Photo)

Advertisment

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାଟିତୋଟା ମୌଜାରେ ଜମି କେଳେଙ୍କାରୀ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଯେଉଁମାନେ ଶ୍ରୀମନ୍ଦିର ଜମି ଅକ୍ତିଆର ବା ଏହି ଜମିରେ କୋଠା ନିର୍ମାଣ କରିଛନ୍ତି, ତାକୁ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସେଳି ସାହି ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment

ମାଟିତୋଟା ମୌଜାର ୟୁନିଟ ୧ ଖାତା ନମ୍ବର ୩୮ରେ ୧୦୯ଟି ରେଭିନ୍ୟୁ ପ୍ଲଟ ବେଆଇନ ଭାବେ ଜବରଦଖଲ ସହ ହସ୍ତାନ୍ତର ହୋଇଥିବା ଜଣାପଡିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ନେଇ ବାସେଳି ସାହି ଥାନାରେ ଏତଲା ଦିଆଯାଇଛି। କେଉଁମାନେ ଜମି କିଣିଛନ୍ତି, କିଏ ଘର ନିର୍ମାଣ କରିଛନ୍ତି, ସେନେଇ ତଦନ୍ତ କରାଯାଉଛି। ନିର୍ମାଣ ହୋଇଥିବା ଘର ଉଚ୍ଛେଦ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି।

ପ୍ରକାଶ ଥାଉ, ଖୋଦ୍ ଶ୍ରୀମନ୍ଦିର ପ୍ରଶାସନ ନାକ ତଳେ ପୁରୀ ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ଜମି ବେଆଇନ ଭାବେ ବିକ୍ରି ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଯେଉଁଠି ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ଥିବା ୧୦୯ଟି ପ୍ଲଟର ମୋଟ୍ ୬୪ ଏକର ଜବରଦଖଲ ଜମି ବେଆଇନ ଭାବେ ବିକ୍ରି ହୋଇଥିବା ଜାଣିବାକୁ ପାଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଘଟଣା ସାମ୍ନାକୁ ଆସିବା ପରେ ସେବାୟତ ଏବଂ ପୁରୀବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment
Puri Jagannath Temple Land Fraud Puri Jagannath Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe